ସଚିନ ଓ ଲତାଙ୍କ ବିରୋଧରେ ନୁହେଁ, ବିଜେପିର ଆଇଟି‌ ସେଲ ବିରୋଧରେ ଚାଲିଛି ତଦନ୍ତ: ମନ୍ତ୍ରୀ

ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ କଣ୍ଠଶିଳ୍ପୀ ଲତା ମଙ୍ଗେସକର କିଛି ଦିନ ତଳେ କରିଥିବା ଟ୍ୱିଟକୁ ନେଇ ରାଜନୀତିକ ବୟାନବାଜୀ ସୃଷ୍ଟି ହୋଇଛି। ଏହି ଦୁଇ ସେଲେବ୍ରିଟି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ କରି ଟ୍ୱିଟ କରିଥିଲେ। ଏମାନେ ଟ୍ୱିଟ କରିଥିବାରୁ ମହାରାଷ୍ଟ୍ର ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ସରକାରଙ୍କୁ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍‌ ଟାର୍ଗେଟ କରିଥିଲେ। ଏହାର ଜବାବ […]

Anil-Deshmukh

Hemant Lenka
  • Published: Tuesday, 02 March 2021
  • , Updated: 02 March 2021, 07:35 PM IST

ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ କଣ୍ଠଶିଳ୍ପୀ ଲତା ମଙ୍ଗେସକର କିଛି ଦିନ ତଳେ କରିଥିବା ଟ୍ୱିଟକୁ ନେଇ ରାଜନୀତିକ ବୟାନବାଜୀ ସୃଷ୍ଟି ହୋଇଛି। ଏହି ଦୁଇ ସେଲେବ୍ରିଟି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ କରି ଟ୍ୱିଟ କରିଥିଲେ। ଏମାନେ ଟ୍ୱିଟ କରିଥିବାରୁ ମହାରାଷ୍ଟ୍ର ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଖବର ପ୍ରକାଶ ପାଇଥିଲା।

ଏହାକୁ ନେଇ ସରକାରଙ୍କୁ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍‌ ଟାର୍ଗେଟ କରିଥିଲେ। ଏହାର ଜବାବ ମଧ୍ୟ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଦେଇଛନ୍ତି। ସେ କହିଛନ୍ତି, ଆମେ ସଚିନ ଓ ଲତା ମଙ୍ଗେସକରଙ୍କ ବିରୋଧରେ କୌଣସି ତଦନ୍ତ କରୁନାହୁଁ। କିନ୍ତୁ ବିଜେପିର ଆଇଟି ସେଲ୍‌ ବିରୋଧରେ ତଦନ୍ତ ଚାଲିଛି।

ଏହାପୂର୍ବରୁ ଦେବେନ୍ଦ୍ର ଫଡ଼ନାଭିସ କହିଥିଲେ, ମହାରାଷ୍ଟ୍ର ସରକାର ପୂର୍ବତନ ଆଲିଗଡ଼ ବିଶ୍ୱବିଦ୍ୟାଳୟ ଛାତ୍ର ଶର୍ଜିଲ ଉସମାନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି। ସେ ହିନ୍ଦୁଙ୍କୁ ଅପମାନିତ କରିଛନ୍ତି। କିନ୍ତୁ ତାଙ୍କ ବିରୋଧରେ ଆପଣ(ମହାରାଷ୍ଟ୍ର ସରକାର) କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି।

ଏଲଗାର ପରିଷଦ ମଧ୍ୟ ତାଙ୍କ ବୟାନକୁ ସମର୍ଥନ କରିଛି। ତଥାପି ଆପଣ ଚୁପ। କିନ୍ତୁ ଆପଣ ଭାରତ ରତ୍ନ ପାଇଥିବା ସଚିନ ତେନ୍ଦୁଲକର ଓ ଲତା ମଙ୍ଗେସକରଙ୍କ ବିରୋଧରେ ତଦନ୍ତ କରିବାକୁ ଆଗ୍ରହ ଦେଖାଇଛନ୍ତି। ଧରି ନିଆଯାଉ ମୁଁ ସେମାନଙ୍କୁ ଏପରି କଥା ଲେଖି ଟ୍ୱିଟ କରିବାକୁ କହିଥିଲି। ଏହି ଘଟଣାରେ ମୋ ବିରୋଧରେ କେଉଁ ଚାର୍ଜ ଲାଗିବ?

ଯଦି ମୋ ପାର୍ଟି ସେମାନଙ୍କୁ ଦେଶକୁ ସମର୍ଥନ କରି ଟ୍ୱିଟ କରିବାକୁ କହିଲା, ତା’ହେଲେ ଭୁଲ କେଉଁଠି ରହିଲା? ଆମେ ଏଥିପାଇଁ ଗର୍ବିତ। ଆମେ କେବେ ହେଲେ ତଦନ୍ତକୁ ଡରିଯିବୁ ନାହିଁ। ଦେଶକୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ଆପଣ ତଦନ୍ତ କରୁଥିବାରୁ ଆମେ ଧନ୍ୟ। ଏହି ଘଟଣାରୁ ଆପଣଙ୍କ ଦେଶଭକ୍ତି ସଂପୂର୍ଣ୍ଣ ଜଣାପଡ଼ୁଛି ବୋଲି ଫଡ଼ନାଭିସ ତାଚ୍ଛଲ୍ୟ କରି କହିଥିଲେ।

ସୂଚନାଯୋଗ୍ୟ, ପପ୍‌ ସିଙ୍ଗର ରିହାନା ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ୬ଟି ଶବ୍ଦରେ ଗୋଟିଏ ଟ୍ୱିଟ କରିଥିଲେ। ଏହାପରେ ଭାରତୀୟ ସେଲେବ୍ରିଟିମାନେ କାଉଣ୍ଟର ଆଟାକ ଆରମ୍ଭ କରିଥିଲେ। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କେହି ବି ହସ୍ତକ୍ଷେପ କରିବା ଠିକ୍‌ ନୁହେଁ ବୋଲି ସେମାନେ ଟ୍ୱିଟ କରିଥିଲେ।

Related story