ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କନଷ୍ଟେବଳ ନିଲମ୍ବିତ

କାନପୁର: ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ଏବଂ ଜଣେ ମହିଳା ଆଇଏସ ଅଧିକାରୀଙ୍କ ବିରୋଧରେ ମନ୍ତବ୍ୟ। କାନପୁର କ୍ରାଇବ୍ରାଞ୍ଚରେ ଚାକିରି କରୁଥିବା ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ଆପତ୍ତିଜନମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ କନଷ୍ଟେବଳ ହେଉଛନ୍ତି ଅଜୟ ଗୁପ୍ତା। ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଭୟଙ୍କ ବିରୋଧରେ ଅଶୋଭନୀୟ ପୋଷ୍ଟ କରିଥିଲେ।  ଅଜୟ ଗୁପ୍ତା ଏକାଧିକ ବିବାଦୀୟ ଟ୍ୱିଟ୍ ଏବଂ […]

PM-modi

  • Published: Saturday, 20 August 2022
  • , Updated: 20 August 2022, 10:23 AM IST

କାନପୁର: ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ଏବଂ ଜଣେ ମହିଳା ଆଇଏସ ଅଧିକାରୀଙ୍କ ବିରୋଧରେ ମନ୍ତବ୍ୟ। କାନପୁର କ୍ରାଇବ୍ରାଞ୍ଚରେ ଚାକିରି କରୁଥିବା ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ଆପତ୍ତିଜନମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ କନଷ୍ଟେବଳ ହେଉଛନ୍ତି ଅଜୟ ଗୁପ୍ତା। ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଭୟଙ୍କ ବିରୋଧରେ ଅଶୋଭନୀୟ ପୋଷ୍ଟ କରିଥିଲେ।  ଅଜୟ ଗୁପ୍ତା ଏକାଧିକ ବିବାଦୀୟ ଟ୍ୱିଟ୍ ଏବଂ ଜବାବ ରଖିଥିଲେ। ଏହା ପରେ ଅଜୟ କୁମାରଙ୍କ ଟ୍ୱିଟର  ସ୍କ୍ରିନସଟ୍‌ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଗରୁତର ସହ ନେଇ ପ୍ରଶାନ ପକ୍ଷରୁ ଯାଞ୍ଚ କରାଯାଇଥିଲା। ତଦନ୍ତ ପରେ  କନଷ୍ଟେବଳଙ୍କୁ କାର୍ଯ୍ୟାରୁ ନିଲମ୍ବିତ କରାଯାଇଛି।

ଦୀର୍ଘ ଦିନ ହେବ  ଅଜୟ ଗୁପ୍ତା କାନପୁର କ୍ରାଇମବ୍ରାଞ୍ଚ ଶାଖାରେ ଅବସ୍ଥାପିତ ଅଛନ୍ତି । ଗତ ଅଗଷ୍ଟ ୧୪ରେ ପୁଲିସ ମେଡାଲ ଘୋଷଣା କରାଯାଇଥିଲା।  କିନ୍ତୁ ସେଥିରେ ତାଙ୍କ ନାଁ ନଥିଲା।  ତେବେ ମେଡାଲ ଲିଷ୍ଟକୁ ନେଇ ଅଜୟ ଗୁପ୍ତା କମିଶନର ଏବଂ ଡିଜିପିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଥିଲେ। ଏହାର ଜବାବ କିଶନର ପୁଲିସ ପକ୍ଷରୁ ଦିଆଯାଥିଲା ।

ଏହା ପରେ ଅଜୟ ଜଣେ ଆଇସ ଅଧିକାରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କିଛି ବିବାଦୀୟ ମନ୍ତବ୍ୟ ଦେଥିଏ। ଏଥିସହ ତାଙ୍କ ଆକାଉଣ୍ଟରୁ ଏକାଧିକ ବିବାଦୀୟ ଟ୍ୱିଟ୍‌ ହୋଇଥିଲା। ଗୁରୁବାର ତାଙ୍କୁ ନିଲମ୍ବିତ କରାଯାଇଛି। ଅତିରିକ୍ତ ସିପି ଆନନ୍ଦ କୁଲକର୍ଣ୍ଣି କହିଛନ୍ତି ଯେ, ଆମେ ପୁଲିସ ବିଭାଗରେ ଚାକିରି କରୁଛୁ। ସର୍ଭିସ ରୁଲ ଅନୁସାରେ  ଆମର ଏକ ସୀମା ରହିଛି।  ଅଜୟ ଗୁପ୍ତାଙ୍କ ଟ୍ୱିଟ୍‌ ସର୍ଭିସ କଣ୍ଡକ୍ଟକୁ ବିରୋଧ କରୁଛି । ଏହି ଘଟଣାରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Related story