ଯୋଗୀଙ୍କ ପୂର୍ବରୁ ଜଣେ ମାତ୍ର ମୁଖ୍ୟମନ୍ତ୍ରୀ ଗୋରଖପୁରରୁ ଲଢ଼ିଛନ୍ତି ଓ ହାରିଛନ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁର ହେଉଛି ବିଜେପିର ଗଡ଼। ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୋରଖପୁରର ସମ୍ପର୍କ ଅତି ନିବିଡ଼। ଗୋରଖପୁର ହେଉଛି ପୂର୍ବାଞ୍ଚଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଠାରେ ଗୋରଖନାଥ ଧାମ ବା ମଠ ରହିଛି। ଏହାର ମୁଖିଆ ହେଉଛନ୍ତି ନିଜେ ଯୋଗୀ ଆଦିତ୍ୟନାଥ। ଖାସ ଏହି କାରଣରୁ ପାଇଁ ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଯୋଗୀ ଆଦିତ୍ୟନାଥଙ୍କୁ ଏଠାରେ ପ୍ରାର୍ଥୀ କରିଛି। ଏହା ଯୋଗୀଙ୍କ ପ୍ରଥମ ବିଧାନସଭା ନିର୍ବାଚନ। ଯୋଗୀଙ୍କ ଗୁରୁ ମହନ୍ତ […]

yogi1

Hemant Lenka
  • Published: Thursday, 20 January 2022
  • , Updated: 20 January 2022, 07:40 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁର ହେଉଛି ବିଜେପିର ଗଡ଼। ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୋରଖପୁରର ସମ୍ପର୍କ ଅତି ନିବିଡ଼। ଗୋରଖପୁର ହେଉଛି ପୂର୍ବାଞ୍ଚଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଠାରେ ଗୋରଖନାଥ ଧାମ ବା ମଠ ରହିଛି।

ଏହାର ମୁଖିଆ ହେଉଛନ୍ତି ନିଜେ ଯୋଗୀ ଆଦିତ୍ୟନାଥ। ଖାସ ଏହି କାରଣରୁ ପାଇଁ ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଯୋଗୀ ଆଦିତ୍ୟନାଥଙ୍କୁ ଏଠାରେ ପ୍ରାର୍ଥୀ କରିଛି। ଏହା ଯୋଗୀଙ୍କ ପ୍ରଥମ ବିଧାନସଭା ନିର୍ବାଚନ। ଯୋଗୀଙ୍କ ଗୁରୁ ମହନ୍ତ ଅବୈଦ୍ୟନାଥଙ୍କ ସମୟରେ ଏହି ମଠ ଗୋରଖପୁର ରାଜନୀତିର ପ୍ରାଣ କେନ୍ଦ୍ର ପାଲଟିଥିଲା।

ଗୋରଖପୁରରୁ ମହନ୍ତ ଅବୈଦ୍ୟନାଥ ୫ ଥର ଏଠାରେ ଥିବା ଗୋଟିଏ ଆସନରୁ ବିଧାନସଭା ନିର୍ବାଚିତ ହୋଇଥିଲେ। ଗୋରଖପୁର ଜିଲ୍ଲାରେ ଥିବା ମଣିରାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମହନ୍ତ ଅବୈଦ୍ୟନାଥ ୧୯୬୨, ୧୯୬୭, ୧୯୬୯,୧୯୭୪ ଓ ୧୯୭୭ ମସିହାରେ ଜିତିଥିଲେ।

ମହନ୍ତ ଅବୈଦ୍ୟନାଥଙ୍କ ଗୁରୁ ମହନ୍ତ ଦିଗବିଜୟ ନାଥ ଗୋରଖପୁରରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ୧୯୬୯ରେ ମହନ୍ତ ଦିଗବିଜୟ ନାଥଙ୍କ ଦେହାନ୍ତ ହେବାରୁ ଗୋରଖପୁର ଲୋକସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମହନ୍ତ ଅବୈଦ୍ୟନାଥ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।

ଏଥିପାଇଁ ସେ ଉତ୍ତର ପ୍ରଦେଶ ବିଧାନସଭାରୁ ଇସ୍ତଫା ଦେଇଥିଲେ। ଏସବୁ ଭିତରେ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଦେଖାଯିବାରୁ ୧୮ ଦିନ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଏହାପରେ ୧୯୬୯ରେ ଇନ୍ଦିରା ଗାନ୍ଧିଙ୍କ କଂଗ୍ରେସରୁ ଅଲଗା ହୋଇ ଗଠନ ହୋଇଥିବା କଂଗ୍ରେସ(ଓ)ର ନେତା ତ୍ରିଭୂବନ ନରେନ ସିଂହ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ।

୧୯୭୦ ଅକ୍ଟୋବର ମାସରେ ଯେତେବେଳେ ତ୍ରିଭୂବନ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଲେ ସେତେବେଳେ ୟୁପି ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନଥିଲେ। ସେହି ସମୟରେ ମହନ୍ତ ଅବୈଦ୍ୟନାଥ ଗୋରଖପୁରର ମଣିରାମ ଆସନରୁ ଇସ୍ତଫା ଦେଇ ଲୋକସଭା ଯାଇଥିବାରୁ ଏହା ଖାଲି ପଡ଼ିଥିଲା। ତେଣୁ ତ୍ରିଭୂବନ ଏଠାରୁ ନିର୍ବାଚନ ଲଢ଼ି ବିଧାନସଭାକୁ ଯିବାକୁ ଚାହିଁଥିଲେ। ତ୍ରିଭୂବନଙ୍କ ସରକାରକୁ ମହନ୍ତ ଅବୈଦ୍ୟନାଥ ମଧ୍ୟ ସମର୍ଥନ କରିଥିଲେ।

ହେଲେ ତ୍ରିଭୂବନଙ୍କ ବିରୋଧରେ କଂଗ୍ରେସ (ଆଇ) ରାମକୃଷ୍ଣ ଦ୍ୱିବେଦୀଙ୍କୁ ପ୍ରାର୍ଥୀ କରିଥିଲା। ସବୁ ପ୍ରକାରର ସରକାରୀ ବଳ ଓ କଳ ଲଗାଇବା ସତ୍ତ୍ୱେ ତ୍ରିଭୂବନ ଗୋରଖପୁରର ମଣିରାମ ଆସନରେ ହାରି ଯାଇଥିଲେ। ନିର୍ବାଚନ ହାରି ଥିବାରୁ ୧୯୭୧ ମସିହା ଏପ୍ରିଲ ମାସରେ ସେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଗୋରଖପୁରର କୌଣସି ଆସନରୁ ହାରିବା ହେଉଛି ଏକମାତ୍ର ଓ ପ୍ରଥମ ଘଟଣା।

ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଗୋରଖପୁର ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ୧୯୭୧ର ଇତିହାସର ପୁନରାବୃତ୍ତି ଯେମିତି ଯୋଗୀଙ୍କ କ୍ଷେତ୍ରରେ ନ ଘଟିବ, ସେ ଆଶା ବିଜେପି ରଖିଛି।

Related story