ପୁଣି ପିଟ୍‌ବୁଲ୍‌ ଆକ୍ରମଣ, ନାବାଳକକୁ ଝୁଣିଲା କୁକୁର

ଲକ୍ଷ୍ନୌ: ଆଉ ପୋଷା ମାନୁନି ପିଟବୁଲ। ପୁଣିଥରେ ହୋଇଛି ଆକ୍ରମଣାତ୍ମକ। ଛୋଟ ଛୁଆ ଠାରୁ ବଡ ସମସ୍ତଙ୍କ ଉପରକୁ କରୁଛି ଆକ୍ରମଣ। କିଛି ଦିନ ପୂର୍ବେ ଏହି ପିଟ୍‌ବୁଲ୍‌ ପ୍ରଜାତିର କୁକୁର ଲକ୍ଷ୍ନୌରେ ଜଣେ ମହିଳାଙ୍କୁ କାମୁଡି କାମୁଡି ହତ୍ୟା କରିଥିଲା। ସେହିପରି ଜଣେ ନାବାଳକର ମଧ୍ୟ କାନ ଛିଡାଇ ଦେଇଥିଲା ଏହି କୁକୁର। ଯାହା ପରେ ଅନେକ ଲୋକ ଏହି ପ୍ରଜାତିର କୁକୁରକୁ ଘରେ ନ ପୋଷିବାକୁ ପରାମର୍ଶ ଦେଖିଥିଲେ। ଏହି ଦୁଇଟି ଘଟଣା ପରେ […]

PitBull

Madhupriya Mistry
  • Published: Sunday, 07 August 2022
  • , Updated: 07 August 2022, 10:14 AM IST

ଲକ୍ଷ୍ନୌ: ଆଉ ପୋଷା ମାନୁନି ପିଟବୁଲ। ପୁଣିଥରେ ହୋଇଛି ଆକ୍ରମଣାତ୍ମକ। ଛୋଟ ଛୁଆ ଠାରୁ ବଡ ସମସ୍ତଙ୍କ ଉପରକୁ କରୁଛି ଆକ୍ରମଣ। କିଛି ଦିନ ପୂର୍ବେ ଏହି ପିଟ୍‌ବୁଲ୍‌ ପ୍ରଜାତିର କୁକୁର ଲକ୍ଷ୍ନୌରେ ଜଣେ ମହିଳାଙ୍କୁ କାମୁଡି କାମୁଡି ହତ୍ୟା କରିଥିଲା। ସେହିପରି ଜଣେ ନାବାଳକର ମଧ୍ୟ କାନ ଛିଡାଇ ଦେଇଥିଲା ଏହି କୁକୁର। ଯାହା ପରେ ଅନେକ ଲୋକ ଏହି ପ୍ରଜାତିର କୁକୁରକୁ ଘରେ ନ ପୋଷିବାକୁ ପରାମର୍ଶ ଦେଖିଥିଲେ। ଏହି ଦୁଇଟି ଘଟଣା ପରେ ଏବେ ପୁଣି ଥରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି।

ମେରଟ୍‌ର ଜଣେ ନାବାଳକ ଉପରେ ଆକ୍ରମଣ କରିଛି ପିଟ୍‌ବୁଲ କୁକୁର। ଶନିବାର ଦିନ ମେରଟ୍‌ ଜିଲ୍ଲାର ମୱାନା ସହରରେ ପିଟବୁଲ ପ୍ରଜାତିର ଏକ କୁକୁର ଜଣେ ୧୪ ବର୍ଷିୟ ନାବାଳକ ଉପରକୁ ଆଟାକ୍‌ କରିଛି। ମୱାନାର ପୁଲିସ୍ ପୋଷ୍ଟ ନିକଟରେ ଥିବା ଦୋକାନ ମାଲିକଙ୍କ ପିଟବୁଲ୍ କୁକୁର ବାଇକ୍ ମରାମତିକାରୀଙ୍କ ନିକଟରେ କାମ ଶିଖୁଥିବା ଜଣେ ନାବାଳକଙ୍କୁ କାମୁଡ଼ି ଦେଇଛି। ପରେ କିଛି ଲୋକେ ନାବାଳିକକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତା'ର ଅବସ୍ଥା ବିଗିଡିବାରୁ ତାକୁ ଦିଲ୍ଲୀ ପଠାଯାଇଛି।

ପିଟ୍‌ବୁଲ୍‌ କୁକୁରଟି ନାବାଳକର ମୁହଁ ବେକ ସମେତ ହାତକୁ କାମୁଡି ରକ୍ତାକ୍ତ କରିଦେଇଛି। ଅନ୍ୟପଟେ କୁକୁରଟି ନିଜ ମାଲିକର ପୁଅକୁ ମଧ୍ୟ କାମୁଡି ଗୁରୁତର କରିଛି। ସେ ନିଜ କୁକୁରକୁ ଘରକୁ ନେଇ ଯାଉଥିଲା। ଏହି ଘଟଣା ପରେ କୁକୁର ମାଲିକ ଘରେ ତଲା ପକାଇ ସପରିବାର ସମେତ ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ସେଠାକାର ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related story