ନିର୍ବାଚନ ପୂର୍ବରୁ ୫୦ ଲକ୍ଷ ଚାକିରିର ପ୍ରତିଶ୍ରୁତି ଦେଲେ କମଲ ହାସନ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଜୋରଦାର ଲଢ଼େଇ କରିବ ଅଭିନେତା କମଲ ହାସନଙ୍କ ପାର୍ଟି ଏମଏନଏମ। ଆଜି ଦଳର ସଭାପତି କମଲ ହାସନ ନିର୍ବାଚନ ପାଇଁ ଦଳର ଏଜେଣ୍ଡାକୁ ସାର୍ବଜନୀନ କରିଛନ୍ତି। ଏଥିରେ ମହିଳା, ଯୁବଗୋଷ୍ଠୀ ଓ କ୍ରୀଡ଼ାର ବିକାଶ ସମ୍ପର୍କରେ ଅନେକ ପ୍ରତିଶ୍ରୁତି ଦିଆଯାଇଛି। ଏମଏନଏମ ତାମିଲନାଡୁରେ କ୍ଷମତା ଦଖଲ କଲେ ୫୦ ଲକ୍ଷ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। କମଲା ହାସନଙ୍କ ଦଳ କହିଛି ଯେ ଘରେ ରହି ବିଭିନ୍ନ […]

Kamal-Hasan

Hemant Lenka
  • Published: Wednesday, 03 March 2021
  • , Updated: 03 March 2021, 06:05 PM IST

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଜୋରଦାର ଲଢ଼େଇ କରିବ ଅଭିନେତା କମଲ ହାସନଙ୍କ ପାର୍ଟି ଏମଏନଏମ। ଆଜି ଦଳର ସଭାପତି କମଲ ହାସନ ନିର୍ବାଚନ ପାଇଁ ଦଳର ଏଜେଣ୍ଡାକୁ ସାର୍ବଜନୀନ କରିଛନ୍ତି। ଏଥିରେ ମହିଳା, ଯୁବଗୋଷ୍ଠୀ ଓ କ୍ରୀଡ଼ାର ବିକାଶ ସମ୍ପର୍କରେ ଅନେକ ପ୍ରତିଶ୍ରୁତି ଦିଆଯାଇଛି। ଏମଏନଏମ ତାମିଲନାଡୁରେ କ୍ଷମତା ଦଖଲ କଲେ ୫୦ ଲକ୍ଷ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

କମଲା ହାସନଙ୍କ ଦଳ କହିଛି ଯେ ଘରେ ରହି ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରୁଥିବା ଲୋକଙ୍କୁ ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦା ମିଳିବ। ସେମାନଙ୍କ ସାମଗ୍ରୀ ପାଇଁ ଆର୍ଥିକ ବ୍ୟବସ୍ଥା ମଧ୍ୟ କରାଯିବ। ରାଜ୍ୟରେ ଥିବା ସମସ୍ତ ସରକାରୀ ଚାକିରିରେ ମହିଳାଙ୍କ ସଂଖ୍ୟା ୫୦% ରହିବ।

ପ୍ରତି ଜିଲ୍ଲାରେ ଥିବା ହଷ୍ଟେଲଗୁଡ଼ିକ ଜରୁରୀ କାଳୀନ ସମୟରେ ମହିଳାଙ୍କ ମାଗଣା ରାତ୍ର ରହଣୀର ବ୍ୟବସ୍ଥା କରିବେ। ଏଥିପାଇଁ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯିବ। ଯଦି ଏମଏନଏମ କ୍ଷମତା ଦଖଲ କରିବ ତା’ହେଲେ ସାନିଟାରୀ ନାପକିନ୍‌କୁ ପିଡିଏସ ଆଉଟ ଲେଟ୍‌ରେ ସହର ଓ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଏହା ଯୋଗାଇ ଦିଆଯିବ।

ଯୁବଗୋଷ୍ଠୀଙ୍କୁ ୫୦ ଲକ୍ଷ ଚାକିରି ଯୋଗାଇ ଦିଆଯିବ। ଯୁବଗୋଷ୍ଠୀ ଏହି ଚାକିରି ଗୁଡ଼ିକ ନିଜ ଅଞ୍ଚଳର ୧୦୦ କିମି ମଧ୍ୟରେ ପାଇବେ। ସବୁ ଗ୍ରାଜ୍ୟୁଏଟଙ୍କୁ ଚାକିରି ମିଳିବ। କାମ ତୁମେ ମାଗ ନାହିଁ। କାମ ତୁମକୁ ମାଗିବ ବୋଲି ଏମଏନଏମ କହିଛି। ଦଳ ଆହୁରି କହିଛି ଯେ ଯେଉଁ ସଂସ୍ଥା ୫ରୁ ଅଧିକ ଯୁବକଙ୍କୁ ଚାକିରି ଦେଇଥିବ, ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ।

କ୍ରୀଡ଼ାର ବିକାଶ ସମ୍ପର୍କରେ ଏମଏନ୍‌ଏମ ପ୍ରତିଶ୍ରୁତି ଦେଇ କହିଛି ଯେ ଜଲ୍ଲିକାଟୁକୁ ଅଧିକ ଆକାର୍ଷଣୀୟ କରାଯିବ। ଏଥିସହ ଏହାକୁ ଅଧିକରୁ ଅଧିକ ଅନ୍ତୀର୍ଜାତୀୟ ଦର୍ଶକ କେମିତି ଦେଖିବେ, ତା’ର ବ୍ୟବସ୍ଥା କରାଯିବ। ଡିସିପ୍ଲିନ, ଟାଇମ ମ୍ୟାନେଜମେଣ୍ଟ ଓ ଫିଟନେଶ ଉପରେ ଏମଏନଏମ କାମ କରିବ।

ତାମିଲନାଡୁକୁ ଫିଟ୍‌ ରଖିବା ଏମଏନଏମର ଲକ୍ଷ୍ୟ। ତାମିଲନାଡୁ ଫିଟ୍‌ ଅଭିଯାନ ସ୍କୁଲ, କଲେଜ ଓ ଘରେ ଆରମ୍ଭ କରାଯିବ। ତାମିଲନାଡୁର ପ୍ରତିଟି ପଞ୍ଚାୟତ ୟୁନିୟନରେ ବିଶ୍ୱସ୍ତରୀୟ କ୍ରୀଡ଼ା କମ୍ପ୍ଲେକ୍ସ ପ୍ରତିଷ୍ଠା କରିବାକୁ ମଧ୍ୟ ଏମଏନଏମ ପ୍ରତିଶ୍ରୁତି ଦେଇଛି।

Related story