ରହସ୍ୟଜନକ ଭାବେ ଅଚଳ ହେଲା ଇନଷ୍ଟାଗ୍ରାମ

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ହଠାତ୍‌ ସମସ୍ୟା ଦେଖାଯାଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମେଟା ଦ୍ୱାରା ପରିଚାଳିତ ଇନଷ୍ଟାଗ୍ରାମ ଆଉକାଉଣ୍ଟ ଅଚଳ ହୋଇଯାଇଥିବା ଅଭିଯୋଗ ହୋଇଛି। ଅନେକ ଲୋକ ସୋଶାଲ ମିଡିଆରେ ସେମାନଙ୍କ ଆକାଉଣ୍ଟ ୩୧ ଅକ୍ଟୋବରରେ ରହସ୍ୟଜନକ ଭାବେ ସସପେଣ୍ଡ ହୋଇଯାଇଥିବା ପୋଷ୍ଟ କରିଛନ୍ତି। ବିନା କୌଣସି ୱାର୍ଣ୍ଣିଂରେ ଆକାଉଣ୍ଟ ଅଚଳ ହୋଇଯାଇଥିବାରୁ ଲୋକମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆକାଉଣ୍ଟ ଖୋଲିବା ମାତ୍ର ଏହା ସସପେଣ୍ଡ ହୋଇଥିବା […]

instagram

  • Published: Monday, 31 October 2022
  • , Updated: 31 October 2022, 09:23 PM IST

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ହଠାତ୍‌ ସମସ୍ୟା ଦେଖାଯାଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମେଟା ଦ୍ୱାରା ପରିଚାଳିତ ଇନଷ୍ଟାଗ୍ରାମ ଆଉକାଉଣ୍ଟ ଅଚଳ ହୋଇଯାଇଥିବା ଅଭିଯୋଗ ହୋଇଛି। ଅନେକ ଲୋକ ସୋଶାଲ ମିଡିଆରେ ସେମାନଙ୍କ ଆକାଉଣ୍ଟ ୩୧ ଅକ୍ଟୋବରରେ ରହସ୍ୟଜନକ ଭାବେ ସସପେଣ୍ଡ ହୋଇଯାଇଥିବା ପୋଷ୍ଟ କରିଛନ୍ତି।

ବିନା କୌଣସି ୱାର୍ଣ୍ଣିଂରେ ଆକାଉଣ୍ଟ ଅଚଳ ହୋଇଯାଇଥିବାରୁ ଲୋକମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆକାଉଣ୍ଟ ଖୋଲିବା ମାତ୍ର ଏହା ସସପେଣ୍ଡ ହୋଇଥିବା ଲେଖୁଛି। ଏହାର ତଳେ ଗୋଟିଏ ଅପସନ ଡିସ୍‌ଆଗ୍ରୀ ୱିଥ ଡିସିନ ବା ସସପେଣ୍ଡ ନିଷ୍ପତ୍ତିରେ ସହମତି ନାହିଁ ରହିଛି। ତେବେ ଏହାକୁ କ୍ଲିକ କଲେ ମଧ୍ୟ ଆକାଉଣ୍ଟ ସଚଳ ହେଉ ନଥିବା ଲୋକମାନେ କହିଛନ୍ତି।

ଡାଉନଡିକ୍ଟେରର ତଥ୍ୟ ଅନୁସାରେ, ଭାରତ ସମେତ ଏକାଧିକ ଦେଶରେ ଲୋମାନେ ଲଗଇନ୍ ଜନିତ ସମସ୍ୟାରେ ପଡ଼ିଛନ୍ତି। କିଛି ଲୋକଙ୍କର ଆକାଉଣ୍ଟ ଲଗଇନ ହେଉ ନଥିବା ବେଳେ ଆଉ କିଛି ସର୍ଭର ସଂଯୋଗ ଜନିତ ସମସ୍ୟାରେ ପଡ଼ିଛନ୍ତି।

ଅନ୍ୟପକ୍ଷରେ ଇନଷ୍ଟାଗ୍ରାମକୁ ପରିଚାଳନା କରୁଥିବା ମେଟା ଲୋକମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ଅବଗତ ଥିବା କହିଛି। ଏଥିସହ ସମସ୍ୟାର ସମାଧାନ ପାଇଁ କମ୍ପାନୀ ଉଦ୍ୟମ କରୁଛି। ମେଟା ପକ୍ଷରୁ ଟ୍ୱିଟ କରାଯାଇଛି ଯେ “ଆମେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଅବଗତ ରହିଛୁ। ଆମେ ଏହାକୁ ସମାଧାନ କରିବାକୁ କାମ କରୁଛୁ ଓ ଅସୁବିଧା ପାଇଁ କ୍ଷମା ମାଗୁଛୁ।”

ତେବେ ସବୁ ଇନଷ୍ଟାଗ୍ରାମଧାରୀ ଏମିତି ସମସ୍ୟାର ସମ୍ମୁଖୀନ ହେଉ ନାହାନ୍ତି। କିଛି ଲୋକ ଏଭଳି ଅସୁବିଧାରେ ପଡ଼ିଛନ୍ତି। ସେହିପରି ମେଟା ମାଲିକାନାରେ ଥିବା ଫେସବୁକ, ହ୍ୱାଟସଆପ ଓ ମେସେଞ୍ଜର ବିନା କୌଣସି ସମସ୍ୟାରେ କାର୍ଯ୍ୟକ୍ଷମ ରହିଛି।
କିଛି ଦିନ ତଳେ ହ୍ୱାଟସଆପ୍‌ ଆକାଉଣ୍ଟଧାରୀ ମଧ୍ୟ ସର୍ଭର ଜନିତ ସମସ୍ୟାରେ ପଡ଼ିଥିଲେ। ପ୍ରାୟ ୨ ଘଣ୍ଟା ପରେ ଏହା ପୁନଃ କାର୍ଯ୍ୟକ୍ଷମ ହୋଇଥିଲା।

Related story