ତାଲିବାନ ସହ କଥାବାର୍ତ୍ତା ଆରମ୍ଭ କଲେ ଭାରତ ସରକାର

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ବନ୍ଧୁକ ମୁନରେ ଦଖଲ କରିଥିବା ତାଲିବାନ ସହ କଥାବାର୍ତ୍ତା ଆରମ୍ଭ କରିଛି ଭାରତ। ଆଜି ଆମେରିକା ସୈନ୍ୟ କାବୁଲ ଏୟାରପୋର୍ଟ ଖାଲି କରିଦେବା ପରେ ସେଠାରେ ଫସିଥିବା ଭାରତୀୟଙ୍କୁ କେମିତି ଉଦ୍ଧାର କରାଯିବ, ତା’ହା ଏବେ ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଆଫଗାନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଆଜି ଭାରତ ସରକାର ତାଲିବାନ ସହ କଥା ବାର୍ତ୍ତା ହୋଇଛନ୍ତି। ଏ ସମ୍ପର୍କରେ ବୈଦେଶିକ […]

sher-mohammad-abbas-stanekzai

Hemant Lenka
  • Published: Tuesday, 31 August 2021
  • , Updated: 31 August 2021, 06:14 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ବନ୍ଧୁକ ମୁନରେ ଦଖଲ କରିଥିବା ତାଲିବାନ ସହ କଥାବାର୍ତ୍ତା ଆରମ୍ଭ କରିଛି ଭାରତ। ଆଜି ଆମେରିକା ସୈନ୍ୟ କାବୁଲ ଏୟାରପୋର୍ଟ ଖାଲି କରିଦେବା ପରେ ସେଠାରେ ଫସିଥିବା ଭାରତୀୟଙ୍କୁ କେମିତି ଉଦ୍ଧାର କରାଯିବ, ତା’ହା ଏବେ ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଏହାକୁ ଦୃଷ୍ଟିରେ ରଖି ଆଫଗାନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଆଜି ଭାରତ ସରକାର ତାଲିବାନ ସହ କଥା ବାର୍ତ୍ତା ହୋଇଛନ୍ତି। ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କତାର୍‌ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଆଜି ଦୋହାରେ ତାଲିବାନର ରାଜନୀତିକ ଅଫିସର ମୁଖ୍ୟ ଶେର ମହମ୍ମଦ ଆବ୍ବାସ ଷ୍ଟାନେକଜାଇଙ୍କୁ ଭେଟିଛନ୍ତି।

ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ଓ ଶୀଘ୍ର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ସେ ତାଲିବାନ ନେତା ଷ୍ଟାନେକଜାଇଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଆଫଗାନିସ୍ତାନର ମାଟି ଯେମିତି ଭାରତ ବିରୋଧରେ ଓ ଆତଙ୍କବାଦୀ କାର୍ଯ୍ୟକଳାପ ସପକ୍ଷରେ ବ୍ୟବହାର ନ ହେବେ, ସେ ସମ୍ପର୍କରେ ମଧ୍ୟ ଶ୍ରୀ ମିତ୍ତଲ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି। ସବୁ କଥା ଶୁଣିବା ପରେ ଏହି ପ୍ରସଙ୍ଗକୁ ସକାରାତ୍ମକ ଦୃଷ୍ଟି କୋଣରେ ବିଚାର କରାଯିବ ବୋଲି ତାଲିବାନର ପ୍ରତିନିଧି ଭାରତୀୟ ରାଷ୍ଟ୍ରଦୂତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଆଫଗାନରେ ଫସିଥିବା ଭାରତୀୟ ଶୀଘ୍ର ଉଦ୍ଧାର ହେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


ଆଫଗାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ସରକାର ଅପରେସନ ଦେବୀ ଶକ୍ତି ଆରମ୍ଭ କରିଥିଲେ। ଭାରତୀୟଙ୍କ ସମେତ ପ୍ରାୟ ୧ ହଜାର ଆଫଗାନ ନାଗରିକଙ୍କୁ ଭାରତ ସରକାର କାବୁଲ ଏୟାରପୋର୍ଟରୁ ଉଦ୍ଧାର କରି ସ୍ୱଦେଶ ଆଣିଛନ୍ତି। ଏବେ ବି ଅନେକ ଭାରତୀୟ ଆଫଗାନରେ ଫସି ରହିଥିବା ଜଣାପଡ଼ିଛି। ଆମେରିକା ସେନା କାବୁଲ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିବାରୁ ଭାରତ ବେଶ ଆରାମରେ ଏୟାରଲିଫ୍ଟ କରିବାକୁ ସକ୍ଷମ ହୋଇଥିଲା।

କିନ୍ତୁ ଆମେରିକା କାବୁଲ ଏୟାରପୋର୍ଟ ଛାଡ଼ି ଦେବା ପରେ ତାଲିବାନୀମାନେ ଏହାକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଯାଇଛନ୍ତି। ତେଣୁ ଭାରତ ସରକାର ନିଜ ଦେଶର ନାଗରିକଙ୍କ ପାଇଁ ତାଲିବାନ ସହ ଦୋହାରେ କଥାବାର୍ତ୍ତା ଆରମ୍ଭ କରିଛନ୍ତି।

Related story