ଆସୁଛି ବାତ୍ୟା ତଉକତେ, ବିଭିନ୍ନ ଜିଲ୍ଲା ପାଇଁ ରେଡ୍‌ ଓ ୟେଲୋ ୱାର୍ଣ୍ଣିଂ

କୋଚି: ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଆଜି ୱେଲ ମାର୍କଡ ରୂପ ନେଇଛି। ଏହା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ବାତ୍ୟାରେ ପରିଣତ ହେବା ପରେ ଏହାର ନାଁ ତଉକତେ ରହିବ। ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଭାରତୀୟ ପାଣିପାଗ ବିଭାଗ କେରଳ ୩ ଜିଲ୍ଲା ଥିରୁବନନ୍ତପୁରମ, କୋଲ୍ଲାମ ଓ ପାଥନାମଥିଟ୍ଟା ରେର୍ଡ ଆଲର୍ଟ ଜାରି […]

Cyclone

Hemant Lenka
  • Published: Friday, 14 May 2021
  • , Updated: 14 May 2021, 03:22 PM IST

କୋଚି: ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଆଜି ୱେଲ ମାର୍କଡ ରୂପ ନେଇଛି। ଏହା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ବାତ୍ୟାରେ ପରିଣତ ହେବା ପରେ ଏହାର ନାଁ ତଉକତେ ରହିବ।

ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଭାରତୀୟ ପାଣିପାଗ ବିଭାଗ କେରଳ ୩ ଜିଲ୍ଲା ଥିରୁବନନ୍ତପୁରମ, କୋଲ୍ଲାମ ଓ ପାଥନାମଥିଟ୍ଟା ରେର୍ଡ ଆଲର୍ଟ ଜାରି କରିଛି। ଏହି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାବାଦ ରାଜ୍ୟର ଆଉ ୯ଟି ଜିଲ୍ଲାରେ ୧୧ରୁ ୨୦ ସେମି ଯାଏ ବର୍ଷା ହେବାର ଆଶଙ୍କା ରହିଛି। ଏଥିପାଇଁ ୯ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ପାଣିପାଗ ବିଭାଗ ଓ ରାଜ୍ୟ ପ୍ରଶାସନ ସମୁଦ୍ର ଉପକୂଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ କହିଛି।

ବିଭାଗର ସୂଚନା ଅନୁଯାୟୀ, ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନର ଘଣ୍ଟାପ୍ରତି ବେଗ ୪୦ରୁ ୫୦ କିମି ରହିବ। ବେଳେବେଳେ ଏହା ୬୦ କିମି ମଧ୍ୟ ଛୁଇଁବାର ଆଶଙ୍କା ରହିଛି। କେରଳର ଥିରୁବନନ୍ତପୁରମ, କୋଲ୍ଲାମ, ପାଥନାମଥିଟ୍ଟା, ଅଲପ୍ପୁଝା, କୋଟ୍ଟାୟମ, ଇଡୁକ୍କି, ଏର୍ଣ୍ଣାକୁଲମ, ଥ୍ରୀସୁର ଓ ମାଲାପୁରମ ଜିଲ୍ଲା ସହ ଲାକ୍ଷାଦ୍ୱୀପ ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ବିଭାଗ କହିଛି, ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ଉପରେ ଶୁକ୍ରବାର ସକାଳେ ୱେଲମାକର୍ଡ ଲଘୁଚାପରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବା ପୂର୍ବରୁ ଶନିବାର ଗଭୀର ଅବପାତରେ ପରିଣତ ହେବ। ଏହାର ୨୪ ଘଣ୍ଟା ପରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହି ବାତ୍ୟା ଭୀଷଣ ରୂପ ଧାରଣ କରି ଉତ୍ତର-ଉତ୍ତରପଶ୍ଚିମ ଗୁଜରାଟ ଆଡ଼େ ଗତି କରିବ। ପାକିସ୍ତାନ ଉପକୂଳରେ ଏହା ସମାନ୍ତରଳ ଭାବେ ଆଗକୁ ବଢ଼ିବ। ଆକଳ ଅନୁଯାୟୀ, ଏହା ମେ’ ୧୮ ତାରିଖ ସକାଳ ସୁଦ୍ଧା ଗୁଜରାଟ ଉପକୂଳ ଛୁଇଁବ।

ଏହାର ପ୍ରଭାବରେ ଶନିବାର ଗୋଆ ଓ ଦକ୍ଷିଣ କୋଙ୍କଣରେ ଶନିବାର ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷା ହେବ। ରବିବାର ଓ ସୋମବାର ବାତ୍ୟା ଘନୀଭୂତ ହେବାକୁ ଥିବାରୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଗୁଜରାଟରେ ମଧ୍ୟ ମେ’ ୧୭ଠାରୁ ବର୍ଷା ହେବ। ସୌରାଷ୍ଟ୍ର ଓ କଛର କିଛି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ମେ’ ୧୯ରେ ରାଜସ୍ଥାନର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମଡି ଆକଳନ କରିଛି।

Related story