ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ମିଳିବାର ଅର୍ଥ କ’ଣ? ବୁଝାଇଲେ ଆଜାଦ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଛଡ଼ାଇ ନେଇ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇଥିବା କେନ୍ଦ୍ର ସରକାରଙ୍କୁ ଆଜି ତୀବ୍ର ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ସେ କହିଛନ୍ତି, ଜମ୍ମୁ-କଶ୍ମୀରକୁ ରାଜ୍ୟରୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାର ଅର୍ଥ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପଦାବନତି ଦିଆଯାଇ ବିଧାୟକ କରିବା ସହ ସମାନ। କୁଲଗାମରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜାଦ କହିଛନ୍ତି, “ସାଧାରଣତଃ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରମୋସନ ଦିଆଯାଇ ପୂର୍ଣ୍ଣ […]

azad

Hemant Lenka
  • Published: Saturday, 27 November 2021
  • , Updated: 27 November 2021, 10:37 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଛଡ଼ାଇ ନେଇ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇଥିବା କେନ୍ଦ୍ର ସରକାରଙ୍କୁ ଆଜି ତୀବ୍ର ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ସେ କହିଛନ୍ତି, ଜମ୍ମୁ-କଶ୍ମୀରକୁ ରାଜ୍ୟରୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାର ଅର୍ଥ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପଦାବନତି ଦିଆଯାଇ ବିଧାୟକ କରିବା ସହ ସମାନ।

କୁଲଗାମରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜାଦ କହିଛନ୍ତି, “ସାଧାରଣତଃ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରମୋସନ ଦିଆଯାଇ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯାଏ। କିନ୍ତୁ ଆମ କ୍ଷେତ୍ରରେ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଏହାର ଅର୍ଥ ଡିଜିପିକୁ ଥାନାଦାର, ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ଓ ମୁଖ୍ୟ ଶାସନ ସଚିବଙ୍କୁ ପଟୱାରି କରିବା ସହ ସମାନ। କୌଣସି ବୁଦ୍ଧିଆ ଲୋକ ଏପରି କରିବେ ନାହିଁ।”

ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାର ନିର୍ବାଚନ କରିବା ପାଇଁ ଉଦ୍ୟମ କରିବା ପ୍ରସଙ୍ଗରେ ଆଜାଦ କହିଛନ୍ତି, ଆସନ୍ତା ୪ ମାସ ନିର୍ବାଚନ ପାଇଁ ଆଦୌ ଉପଯୁକ୍ତ ସମୟ ନୁହେଁ। ଯଦି ସେମାନେ(କେନ୍ଦ୍ର) କହିବେ, ତା’ହେଲେ ଆମେ ଏହାକୁ ନା କହିବୁ। ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ଆମେ ସମସ୍ତେ ଏକଥା କହିଛୁ।

ପ୍ରଥମେ ପୂର୍ଣ୍ଣ ରାଜ୍ୟମାନ୍ୟତା ଦିଆଯାଉ ଓ ତା’ପରେ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟକ୍ରମ କରାଯାଉ। ହେଲେ ସରକାର ଏହାକୁ ଗ୍ରହଣ କରୁନାହାନ୍ତି। ସେମାନେ ଫେବୃଆରୀ ସୁଦ୍ଧା ସୀମା ପୁନଃ ନିର୍ଦ୍ଧାରଣ କାମ ଶେଷ କରିପାରନ୍ତି। ସେହିପରି ଏପ୍ରିଲରେ ନିର୍ବାଚନ ହୋଇପାରେ। ଏବେ ମୁଖ୍ୟମନ୍ତ୍ରୀ  କିଏ ହେବ, ତା’ହା ଗୁରୁତ୍ୱପୂର୍ଣ୍ଣ ନୁହେଁ।

୨୦୧୯ ଅଗଷ୍ଟ ୪ରେ ରହିଥିବା ସ୍ଥିତାବସ୍ଥାକୁ ଫେରାଇ ଆଣିବା ହିଁ ମହତ୍ତ୍ୱପୂର୍ଣ୍ଣ। ଏହି କାମ ହେବା ପରେ ହିଁ ବିଧାନସଭା ନିର୍ବାଚନ ହୋଇପାରିବ। ଜମ୍ମୁରେ ରହୁଥିବା ହିନ୍ଦୁ ଭାଇଙ୍କ ଠାରୁ ଆରମ୍ଭ କରି ଶିଖ, ମୁସଲିମ ଓ ଏପରି କି କଶ୍ମୀର ପଣ୍ଡିତମାନେ ମଧ୍ୟ ପୂର୍ଣ୍ଣ ରାଜ୍ୟ ମାନ୍ୟତାର ଦାବି କରୁଛନ୍ତି। ତେଣୁ କେହି ବି କଶ୍ମୀରବାସୀ କେବଳ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରୁଛନ୍ତି ବୋଲି ଭାବିବା ଭୁଲ।

ସର୍ବଦଳୀୟ ବୈଠକରେ ବି ମୁଁ ଏକଥା କହିଛି। ବିଜେପି ନେତାମାନେ ମଧ୍ୟ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରୁଛନ୍ତି। ଧାରା ୩୭୦ ଉଚ୍ଛେଦ ପୂର୍ବରୁ କଶ୍ମୀର ସ୍ଥିତି ଅଧିକ ଭଲ ଥିଲା ବୋଲି ମଧ୍ୟ ସେ କହିଛନ୍ତି।

Related story