ଅକ୍ସିଜେନର ହେବ ହୋମ ଡେଲିଭରୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ରାଜଧାନୀ ଦିଲ୍ଲୀରେ ହ୍ରାସ ପାଇବା ଆରମ୍ଭ କରିଛି। ତଥାପି କରୋନା ସହ ଲଢ଼େଇ ସରି ନଥିବାରୁ ଦିଲ୍ଲୀର ସବୁ ଜିଲ୍ଲାରେ ଅକ୍ସିଜେନ କନସେଣ୍ଟରେଟର୍ସ ବ୍ୟାଙ୍କ ତିଆରି କରାଯାଇଛି। ଏହାଦ୍ୱାରା କରୋନା ବିରୋଧୀ ଲଢ଼େଇ ଜୋରଦାର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଏଥିସହ ହୋମ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତମାନେ ଫୋନ୍‌ କଲେ ଏହି ଅକ୍ସିଜେନ କନସେଣ୍ଟରେଟର୍ସ ସେମାନଙ୍କ ଦୁଆର ମୁହଁରେ ଡେଲିଭରୀ କରାଯିବ ବୋଲି ସେ କହିଛନ୍ତି। […]

Oxygen

Hemant Lenka
  • Published: Saturday, 15 May 2021
  • , Updated: 15 May 2021, 01:33 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ରାଜଧାନୀ ଦିଲ୍ଲୀରେ ହ୍ରାସ ପାଇବା ଆରମ୍ଭ କରିଛି। ତଥାପି କରୋନା ସହ ଲଢ଼େଇ ସରି ନଥିବାରୁ ଦିଲ୍ଲୀର ସବୁ ଜିଲ୍ଲାରେ ଅକ୍ସିଜେନ କନସେଣ୍ଟରେଟର୍ସ ବ୍ୟାଙ୍କ ତିଆରି କରାଯାଇଛି। ଏହାଦ୍ୱାରା କରୋନା ବିରୋଧୀ ଲଢ଼େଇ ଜୋରଦାର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଏଥିସହ ହୋମ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତମାନେ ଫୋନ୍‌ କଲେ ଏହି ଅକ୍ସିଜେନ କନସେଣ୍ଟରେଟର୍ସ ସେମାନଙ୍କ ଦୁଆର ମୁହଁରେ ଡେଲିଭରୀ କରାଯିବ ବୋଲି ସେ କହିଛନ୍ତି।

ଆଜି କେଜ୍ରିୱାଲ କହିଛନ୍ତି, “ଆଜିଠାରୁ ଆମେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସେବା ଆରମ୍ଭ କରିଛୁ। ଆମେ ଅକ୍ସିଜେନ କନସେଣ୍ଟରେଟର୍ସ ବ୍ୟାଙ୍କ ପ୍ରତିଷ୍ଠା କରିଛୁ। ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ବ୍ୟାଙ୍କରେ ୨୦୦ଟି ଲେଖାଏ ଅକ୍ସିଜେନ କନସେଣ୍ଟରେଟର୍ସ ରହିବ। ଆମେ ଦେଖିବାକୁ ପାଇଛୁ ଯେ କରୋନା ଆକ୍ରାନ୍ତମାନେ ମେଡିକାଲ ଅକ୍ସିଜେନ ଦରକାର ବେଳେ ପାଉ ନଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ୁଛି।

ଏପରି କି କିଛି ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଉଛନ୍ତି। ତେଣୁ ଆମେ ଏହି ଗ୍ୟାପ୍‌କୁ ପୂରଣ କରିବା ପାଇଁ ଅକ୍ସିଜେନ କନସେଣ୍ଟରେଟର୍ସ ବ୍ୟାଙ୍କ ପ୍ରତିଷ୍ଠା କରିଛୁ। ଯଦି କୌଣସି କରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଥିବା ବେଳେ ମେଡିକାଲ ଅକ୍ସିଜେନ ଚାହାନ୍ତି, ତା’ହେଲେ ଆମ ଟିମ୍ ତାଙ୍କ ଦୁଆରେ ୨ ଘଣ୍ଟା ଭିତରେ ଏହାକୁ ପହଞ୍ଚାଇ ଦେବେ। ଅକ୍ସିଜେନ କନସେଣ୍ଟରେଟର୍ସ ସଂଯୋଗ କରିବାର ପ୍ରକ୍ରିୟା ଜାଣିଥିବା ଜଣେ କର୍ମଚାରୀ ଏହି ଟିମ୍‌ରେ ରହିବେ। ସେ କରୋନା ଆକ୍ରାନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଏଥିରେ ସହଯୋଗ କରିବେ।

ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ରୋଗୀ ବି ଯଦି ଚାହିଁବେ, ତା’ହେଲେ ଏହି ବ୍ୟାଙ୍କରୁ ଅକ୍ସିଜେନ ନେଇପାରିବେ। ଆମ ଡାକ୍ତରମାନେ ସମସ୍ତଙ୍କ ସହ ଯୋଗାଯୋଗରେ ରହିବେ। ସେମାନଙ୍କ ସହ ଆଲୋଚନା କରି ଠିକ୍‌ ସମୟରେ ହସ୍ପିଟଲକୁ ମଧ୍ୟ ରୋଗୀଙ୍କୁ ଅଣାଯାଇପାରିବ। ଲୋକମାନେ ୧୦୩୧କୁ ‍ଫୋନ୍‌ କରି ସେମାନେ ହୋମ ଆଇସୋଲେସନରେ ଥିବା ତାଲିକାରେ ନିଜକୁ ସାମିଲ କରିପାରିବେ।”

ଦିଲ୍ଲୀର କରୋନା ସ୍ଥିତି ସମ୍ପର୍କରେ କେଜ୍ରିୱାଲ କହିଛନ୍ତି, ରାଜଧାନୀରେ ଦୈନିକ ସଂକ୍ରମଣ ଆଜି ବି କମିଛି। ଗତକାଲି ଏଠାରେ ୮,୫୦୦ ସଂକ୍ରିମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ପ୍ରାୟ ୬,୫୦୦କୁ ଖସି ଆସିଛି। ସେହିପରି ପଜିଟିଭିଟି ରେଟ୍‌ କାଲି ୧୨% ଥିବା ବେଳେ ଆଜି ୧୧%କୁ ଖସି ଆସିଛି।

ଆମେ ଆଶା କରିଛୁ ଯେ ଦିଲ୍ଲୀରେ ଆଉ ସଂକ୍ରମଣ ବଢ଼ିବନି। ତଥାପି ଆମେ ଆମ ତରଫରୁ ସବୁ ପ୍ରସ୍ତୁତି କରିଛୁ। ୧୫ ଦିନ ଭିତରେ ହଜାରେରୁ ଅଧିକ ଆଇସିୟୁ ବେଡ୍‌ ତିଆରି କରାଯାଇଛି। ଆମ ଡାକ୍ତର ଓ ଇଞ୍ଜିନିୟରମାନେ ନୂଆ ଅଦ୍ଭୂତ କାମ କରିଥିବା ସେ କହିଛନ୍ତି।

Related story