Advertisment

ପୁଣି ୟୁକ୍ରେନ ପ୍ରସଙ୍ଗରେ ଭୋଟ ଦେଲାନି ଭାରତ

ମିଳିତ ଜାତିସଂଘ: ୟୁକ୍ରେନ ଉପରେ ରୁଷ କରୁଥିବା ହମଲା ଯୋଗୁ ସେଠାରେ ସ୍ଥିତି ଅତ୍ୟନ୍ତ ସଂଗୀନ ହୋଇଛି। ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ମାନବାଧିକାର ଉଲ୍ଲଙ୍ଘନ ହେଉଛି। ଏହାକୁ ମୁକାବିଲା ତଥା ରୁଷ ବିରୋଧରେ ତଦନ୍ତ ପରିସରକୁ ଅଧିକ ବ୍ୟାପକ କରିବାକୁ ସାରା ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏକାଠି ହେଉଛନ୍ତି। ହେଲେ ଭାରତ ପୂର୍ବଭଳି ନିରପେକ୍ଷ ନୀତି ଅବଳମ୍ବନ କରି ଚାଲିଛି। ୟୁକ୍ରେନ ପ୍ରସଙ୍ଗରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ହୋଇଥିବା ଭୋଟିଂରୁ ଭାରତ ପୁଣି ନିଜକୁ ଦୂରେଇ […]

ଅଦ୍ୟତନ ହୋଇଛି
ପୁଣି ୟୁକ୍ରେନ ପ୍ରସଙ୍ଗରେ ଭୋଟ ଦେଲାନି ଭାରତ

India

Advertisment

ମିଳିତ ଜାତିସଂଘ: ୟୁକ୍ରେନ ଉପରେ ରୁଷ କରୁଥିବା ହମଲା ଯୋଗୁ ସେଠାରେ ସ୍ଥିତି ଅତ୍ୟନ୍ତ ସଂଗୀନ ହୋଇଛି। ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ମାନବାଧିକାର ଉଲ୍ଲଙ୍ଘନ ହେଉଛି। ଏହାକୁ ମୁକାବିଲା ତଥା ରୁଷ ବିରୋଧରେ ତଦନ୍ତ ପରିସରକୁ ଅଧିକ ବ୍ୟାପକ କରିବାକୁ ସାରା ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏକାଠି ହେଉଛନ୍ତି।

Advertisment

ହେଲେ ଭାରତ ପୂର୍ବଭଳି ନିରପେକ୍ଷ ନୀତି ଅବଳମ୍ବନ କରି ଚାଲିଛି। ୟୁକ୍ରେନ ପ୍ରସଙ୍ଗରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ହୋଇଥିବା ଭୋଟିଂରୁ ଭାରତ ପୁଣି ନିଜକୁ ଦୂରେଇ ରଖିଛି। ଭାରତ ଓ ପାକିସ୍ତାନ ସମେତ ମୋଟ ୧୨ଟି ଦେଶ ୟୁକ୍ରେନ ପ୍ରସଙ୍ଗରେ ଭୋଟ ଦେଇ ନାହାନ୍ତି। ଚାଇନା ଓ ଇରିଟେରା ୟୁକ୍ରେନ ସଙ୍କଟକୁ ନେଇ ଆସିଥିବା ପ୍ରସ୍ତାବ ବିରୋଧରେ ଭୋଟ ଦେଇଛନ୍ତି। ଅର୍ଥାତ ସେମାନେ ରୁଷକୁ ସମର୍ଥନ କରିଛନ୍ତି। ତେବେ ୪୭ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଂଘ ସୁରକ୍ଷ ପରିଷଦରେ ୩୩ଟି ଭୋଟ ପ୍ରସ୍ତାବ ସପକ୍ଷରେ ପଡ଼ିଛି।

ଭୋଟ ପୂର୍ବରୁ ହୋଇଥିବା ବିତର୍କରେ ଭାରତ ଭାଗ ନେଇ ପୁରୁଣା କଥା ଦୋହରାଇଛି। ଭାରତ ସବୁବେଳେ ୟୁକ୍ରେନରେ ମାନବାଧିକାର ସୁରକ୍ଷାକୁ ପ୍ରଧ୍ୟାନ୍ୟ ଦେଇ ଆସିଛି। ଏହାର ସୁରକ୍ଷା ପାଇଁ ଭାରତ ଦାବି କରୁଛି। ବିଶ୍ୱ ସ୍ତରରେ ମାନବାଧିକାରର ସୁରକ୍ଷା ପାଇଁ ଭାରତ ସବୁବେଳେ ଚେଷ୍ଟିତ। ଆମେ ସବୁବେଳେ ଦୁଇ ପକ୍ଷଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରି ଆସୁଛି ବୋଲି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ସଦସ୍ୟ ଟିଏସ ତିରୁମୂର୍ତ୍ତି କହିଛନ୍ତି।

Advertisment

ୟୁକ୍ରେନର କିଭ, ଖାରକିଭ, ଚେର୍ଣ୍ଣିହିଭ ଓ ସୁମୀରେ ରୁଷ ସେନା କରିଥିବା ମାନବଧିକାର ଉଲ୍ଲଙ୍ଘନର ତଦନ୍ତ ପାଇଁ ଗୋଟିଏ କମିଶନ ଗଠନ କରାଯାଇଥିଲା। ଏହି କମିଶନର ତଦନ୍ତ ପରିସୀମାକୁ ବୃଦ୍ଧି କରିବାକୁ ପାଇଁ ଗୁରୁବାର ରାତିରେ ଗୋଟିଏ ପ୍ରସ୍ତାବ ଜାତିସଂଘ ସୁରକ୍ଷା ପରିଷଦରେ ଆଗତ କରାଯାଇଥିଲା। ଏଥିସହ ପ୍ରସ୍ତାବରେ ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସବୁ ପ୍ରକାରର ସହାୟତା ପାଇଁ ମସ୍କୋ ଅନୁମତି ଦେଉ ବୋଲି ଉଲ୍ଲେଖ ରଖିଛି।

ବିଶେଷ କରି ମସ୍କୋ ଅପହରଣ କରିଥିବା ୟୁକ୍ରେନର ଲୋକଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବାକୁ ଅନ୍ତର୍ଜାତୀୟ ସମୂହ ପ୍ରସ୍ତାବ ଜରିଆରେ ରୁଷକୁ ନିବେଦନ କରିଛନ୍ତି। ତେବେ ରୁଷ ଅପହରଣ ଅଭିଯୋଗକୁ ଖଣ୍ଡନ କରିଛି। ୟୁକ୍ରେନରୁ ଲୋକମାନେ ନିଜ ଇଚ୍ଛାରେ ରୁଷ ଯାଇଥିବା ମସ୍କୋ କହିଛି।


ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ତଦନ୍ତ କମିଶନ ଗଠନ ପାଇଁ ହୋଇଥିବା ଭୋଟିଂରୁ ମଧ୍ୟ ଭାରତ ନିଜକୁ ଦୂରେଇ ରଖିଥିଲା। ତେବେ ରୁଷ ସେନା ଗୁଳିରେ ସାଧାରଣ ଲୋକଙ୍କ ଜୀବନ ଯିବା ଘଟଣାକୁ ଦୃଢ଼ ନିନ୍ଦା କରିଥିଲା।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe