ଦେଶରେ ପ୍ରଥମଥର ପାଇଁ ହେଲା ୪ ବର୍ଷ ଝିଅର ଖପୁରୀ ପ୍ରତିରୋପଣ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବିଜ୍ଞାନର ଅଗ୍ରଗତି ଯୋଗୁ ପୂର୍ବରୁ ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ଏବେ ସମ୍ଭବ ହେଉଛି। ଭାରତୀୟ ଚିକିତ୍ସା ବିଜ୍ଞାନ ଇତିହାସରେ ପ୍ରଥମ ଥର କୁହାଯାଉଥିବା ପୁନେରେ ଏକ ୪ ବର୍ଷର ଝିଅର ଖପୁରୀ ପ୍ରତିରୋପଣ ସଫଳତାର ସହ କରାଯାଇଛି। ଏହି ଝିଅର ନଷ୍ଟ ହୋଇଯାଇଥିବା ଖପୁରୀର ୬୦ ପ୍ରତିଶତ ସ୍ଥାନରେ ଡାକ୍ତରମାନେ ଏହି ସଫଳ ପ୍ରତିରୋପଣ କରିଛନ୍ତି। ୨୦୧୭ ମେ’ ୩୧ରେ ପୁନେର ଏହି ଝିଅଟି ସ୍କୁଲ ଯାଉଥିବାବେଳେ ଏକ କାର୍‌ ଦୁର୍ଘଟଣାର ଶିକାର […]

puspa1

puspa1

Puspanjali Panda
  • Published: Thursday, 11 October 2018
  • Updated: 13 October 2018, 08:09 AM IST

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବିଜ୍ଞାନର ଅଗ୍ରଗତି ଯୋଗୁ ପୂର୍ବରୁ ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ଏବେ ସମ୍ଭବ ହେଉଛି। ଭାରତୀୟ ଚିକିତ୍ସା ବିଜ୍ଞାନ ଇତିହାସରେ ପ୍ରଥମ ଥର କୁହାଯାଉଥିବା ପୁନେରେ ଏକ ୪ ବର୍ଷର ଝିଅର ଖପୁରୀ ପ୍ରତିରୋପଣ ସଫଳତାର ସହ କରାଯାଇଛି।

ଏହି ଝିଅର ନଷ୍ଟ ହୋଇଯାଇଥିବା ଖପୁରୀର ୬୦ ପ୍ରତିଶତ ସ୍ଥାନରେ ଡାକ୍ତରମାନେ ଏହି ସଫଳ ପ୍ରତିରୋପଣ କରିଛନ୍ତି।

୨୦୧୭ ମେ’ ୩୧ରେ ପୁନେର ଏହି ଝିଅଟି ସ୍କୁଲ ଯାଉଥିବାବେଳେ ଏକ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ଝିଅଟିର ମସ୍ତିଷ୍କର ୬୦ ଭାଗ ନଷ୍ଟ ହୋଇ ଯାଇଥିଲା। ଝିଅଟିକୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ମସ୍ତିଷ୍କରେ ଦୁଇଟି କ୍ରିଟିକାଲ୍‌ ସର୍ଜରୀ କରାଯାଇଥିଲା।

କିନ୍ତୁ ଅଚାନକ ମସ୍ତିଷ୍କରେ ସମସ୍ୟା ଦେଖାଯିବାରୁ ଝିଅଟିକୁ ପୁଣି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲା।

ସିଟି ସ୍କାନ୍‌ରୁ ଜଣାପଡ଼ିଥିଲା, ଝିଅର ମସ୍ତିଷ୍କରୁ ‘ଏଡିମା’ (edema) ନାମକ ତରଳ ପଦାର୍ଥ ଅଧିକ ନିର୍ଗତ ହେଉଛି। ଏହାପରେ ଝିଅଟିକୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା।୪୮ ଘଣ୍ଟା ଭେଣ୍ଟିଲେଟର୍‌ରେ ରହିବା ପରେ ଝିଅଟିର ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ଆସିବାରୁ ପୁନଶ୍ଚ ସିଟି ସ୍କାନ୍‌ ହେବା ପରେ ଝିଅଟିର ମସ୍ତିଷ୍କ ଅଧିକ ଆଘାତ ପାଇଥିବା ଜଣା ପଡ଼ିଥିଲା। ଯାହାକୁ ଇଂରାଜୀରେ ‘malignant cerebral edema’ ବୋଲି କୁହାଯାଏ।

ଏହା ପରେ ଡାକ୍ତରମାନେ ଝିଅଟିର ଖପୁରୀ ପ୍ରତିରୋପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଝିଅଟିର ଖପୁରୀର ମାପ ନେବାପରେ ସର୍ଜରୀ କରାଯାଇ ମସ୍ତିଷ୍କର ନଷ୍ଟ ହୋଇଥିବା ହାଡ଼କୁ ପ୍ରଥମେ କଢ଼ା ଯାଇଥିଲା ଏବଂ ସେହି ସ୍ଥାନରେ ଆମେରିକାରେ ନିର୍ମିତ ନୂଆ ଖପୁରୀ ପ୍ରତିରୋପଣ କରାଯାଇଥିଲା।

ଏପରି ଖପୁରୀ ପ୍ରତିରୋପଣ ଭାରତରେ ପ୍ରଥମଥର ପାଇଁ କରାଯାଇଥିବା କୁହାଯାଉଛି।

ବର୍ତ୍ତମାନ ସେ ସ୍କୁଲ ଯିବା ସହିତ ତାର ସାଙ୍ଗମାନଙ୍କ ସହିତ ଆରାମରେ ଖେଳାବୁଲା ପାରୁଛି ବୋଲି ଝିଅର ମା’ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos