୪୯ତମ ସିଜେଆଇ ଭାବେ ଶପଥ ନେଲେ ଜଷ୍ଟିସ ୟୁୟୁ ଲଳିତ

ନୂଆଦିଲ୍ଲୀ: ଦେଶର ୪୯ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ୟୁୟୁ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିପାଇଁ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଦାୟୀ ସିଜେଆଇ ଜଷ୍ଟିସ ଏନଭି ରମନ୍ନାଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ […]

CJI

  • Published: Saturday, 27 August 2022
  • , Updated: 27 August 2022, 11:20 AM IST

ନୂଆଦିଲ୍ଲୀ: ଦେଶର ୪୯ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ୟୁୟୁ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିପାଇଁ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏଥିରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଦାୟୀ ସିଜେଆଇ ଜଷ୍ଟିସ ଏନଭି ରମନ୍ନାଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ

୬୪ ବର୍ଷୀୟ ଜଷ୍ଟିସ ଲଳିତ ସିଜେଆଇ ଭାବେ ୭୪ ଦିନ କାମ କରିବେ। ତାଙ୍କ କାର୍ଯ୍ୟକାଳ ନଭେମ୍ବର ୮ରେ ଶେଷ ହେବ। ଶୁକ୍ରବାର ସିଜେଆଇ ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।

ସେ ଗତକାଲି ବିଭିନ୍ନ ମାମଲାର ବିଧିବଦ୍ଧ ଶୁଣାଣି କରିବା ପରେ ବିଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହାପରେ ସେ ଜଷ୍ଟିସ ଲଳିତଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ନ୍ୟାପାଳିକା ଅନ୍ୟ ସାମ୍ବିଧାନିକ ସଂସ୍ଥା ଠାରୁ ଭିନ୍ନ ବୋଲି ଜଷ୍ଟିସ ରମନ୍ନା କହିଥିଲେ।


ଜଷ୍ଟିସ ୟୁୟୁ ଲଳିତ ଓକିଲ ଭାବେ କାର୍ଯ୍ୟ କରୁଥିବା ବେଳେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ଏହାପରେ ସେ ସିଜେଆଇ ହେବାର ଗୌରବ ହାସଲ କରିଛନ୍ତି। ଏପରି ସଫଳତା ପାଇବାରେ ସେ ଦ୍ୱିତୀୟ ବ୍ୟକ୍ତି।

Related story