୩୦୦ କୋଭିଡ୍ ବେଡର ବ୍ୟବସ୍ଥା କଲେ ବିଜେପି-ଆରଏସଏସ

ବାଙ୍ଗାଲୋର: କର୍ଣ୍ଣାଟକରେ ଏବେ କରୋନା ପିକରେ ରହିଛି। ପ୍ରତିଦିନ ୪୦ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ବେଡ୍ ନଥିବାରୁ ରାଜ୍ୟ ସରକାର ମଧ୍ୟ ହରଡ ଘଣାରେ ପଡ଼ିଛନ୍ତି। ଏହାରି ଭିତରେ ବିଜେପି-ଆରଏସଏସର ମିଳିତ ଉଦ୍ୟମରେ ତିଆରି ହୋଇଛି ୩୦୦ ବେଡ୍। ବିଜେପିର ୧୫୦ ଏବଂ ସଂଘର ୧୦୦ ସଦସ୍ୟ ମିଶି ଏହି ୩୦୦ ବେଡର ବ୍ୟବସ୍ଥା କରିଛନ୍ତି। କର୍ଣ୍ଣାଟକର କୋଲାର ଜିଲ୍ଲାରେ ବ୍ରିଟିଶ ଅମଳର ଏକ ହସ୍ପିଟାଲ ବନ୍ଦ ହୋଇପଡ଼ିଥିଲା। ୧୮୮୦ […]

kolar-covid

Subhransu Sekhar
  • Published: Sunday, 16 May 2021
  • , Updated: 16 May 2021, 07:11 PM IST

ବାଙ୍ଗାଲୋର: କର୍ଣ୍ଣାଟକରେ ଏବେ କରୋନା ପିକରେ ରହିଛି। ପ୍ରତିଦିନ ୪୦ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ବେଡ୍ ନଥିବାରୁ ରାଜ୍ୟ ସରକାର ମଧ୍ୟ ହରଡ ଘଣାରେ ପଡ଼ିଛନ୍ତି। ଏହାରି ଭିତରେ ବିଜେପି-ଆରଏସଏସର ମିଳିତ ଉଦ୍ୟମରେ ତିଆରି ହୋଇଛି ୩୦୦ ବେଡ୍। ବିଜେପିର ୧୫୦ ଏବଂ ସଂଘର ୧୦୦ ସଦସ୍ୟ ମିଶି ଏହି ୩୦୦ ବେଡର ବ୍ୟବସ୍ଥା କରିଛନ୍ତି।

କର୍ଣ୍ଣାଟକର କୋଲାର ଜିଲ୍ଲାରେ ବ୍ରିଟିଶ ଅମଳର ଏକ ହସ୍ପିଟାଲ ବନ୍ଦ ହୋଇପଡ଼ିଥିଲା। ୧୮୮୦ ମସିହାରେ ବିଜିଏମଏଲ ହସ୍ପିଟାଲ ଭାବରେ ପରିଚିତ ଏହି ହସ୍ପିଟାଲ ଦୀର୍ଘ ୨୦ ବର୍ଷ ହେବ ବନ୍ଦ ହୋଇ ପଡ଼ିଥିଲା। ଏବେ ବିଜେପି ଏବଂ ଆରଏସଏସ ସଦସ୍ୟ ଏକାଠି ହୋଇ ହସ୍ପିଟାଲର ମରମତି କରି ୩୦୦ ବେଡ ବ୍ୟବସ୍ଥା କରିଛନ୍ତି।

ଏହି ହସ୍ପିଟାଲ ୧୮୮୦ ମସିହାରେ ତିଆରି ହୋଇଥିଲା। ୧୪୦ ବର୍ଷ ତଳର ଏହି ହସ୍ପିଟାଲ ୯୦ ଦଶକରେ ଏସିଆରେ ସବୁଠୁ ବଡ଼ ହସ୍ପିଟାଲ ମଧ୍ୟରେ ଅନ୍ୟତମ ହସ୍ପିଟାଲ ଥିଲା। ଏହି ହସ୍ପିଟାଲରେ ବେଡ୍ ସଂଖ୍ୟା ୮୦୦ ରହିଛି। ଏବେ କିନ୍ତୁ ୨୨୦ ବେଡର ବ୍ୟବସ୍ଥା ହୋଇଛି। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ବାକି ବେଡ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ସ୍ଥାନୀୟ ବିଜେପି ସାଂସଦ ଏସ ମୁନିସ୍ୱାମୀ ନେତୃତ୍ୱରେ ଏହି ହସ୍ପିଟାଲ ତିଆରି ହୋଇଥିବା ସୂଚନା ରହିଛି। ସେ କହିଛନ୍ତି ମାତ୍ର ୧୫ ଦିନରେ ଏହି ହସ୍ପିଟାଲକୁ ମରାମତି କରି ବେଡ୍ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବିଜେପି ଏବଂ ଆରଏସଏସ କର୍ମୀ ଦିନ ରାତି ଏକ କରି ୩୦୦ ବେଡର ବ୍ୟବସ୍ଥା କରିଛନ୍ତି ବୋଲି ସେ କହିଛନ୍ତି। ପାଖାପାଖି ୨୫୦ ଜଣ କର୍ମଚାରୀ ଏହି ହସ୍ପିଟାଲକୁ ତିଆରି କରିବାରେ ନିୟୋଜିତ ହୋଇଥିବା ସୂଚନା ରହିଛି। ସୋମବାର ପାଖରୁ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କୋଲାର ସାଂସଦ କହିଛନ୍ତି।

ହସ୍ପିଟାଲର କାମ ପ୍ରାୟତଃ ସଂପୂର୍ଣ୍ଣ ଶେଷ ହୋଇଯାଇଛି। ମେ ୧୯ରୁ ଏଠାରେ ଆକ୍ରାନ୍ତ ମାନେ ଏହି ବେଡରେ ଚିକିତ୍ସିତ ହେବେ ବୋଲି ଜଣାପଡ଼ିଛି। କୋଲାର ଜିଲ୍ଲାରୁ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଗାମୀ ଦିନରେ ଜିଲ୍ଲାର ଆକ୍ରାନ୍ତଙ୍କ ପାଇଁ ଏହି ହସ୍ପିଟାଲର ବେଡ ସହାୟକ ହେବ ବୋଲି ବିଜେପି-ଆରଏସଏସ ଆଶା ରଖିଛନ୍ତି।

Related story