ଗୋରଖନାଥ ମନ୍ଦିର ବାହାରେ ଅଘଟଣ, ଧାରୁଆ ଅସ୍ତ୍ରରେ ପୁଲିସ୍‌କୁ ଆକ୍ରମଣ କଲା ଆଇଆଇଟି ଗ୍ରାଜୁଏଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରେ ଥିବା ଗୋରଖନାଥ ମନ୍ଦିର ବାହାରେ ବଡ଼ ଅଘଟଣ ଘଟିଛି। ଜଣେ ଆଇଆଇଟି ଗ୍ରାଜୁଏଟ ଧାରୁଆ ଅସ୍ତ୍ରରେ ପୁଲିସ୍‌କୁ ଆକ୍ରମଣ କରିଛି। ଏଥିସହ ସେ ବଳପୂର୍ବକ ମନ୍ଦିର ଭିତରକୁ ମଧ୍ୟ ପଶିବାକୁ ଚେଷ୍ଟା କରିଛି। ମନ୍ଦିର ଭିତରକୁ ପଶିବା ସମୟରେ ସେ ଧାର୍ମିକ ନାରାବାଜୀ ଦେଉଥିବା ମଧ୍ୟ ଶୁଣିବାକୁ ମିଳିଛି। ତେବେ ସେ କେଉଁ ଉଦ୍ଦେଶ୍ୟରେ ଏପରି କରୁଥିଲା, ସେକଥା ଜଣାପଡ଼ିନି। ସାମ୍ନାକୁ ଆସିଥିବା ଭିଡିଓରେ ଇଞ୍ଜିନିୟର ଜଣକ ହାତରେ ଗୋଟିଏ ଡାଗର […]

IIT

Hemant Lenka
  • Published: Monday, 04 April 2022
  • , Updated: 04 April 2022, 02:42 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରେ ଥିବା ଗୋରଖନାଥ ମନ୍ଦିର ବାହାରେ ବଡ଼ ଅଘଟଣ ଘଟିଛି। ଜଣେ ଆଇଆଇଟି ଗ୍ରାଜୁଏଟ ଧାରୁଆ ଅସ୍ତ୍ରରେ ପୁଲିସ୍‌କୁ ଆକ୍ରମଣ କରିଛି। ଏଥିସହ ସେ ବଳପୂର୍ବକ ମନ୍ଦିର ଭିତରକୁ ମଧ୍ୟ ପଶିବାକୁ ଚେଷ୍ଟା କରିଛି। ମନ୍ଦିର ଭିତରକୁ ପଶିବା ସମୟରେ ସେ ଧାର୍ମିକ ନାରାବାଜୀ ଦେଉଥିବା ମଧ୍ୟ ଶୁଣିବାକୁ ମିଳିଛି। ତେବେ ସେ କେଉଁ ଉଦ୍ଦେଶ୍ୟରେ ଏପରି କରୁଥିଲା, ସେକଥା ଜଣାପଡ଼ିନି।

ସାମ୍ନାକୁ ଆସିଥିବା ଭିଡିଓରେ ଇଞ୍ଜିନିୟର ଜଣକ ହାତରେ ଗୋଟିଏ ଡାଗର ଧରି ଗୋରଖନାଥ ମନ୍ଦିର ବାହାରେ ଚିତ୍କାର କରୁଛି। ସେ ପୁଲିସକୁ ଆକ୍ରମଣ କରି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ଲୋକମାନେ ତା’ ଉପରକୁ ପଥର ମାଡ଼ କରୁଛନ୍ତି। ପୁଲିସ୍‌ ମଧ୍ୟ ତା’ ଉପରକୁ ପଥ ମାଡ଼ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ତେବେ କିଛି ସମୟର ଟକ୍କରାଟକ୍କରି ପରେ ଉପସ୍ଥିତ ଲୋକମାନେ ଉକ୍ତ ଯୁବକକୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ସେ ଆଉ ମନ୍ଦିର ଭିତରେ ପ୍ରବେଶ କରିପାରି ନାହିଁ।


ଆଡିସନାଲ ଡିଜି ଅଖିଲ କୁମାର କହିଛନ୍ତି, ଗିରଫ ହୋଇଥିବା ଯୁବକ ଜଣକର ନାଁ ଅହମଦ ମୁରତାଜା ଆବ୍ବାସୀ। ରବିବାର ସନ୍ଧ୍ୟା ୭ଟା ବେଳେ ଏପରି ଘଟଣା ଘଟିଛି। ଆବ୍ବାସୀର ଘର ଗୋରଖପୁରରେ ଓ ସେ ଆଇଆଇଟି ବମ୍ବେରେ ପାଠ ପଢ଼ିଛି। ୨୦୧୫ରେ ସେ ସେଠାରୁ ଗ୍ରାଜୁଏଟ ହୋଇଥିଲା।

ଆବ୍ବାସୀ ନିକଟରୁ ଗୋଟିଏ ଲାପଟପ ଓ ଗୋଟିଏ ଫୋନ ମିଳିଛି। ଗୋଟିଏ ଟିକେଟ ମଧ୍ୟ ତା’ଠାରୁ ଜବତ କରାଯାଇଛି। ଆମେ କୌଣସି ସମ୍ଭାବନାକୁ ଅଣଦେଖା କରିପାରିବା ନାହିଁ। ଘଟଣା ପଛରେ ଆତଙ୍କୀ ଦିଗ ରହିଥାଇ ପାରେ। ଏହି ମାମଲାର ତଦନ୍ତ ଦାୟିତ୍ୱ ଆତଙ୍କବାଦ ନିରୋଧ ସ୍କ୍ୱାଡ ପଠାଯିବ।

ଅଭିଯୁକ୍ତ ଜଣଙ୍କ ଧାର୍ମିକ ସ୍ଲୋଗାନ ଦେଇ ବଳପୂର୍ବକ ମନ୍ଦିର ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଥିଲା। ହେଲେ ପୁଲିସ୍‌ ତା’କୁ ଅଟକାଇବାରେ ସକ୍ଷମ ହୋଇଛି। ଏହି ସମୟରେ ୨ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ପଥର ମାଡ଼ରେ ଆବ୍ବାସୀ ମଧ୍ୟ ଆହତ ହୋଇଛି। ସମସ୍ତେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସେ କହିଛନ୍ତି।

Related story