ଚାଇନାର ୱିଣ୍ଟର ଅଲିମ୍ପିକ୍ସ କାର୍ଯ୍ୟକ୍ରମକୁ ଭାରତର ବୟକଟ, ପ୍ରସାରଣ ମଧ୍ୟ ହେବନି

ନୂଆଦିଲ୍ଲୀ: ଗଲୱାନ ଘାଟି ସଂଘର୍ଷକୁ ନେଇ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। କାଲିଠାରୁ ଚାଇନାର ରାଜଧାନୀ ବେଜିଂରେ ୱିଣ୍ଟର ଅଲିମ୍ପିକ୍ସ ଆରମ୍ଭ ହେବ। ହେଲେ ଏହାର ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ଭାରତ ବୟକଟ କରିଛି। ଏହି କାର୍ଯ୍ୟକ୍ରମରେ ଭାରତର କୌଣସି ଦୂତାବାସ କର୍ମଚାରୀ ସାମିଲ ହେବେନାହିଁ। ଚାଇନା ୱିଣ୍ଟର ଅଲିମ୍ପିକ୍ସକୁ ରାଜନୀତିକରଣ କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି। ୱିଣ୍ଟର ଅଲିମ୍ପିକ୍ସର ଟର୍ଚ୍ଚ ମସାଲକୁ […]

Bejing

Bejing

Hemant Lenka
  • Published: Thursday, 03 February 2022
  • Updated: 03 February 2022, 06:03 PM IST

Sports

Latest News

ନୂଆଦିଲ୍ଲୀ: ଗଲୱାନ ଘାଟି ସଂଘର୍ଷକୁ ନେଇ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। କାଲିଠାରୁ ଚାଇନାର ରାଜଧାନୀ ବେଜିଂରେ ୱିଣ୍ଟର ଅଲିମ୍ପିକ୍ସ ଆରମ୍ଭ ହେବ। ହେଲେ ଏହାର ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ଭାରତ ବୟକଟ କରିଛି।

ଏହି କାର୍ଯ୍ୟକ୍ରମରେ ଭାରତର କୌଣସି ଦୂତାବାସ କର୍ମଚାରୀ ସାମିଲ ହେବେନାହିଁ। ଚାଇନା ୱିଣ୍ଟର ଅଲିମ୍ପିକ୍ସକୁ ରାଜନୀତିକରଣ କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି।

ୱିଣ୍ଟର ଅଲିମ୍ପିକ୍ସର ଟର୍ଚ୍ଚ ମସାଲକୁ ଚାଇନା ଗଲଓ୍ୱାନ ଲଢ଼େଇରେ ସାମିଲ୍ ଜଣେ ସୈନିକଙ୍କୁ ଧରାଇଥିବା ଖବର ପ୍ରକାଶ ପାଇଛି। ପିପୁଲ୍ସ ଲିବେରେସନ ଆର୍ମି ବା ପିଏଲଏର ରେଜିମେଣ୍ଟ କମାଣ୍ଡର କି ଫାବାଓ ଟର୍ଚ୍ଚ ମସାଲ ଧରିଥିବା ବେଳର ଫଟୋ ସାମ୍ନାକୁ ଆସିବା ପରେ ଭାରତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ଫାବାଓ ଗଲୱାନ୍‌ ସଙ୍ଘର୍ଷରେ ସାମିଲ ହୋଇଥିଲେ। ଭାରତୀୟ ସେନାଙ୍କ ସହ ଲଢ଼େଇ ବେଳେ ସେ ଗୁରୁତର ଆହତ ହୋଇଥିଲେ। ଏବେ ତାଙ୍କୁ ହିରୋ ଭାବେ ପ୍ରତିପାଦନ କରିବାକୁ ଚାଇନା ସରକାର ପ୍ରୟାସ କରି ମସାଲ ଧାବକ ସଜାଇଥିଲେ।

ଏହି ରିପୋର୍ଟ ପରେ ଆଜି ଶ୍ରୀ ବାଗଚି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ କହିଛନ୍ତି ଯେ “ଚାଇନା ୱିଣ୍ଟର ଅଲିମ୍ପିକ୍ସକୁ ରାଜନୀତିକ ରୂପ ଦେବା ଦୁଃଖଦାୟକ। ଭାରତୀୟ ରାଷ୍ଟ୍ରଦୂତ ବେଜିଂ ୱିଣ୍ଟର ଅଲିମ୍ପିକ୍ସର ଉଦଘାଟନ କିମ୍ବା ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହେବେନି।”

ଭାରତର ସରକାରଙ୍କ ଏପରି ନିଷ୍ପତ୍ତି ପରେ ଡିଡି ସ୍ପୋର୍ଟସ ଚ୍ୟାନେଲ ମଧ୍ୟ ବେଜିଂ ୱିଣ୍ଟର ଅଲିମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବ ପ୍ରସାରଣ କରିବ ନାହିଁ ବୋଲି କହିଛି। ଏ ସମ୍ପର୍କରେ ପ୍ରସାର ଭାରତୀୟ ସିଇଓ ଶଶି ଶେଖର ଭେମ୍ପପାତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଚାଇନା ସରକାର ସେଠାରେ ଲୋକଙ୍କ ମାନବ ଅଧିକାର ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି ଆମେରିକା ସମେତ ବିଭିନ୍ନ ପାଶ୍ଚାତ୍ୟ ଦେଶ ବେଜିଂ ଅଲିମ୍ପିକ୍ସକୁ କୂଟନୈତିକସ୍ତରୀରେ ପୂର୍ବରୁ ବହିଷ୍କାର କରି ସାରିଥିଲେ। ଏବେ ଭାରତ ମଧ୍ୟ ବେଜିଂ ୱିଣ୍ଟର ଅଲିମ୍ପିକ୍ସକୁ ବୟକଟ କରିଛି।

୨୦୨୦ ଜୁନ ମାସରେ ଗଲୱାନ ଘାଟିରେ ଭାରତ ଓ ଚାଇନା ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ। ସେପଟେ ମାତ୍ର ୪ ଜଣ ସୈନ୍ୟ ମରିଥିଲେ ବୋଲି ଚାଇନା ଦାବି କରିଥିଲା। ହେଲେ ଆଜି ଅଷ୍ଟ୍ରେଲିଆର ଗୋଟିଏ ଗଣମାଧ୍ୟମ ବେଜିଂର ଅସଲ ମୁଖା ଖୋଲି ଦେଇଛି।

ଗଲୱାନ ସଂଘର୍ଷରେ ୩୮ ଜଣ ଚାଇନିଜ ସୈନ୍ୟ ପ୍ରାଣ ହରାଇଥିବା ଉକ୍ତ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି। ଏହି ସୈନ୍ୟମାନେ ଗଲୱାନ ନଦୀ ପାର ହେଉଥିବା ବେଳେ ବୁଡ଼ି ଯାଇ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story