ଅନ୍ତର୍ଜାତୀୟ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ, ୨ ଗିରଫ

ଶ୍ରୀନଗର: ୟୁରୋପରେ ପରିଚାଳିତ ହେଉଥିବା ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି ଜମ୍ମୁକଶ୍ମୀର ପୁଲିସ। ଏଥିସହ ଜମ୍ମୁକୁ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଫଠାଇବାରେ ସମ୍ପୃକ୍ତ ଥିବା ଦୁଇ ସଦସ୍ୟଙ୍କୁ ପୁଲିସ ଗିରଫ ମଧ୍ୟ କରିଛି। ଡୋଡାର ଚାନ୍ଦ ବୋଷ ଓ ଜମ୍ମୁର କ୍ୟାମ୍ପ ଗୁଜରାଲର ସମଶେର ସିଂହଙ୍କୁ ପୁଲିସ ଆର୍‌ଏସ୍‌ପୁରାର ଅନ୍ତର୍ଜାତୀୟ ସୀମା ନିକଟ ବାସପୁର ବଙ୍ଗଳା ଅଞ୍ଚଳରେ ଡ୍ରୋନ୍ ଦ୍ୱାରା ଅସ୍ତ୍ରଶସ୍ତ୍ର ପକାଇବା ବେଳେ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ […]

Jammu police

Madhupriya Mistry
  • Published: Monday, 31 October 2022
  • , Updated: 31 October 2022, 10:16 AM IST

ଶ୍ରୀନଗର: ୟୁରୋପରେ ପରିଚାଳିତ ହେଉଥିବା ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି ଜମ୍ମୁକଶ୍ମୀର ପୁଲିସ। ଏଥିସହ ଜମ୍ମୁକୁ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଫଠାଇବାରେ ସମ୍ପୃକ୍ତ ଥିବା ଦୁଇ ସଦସ୍ୟଙ୍କୁ ପୁଲିସ ଗିରଫ ମଧ୍ୟ କରିଛି।

ଡୋଡାର ଚାନ୍ଦ ବୋଷ ଓ ଜମ୍ମୁର କ୍ୟାମ୍ପ ଗୁଜରାଲର ସମଶେର ସିଂହଙ୍କୁ ପୁଲିସ ଆର୍‌ଏସ୍‌ପୁରାର ଅନ୍ତର୍ଜାତୀୟ ସୀମା ନିକଟ ବାସପୁର ବଙ୍ଗଳା ଅଞ୍ଚଳରେ ଡ୍ରୋନ୍ ଦ୍ୱାରା ଅସ୍ତ୍ରଶସ୍ତ୍ର ପକାଇବା ବେଳେ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ନିକଟରୁ ଚାରୋଟି ପିସ୍ତଲ, ୮ଟି ମାଗାଜିନ୍ ଓ ୪୭ଟି ଗୁଳି ଜବତ କରାଯାଇଛି।

ଅଧିକାରୀଙ୍କ କହିବା ମୁତାବକ, ଏହି ଆତଙ୍କୀ ମଡ୍ୟୁଲର ଅପରେଟର୍ ୟୁରୋପରେ ଅଛନ୍ତି ବୋଲି ଉଭୟଙ୍କୁ ପଚରାଉଚରା ବେଳେ ଜଣାପଡିଛି। ଉଭୟ ବୋଷ ଓ ସମଶେରା ସିଂହ ବଲବିନ୍ଦର ନାମକ ଜଣେ ଓଭରଗ୍ରାଉଣ୍ଡ କର୍ମଚାରୀଙ୍କ ଯୋଗାଯୋଗରେ ଥିଲେ। ଏହି ବଲବିନ୍ଦର ଜମ୍ମୁର ବାସିନ୍ଦା ଏବଂ ସେ ଏବେ ୟୁରୋପରେ ଅଛନ୍ତି।

ପୁଲିସ ସୂଚନ ମୁତାବକ, ଏହି ଦୁଇ ଅଭିଯୁକ୍ତ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ପାଇଁ କାମ କରୁଥିଲେ। ବଲବିନ୍ଦର ଉଭୟ ଅଭିଯୁକ୍ତଙ୍କ ସମେତ ପାକିସ୍ତାନରେ ଅସ୍ତ୍ରଶସ୍ତ୍ର ପରିବହନ ଅପରେଟରଙ୍କ ସହ ଲିଙ୍କରେ ଥିଲା।

Related story