ଛାତରୁ ଡେଇଁ ଜୀବନ ହାରିଲେ ଆଇଆଇଟି ଛାତ୍ର

ମୁମ୍ବାଇ: ଛାତରୁ ଡେଇଁ ଆତ୍ମହତ୍ୟା କଲେ ଆଇଆଇଟି ଛାତ୍ର। ମାନସିକ ଚାପରେ ଭାରାକ୍ରାନ୍ତ ହୋଇ ଶେଷରେ ଜୀବନ ହାରିଲେ ଛାତ୍ର।ସୋମବାର ଆଇଆଇଟି ବମ୍ବେର ଜଣେ ଛାତ୍ର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତକ(୨୬) ଜଣକ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ। ସୋମବାର ଭୋରୁ ୪ଟା ୩୦ରେ ସମ୍ପୃକ୍ତ ଛାତ୍ର ଜଣକ ଆଇଆଇଟି କ୍ୟାମ୍ପସର ୭ ମହଲାରୁ ଡେଇଁ ପଡ଼ିଥିବା ପୁଲିସ କହିଛି। ତାଙ୍କୁ ତୁରନ୍ତ ଘଟକୋପାରର ରାଜୱାଡ଼ି ହସପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ […]

iit-bombay

Tapas Behera
  • Published: Monday, 17 January 2022
  • , Updated: 17 January 2022, 02:47 PM IST

ମୁମ୍ବାଇ: ଛାତରୁ ଡେଇଁ ଆତ୍ମହତ୍ୟା କଲେ ଆଇଆଇଟି ଛାତ୍ର। ମାନସିକ ଚାପରେ ଭାରାକ୍ରାନ୍ତ ହୋଇ ଶେଷରେ ଜୀବନ ହାରିଲେ ଛାତ୍ର।ସୋମବାର ଆଇଆଇଟି ବମ୍ବେର ଜଣେ ଛାତ୍ର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତକ(୨୬) ଜଣକ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ। ସୋମବାର ଭୋରୁ ୪ଟା ୩୦ରେ ସମ୍ପୃକ୍ତ ଛାତ୍ର ଜଣକ ଆଇଆଇଟି କ୍ୟାମ୍ପସର ୭ ମହଲାରୁ ଡେଇଁ ପଡ଼ିଥିବା ପୁଲିସ କହିଛି। ତାଙ୍କୁ ତୁରନ୍ତ ଘଟକୋପାରର ରାଜୱାଡ଼ି ହସପିଟାଲକୁ ନିଆଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଛାତ୍ରଙ୍କର ହଷ୍ଟେଲ ରୁମରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ସେଥିରେ ଛାତ୍ର ଜଣକ ମାନସିକ ରୋଗରେ ପୀଡ଼ିତ ଥିବା ଦର୍ଶାଯାଇଛି। ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଚିକିତ୍ସିତ ହେଉଥିଲେ।

ହେଲେ ଶେଷରେ ଯନ୍ତ୍ରଣା ସହି ନପାରି  ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା ବୋଲି ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି।  ତାଙ୍କ ମୃତ୍ୟୁ ପାଇଁ ସେ କାହାକୁ ଦାୟୀ କରିନାହାନ୍ତି ବୋଲି ପୁଲିସ କହିଛି। ତେବେ ପୁୱାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Related story