ଅଜବ ନିୟମ: ମୋଦିଙ୍କ ରାଲି ପାଇଁ ସାମ୍ବାଦିକ ଦେବେ 'କ୍ୟାରେକ୍ଟର ସାର୍ଟିଫିକେଟ୍‌'

ନୂଆଦିଲ୍ଲୀ: ଏଣିକି ସାମ୍ବାଦିକଙ୍କୁ ଦେବାକୁ ପଡିବ କ୍ୟାରେକ୍ଟର ସାର୍ଟିଫିକେଟ୍‌ ବା ଚରିତ୍ର ପ୍ରମାଣ ପତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାବେଶ ବା କୌଣସି ରାଲି ଯୋଗ ଦେବାକୁ ହେଲେ ତା’ପୂର୍ବରୁ ସାମ୍ବାଦିକମାନେ ନିଜ ନିଜ କ୍ୟାରେକ୍ଟର ସାର୍ଟିଫିକେଟ ଦେବେ। ଏଭଳି କିଛି ଅଜବ ନିୟମ ଜାରି କରିଛନ୍ତି ହିମାଚଳ ପ୍ରଦେଶ ସରକାର। ଆସନ୍ତାକାଲି ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ସାଙ୍ଗକୁ ରାଲି ରହିଛି। ଏହି ସମୟରେ ଯେଉଁ ସାମ୍ବାଦିକମାନେ ଯୋଗ ଦେବେ ସେମାନେ କ୍ୟାରେକ୍ଟର […]

PMModi

PMModi

Madhupriya Mistry
  • Published: Tuesday, 04 October 2022
  • Updated: 04 October 2022, 12:35 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ସାମ୍ବାଦିକଙ୍କୁ ଦେବାକୁ ପଡିବ କ୍ୟାରେକ୍ଟର ସାର୍ଟିଫିକେଟ୍‌ ବା ଚରିତ୍ର ପ୍ରମାଣ ପତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାବେଶ ବା କୌଣସି ରାଲି ଯୋଗ ଦେବାକୁ ହେଲେ ତା'ପୂର୍ବରୁ ସାମ୍ବାଦିକମାନେ ନିଜ ନିଜ କ୍ୟାରେକ୍ଟର ସାର୍ଟିଫିକେଟ ଦେବେ। ଏଭଳି କିଛି ଅଜବ ନିୟମ ଜାରି କରିଛନ୍ତି ହିମାଚଳ ପ୍ରଦେଶ ସରକାର।

ଆସନ୍ତାକାଲି ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ସାଙ୍ଗକୁ ରାଲି ରହିଛି। ଏହି ସମୟରେ ଯେଉଁ ସାମ୍ବାଦିକମାନେ ଯୋଗ ଦେବେ ସେମାନେ କ୍ୟାରେକ୍ଟର ସାର୍ଟିଫିକେଟ ଦେବେ। ରିପୋର୍ଟର ଓ ଫଟୋ ଏବଂ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କ ପାଇଁ ଏହି ନିୟମ ରହିଛି। ହିମାଚଳ ପ୍ରଦେଶ ସରକାରର ପ୍ରଶାସନ ସେପ୍ଟେମ୍ବର ୨୯ରେ ଏହି ନୂଆ ନିୟମ ଜାରି କରିଥିଲା।

ଅକ୍ଟୋବର ୧ ସୁଦ୍ଧା କ୍ୟାରେକ୍ଟର ସାର୍ଟିଫିକେଟ ଦେଇ ଆଇଡି କାର୍ଡ ତାଥା ସୁରକ୍ଷା ପାସ୍‌ ନେବାକୁ କହିଥିଲା। ସୁରକ୍ଷା ବ୍ୟବସ୍ଥାକୁ ଦେଖି ଏପରି କରାଯାଇଛି ହିମାଚଳ ସରକାର ପକ୍ଷରୁ କୁହାଯାଇଛି। କେବଳ ଘରୋଇ ଟିଭି ଓ ଖବରକାଗଜର ସାମ୍ବାଦିକମାନେ ନୁହେଁ ବରଂ ଦୂରଦର୍ଶନ ଓ ଅଲ୍ ଇଣ୍ଡିଆ ରେଡିଓର ସାମ୍ବାଦିକମାନେ ମଧ୍ୟ କ୍ୟାରେକ୍ଟର ସାର୍ଟିଫିକେଟ ପ୍ରଦାନ କରିବେ। ଏହି କ୍ୟାରେକ୍ଟର ସାର୍ଟିଫିକେଟ ଏସପି, ସିଆଇଡି ପ୍ରଦାନ କରିବେ। ତେବେ ଏହି ଅଜବ ନିୟମକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଅନେକ ସାମ୍ବାଦିକ ଏହାକୁ ବିରୋଧ କରିଛନ୍ତି।

ଆମ୍‌ ଆଦମୀ ପାର୍ଟିର ମୁଖପାତ୍ର ପଙ୍କଜ ପଣ୍ଡିତ ମଧ୍ୟ ଏଭଳି ଅଜବ ନିୟମକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, 'ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ୨୨ ବର୍ଷ କ୍ୟାରିଅରରେ ସେ ପ୍ରଥମ ଥର ପାଇଁ ଏଭଳି 'ବିଚିତ୍ର' ନିୟମ ଦେଖୁଛନ୍ତି।' ମୋଦି ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶ ଆସୁ ନାହାନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ଆସିଛନ୍ତି। ରାଜ୍ୟରେ ନିଜ ଦଳର ସରକାର ରହିଛି। ଏବେ ସାମ୍ବାଦିକଙ୍କୁ କ୍ୟାରେକ୍ଟର ସାର୍ଟିଫିକେଟ ଦେବାକୁ କହି ତାଙ୍କୁ ଅପମାନିତ କରାଯାଉଛି ବୋଲି ପଙ୍କଜ କହିଛନ୍ତି। ଏଥିସହ ଏଭଳି ନିୟମକୁ ସେ ନିନ୍ଦା କରିଛନ୍ତି।

ହିମାଚଳ ପ୍ରଦେଶ କଂଗ୍ରେସର ନେତା ନରେଶ ଚୌହ୍ୱାନ କହିଛନ୍ତି, ଏପରି କରି ବାକ୍ ସ୍ୱାଧୀନତା ଉପରେ ରୋକ୍ ଲଗାଇବାକୁ ପ୍ରୟାସ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ମୋଦି ହିମାଚଳ ପ୍ରଦେଶ ଗସ୍ତରେ ଯାଇ ବିଳାସପୁରରେ ଏମ୍ସର ନୂଆ କ୍ୟାମ୍ପସର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story