ହସ୍ତକ୍ଷେପ କଲେ ମୋଦି: ବାଂଲାଦେଶରୁ ଦିଲ୍ଲୀ ଏମ୍‌ସକୁ ଏୟାର ଲିଫ୍ଟି ହେଲା ଏମବିବିଏସ ଛାତ୍ର

ଜମ୍ମୁ: ବାଂଲାଦେଶରେ ଏମବିବିଏସ ପଢ଼ୁଥିବା  ଜଣେ ଭାରତୀୟ ଛାତ୍ର ଦୁର୍ଘଟଣାରେ ଗୁରୁତର ହେବା ପରେ ତାଙ୍କର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଭାରତ ସରକାର। ସଙ୍କଟାପନ୍ନ ଅବସ୍ଥାରେ ଥିବା ସମ୍ପୃକ୍ତ ଛାତ୍ରଙ୍କୁ ଦିଲ୍ଲୀ ଏମସ୍‌କୁ ଏୟାର ଲିଫ୍ଟି କରିଛନ୍ତି ଭାରତ ସରକାର।  ଜମ୍ମୁ କଶ୍ମୀରିର ସୋଏବ ଲୋନେ ନାମକ ଜଣେ ଛାତ୍ର ଢାକାର  ଏକ ମେଡିକାଲରେ କଲେଜରେ ଅଧ୍ୟୟନ କରନ୍ତି। ଏକ ଦୁର୍ଘଟଣାରେ ଶିକାର ହେବା ପରେ ତାଙ୍କର ଜରୁରୀକାଳିନ ଚିକିତ୍ସା ଲାଗି ଢାକାରୁ ନୂଆଦିଲ୍ଲୀକୁ  […]

pm modi

Tapas Behera
  • Published: Monday, 13 June 2022
  • , Updated: 13 June 2022, 02:36 PM IST

ଜମ୍ମୁ: ବାଂଲାଦେଶରେ ଏମବିବିଏସ ପଢ଼ୁଥିବା  ଜଣେ ଭାରତୀୟ ଛାତ୍ର ଦୁର୍ଘଟଣାରେ ଗୁରୁତର ହେବା ପରେ ତାଙ୍କର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଭାରତ ସରକାର। ସଙ୍କଟାପନ୍ନ ଅବସ୍ଥାରେ ଥିବା ସମ୍ପୃକ୍ତ ଛାତ୍ରଙ୍କୁ ଦିଲ୍ଲୀ ଏମସ୍‌କୁ ଏୟାର ଲିଫ୍ଟି କରିଛନ୍ତି ଭାରତ ସରକାର।  ଜମ୍ମୁ କଶ୍ମୀରିର ସୋଏବ ଲୋନେ ନାମକ ଜଣେ ଛାତ୍ର ଢାକାର  ଏକ ମେଡିକାଲରେ କଲେଜରେ ଅଧ୍ୟୟନ କରନ୍ତି। ଏକ ଦୁର୍ଘଟଣାରେ ଶିକାର ହେବା ପରେ ତାଙ୍କର ଜରୁରୀକାଳିନ ଚିକିତ୍ସା ଲାଗି ଢାକାରୁ ନୂଆଦିଲ୍ଲୀକୁ  ଏୟାରଲିଫ୍ଟି କରାଯାଇଛି। ଏ ସମ୍ପର୍କରେ ବିଜେପି ଜମ୍ମୁ-କଶ୍ମୀର  ସଭାପତି ରବୀନ୍ଦ୍ର ରୈନା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ସୋଏବ ତାଙ୍କର ଦୁଇ ଜଣ କଲେଜ ସହଯୋଗୀ ଏକ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ।  ସେମାନଙ୍କ ମଧ୍ୟରୁ ଜଣକର ଘଟଣାସ୍ଥଳରେ ମ୍ୟୁତ୍ୟୁ ଘଟିଥିବା ବେଳେ ସୋଏବ ଗୁରୁତର ହୋଇଥିଲେ। ସେ ଢାକାରେ ଚିକିତ୍ସିତ ହେଉଥିଲେ। ସେ କୋମା ଅବସ୍ଥାକୁ ଚାଲିଯାଇଛନ୍ତି।

ତେବେ ରଜୌରି ଗସ୍ତରେ ଯାଇ  ରୈନା ସୋଏବଙ୍କ ବାପା ମହମ୍ମଦ ଅସକାମ ଲୋନେଙ୍କୁ ଭେଟିଥିଲେ। ସୋଏବଙ୍କ ବାପାଙ୍କଠାରୁ ସବୁ ଘଟଣା ଶୁଣିବା ପରେ ତାଙ୍କୁ ସହାୟତା ପାଇଁ ରୈନା ପିଏମଓ ସହ ଯୋଗାଯୋଗ କରିଥିଲେ। ଏହା ପରେ ପିଏମଓ ପକ୍ଷରୁ ସମସ୍ତ ତଥ୍ୟ ମଗାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ସମ୍ପୃକ୍ତ ଛାତ୍ରଙ୍କ ପରିବାରକୁ  ସମସ୍ତ ସହାୟତା ଯୋଗାଇ ଦେବାକୁ କହିଥିଲେ। ଏହାପରେ ଭାରତୀୟ ଆମ୍ବାଶାଡର ଦୁର୍ଘଟଣାଗସ୍ତ ଛାତଙ୍କୁ ସେଠିକାର ମେଡିକାଲ ଯାଇ ଭେଟିଥିଲେ।

ପରେ ସେଠାରୁ ତାଙ୍କୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତର ପାଇଁ ଏୟାଲିଫ୍ଟି ବ୍ୟବସ୍ଥା କରିଥିଲେ। ତେବେ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୈନା। ଦୁର୍ଘଟଣାଗସ୍ତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଭାରତ ସରକାର ସମସ୍ତ ପଦକ୍ଷେପ ନେଇଥିବା ରୈନା କହିଛନ୍ତି। ସୋଏବଙ୍କ ବାପା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ସେ କହିଛନ୍ତି ଯେ ତାଙ୍କ ପୁଅର ଚିକିତ୍ସା ପାଇଁ ସେ ୧୦ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ହେଲେ ସମସ୍ତ ଅର୍ଥ ତାଙ୍କ ସେଠିକାର ଚିକିତ୍ସାରେ ଖର୍ଚ୍ଚ ହୋଇଯାଇଛି। ପିଲାକୁ ଆଣି ଦିଲ୍ଲୀରେ ଚିକିତ୍ସା କାରିବା ସମ୍ଭବ ନଥିଲା। ଏଥିପାଇଁ ମୁଁ ଭାରତ ସରକାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି।

Related story