ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କୁ ଧମକ, ତୁରନ୍ତ ଭାରତ ଛାଡ଼

ନୂଆଦିଲ୍ଲୀ: ଥମୁନି ଫିଲ୍ମ କଶ୍ମୀର ଫାଇଲ୍ସକୁ ନେଇ ବିବାଦ। ଏହାକୁ ନେଇ ଏବେ ଭାରତରେ ଥିବା ଇସ୍ରାଏଲ୍ ରାଷ୍ଟ୍ରଦୂତ ନାଓର୍ ଗିଲୋନଙ୍କୁ ଧମକ ମିଳିଛି। ତୁରନ୍ତ ଭାରତ ଛାଡିବାକୁ ତାଙ୍କୁ ଧମକ ଦିଆଯାଇଛି। ପ୍ରକୃତରେ ଇସ୍ରାଏଲ୍ ରାଷ୍ଟ୍ରଦୂୂତ ଦ କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଇସ୍ରାଏଲ୍ ଫିଲ୍ମ ନିର୍ମାତା ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସେ ଭାରତର ଲୋକଙ୍କୁ କ୍ଷମା ମାଗିଥିଲେ। ଏହାପରେ ତାଙ୍କୁ ଟ୍ୱିଟ୍ ଜରିଆରେ ଧମକ ମିଳିଛି। ଯାହାର ସ୍କ୍ରିନ୍‌ସଟ୍‌କୁ ସେ ଶନିବାର ନିଜ […]

israeli-ambassador-nor-gillon

Madhupriya Mistry
  • Published: Sunday, 04 December 2022
  • , Updated: 04 December 2022, 11:54 AM IST

ନୂଆଦିଲ୍ଲୀ: ଥମୁନି ଫିଲ୍ମ କଶ୍ମୀର ଫାଇଲ୍ସକୁ ନେଇ ବିବାଦ। ଏହାକୁ ନେଇ ଏବେ ଭାରତରେ ଥିବା ଇସ୍ରାଏଲ୍ ରାଷ୍ଟ୍ରଦୂତ ନାଓର୍ ଗିଲୋନଙ୍କୁ ଧମକ ମିଳିଛି। ତୁରନ୍ତ ଭାରତ ଛାଡିବାକୁ ତାଙ୍କୁ ଧମକ ଦିଆଯାଇଛି।

ପ୍ରକୃତରେ ଇସ୍ରାଏଲ୍ ରାଷ୍ଟ୍ରଦୂୂତ ଦ କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଇସ୍ରାଏଲ୍ ଫିଲ୍ମ ନିର୍ମାତା ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସେ ଭାରତର ଲୋକଙ୍କୁ କ୍ଷମା ମାଗିଥିଲେ। ଏହାପରେ ତାଙ୍କୁ ଟ୍ୱିଟ୍ ଜରିଆରେ ଧମକ ମିଳିଛି। ଯାହାର ସ୍କ୍ରିନ୍‌ସଟ୍‌କୁ ସେ ଶନିବାର ନିଜ ଟ୍ୱିଟର୍ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି।

ନାଓର୍ ଟ୍ୱିଟ୍ କରି କହିଛନ୍ତି, ‘ଭାରତ ଛାଡିବାକୁ ମୋତେ ଧମକ ମିଳିଛି। ହିଟଲର୍ ଜଣେ ମହାନ ବ୍ୟକ୍ତି ଥିଲେ। ତେବେ ଟ୍ୱିଟ୍ କରି ଏହି ଧମକ ଦେଇଥିବା ବ୍ୟକ୍ତିଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ମୁଁ ତାଙ୍କ ପରିଚୟ ଗୋପନ ରଖିଛି । ତାଙ୍କ ପ୍ରୋଫାଇଲ୍‌ରେ ପିଏଚ୍‌ଡି ଲେଖାଅଛି।’

https://twitter.com/NaorGilon/status/1598943233899646976?s=20&t=2CUa84BVYowr81Y-vNLnbw

ରାଷ୍ଟ୍ରଦୂତଙ୍କ ଏହି ଟୁଇଟ୍ ପରେ ତାଙ୍କୁ ଭାରତରୁ ବହୁତ ସମର୍ଥନ ମିଳିଛି। ପ୍ରଥମ ଟୁଇଟ୍ ପରେ ଗିଲନ୍ ଅନ୍ୟ ଏକ ଟ୍ୱିଟ କରି ଭାରତବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ‘ପୂର୍ବ ଟ୍ୱିଟରେ ବହୁତ ପ୍ରେମ ମିଳିଥିଲା। ଏହା ଦେଖି ମୋତେ ବେଶ୍ ଭଲ ଲାଗିଲା। ସେହି ବାର୍ତ୍ତା ବାଣ୍ଟିବାର ଉଦ୍ଦେଶ୍ୟ କେବଳ ଜଣାଇବା ଥିଲା ଯେ ଆଜି ମଧ୍ୟ ଲୋକମାନଙ୍କ ମଧ୍ୟରେ ଯିହୁଦୀ ବିରୋଧୀ ଭାବନା ରହିଛି । ଆମେ ଏହାକୁ ଏକାଠି ବିରୋଧ କରିବା ଆବଶ୍ୟକ।’

ପ୍ରକୃତରେ ଇସ୍ରାଏଲ୍‌ର ଫିଲ୍ମ ନିର୍ମାତା ନାବଦ ଲାପିଡ୍ ଗୋଆରେ ଅୟୋଜିତ ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଉଦ୍‌ଯାପନୀ ସମାରୋହରେ ଭାରତୀୟ ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଏହି ଫିଲ୍ମ ଏକ ଅଶ୍ଳୀଳ ଓ ପ୍ରୋପାଗଣ୍ଡା। ତାଙ୍କର ଏହି ବିବାଦୀୟ ମନ୍ତବ୍ୟ ପରେ ଚାରିଆଡୁ ତାଙ୍କୁ ବରୋଧ କରାଯାଇଛି। ସାରା ଦେଶରେ ହଙ୍ଗାମା ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ଫିଲ୍ମ ଦ କଶ୍ମୀର ଫାଇଲ୍ସ ରିଲିଜ ହୋଇଥିଲା। ୧୯୯୦ରେ କଶ୍ମୀର ଉପତ୍ୟକାରୁ ହିନ୍ଦୁମାନଙ୍କ ପଳାୟନ ଓ କଶ୍ମୀର ପଣ୍ଡିତଙ୍କ ନରସଂହାର ଉପରେ ଏହାର କାହାଣୀ ଆଧାରିତ।

Related story