ଏକଜିଟ ପୋଲ: କେରଳରେ ଜାରି ରହିବ ବିଜୟନଙ୍କ ଜଲୱା

ଥିରୁବନନ୍ତପୁରମ: ସରକାରୀ ବିରୋଧୀ ହାୱା ସତ୍ତ୍ୱେ କେରଳରେ ଜାରି ରହିବ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଜଲୱା। କେରଳର ୧୪୦ ବିଧାନସଭା ଆସନରୁ ବିଜୟନଙ୍କ ଲେଫ୍ଟ ଡେମୋକ୍ରାଟିକ୍‌ ଫ୍ରଣ୍ଟ(ଏଲଡିଏଫ) ୧୦୪ରୁ ୧୨୦ଟି ଆସନରେ ଜିତି ପୁଣି ସରକାର ଗଠନ କରିବ। ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୨୦ରୁ ୩୬ଟି ଓ ବିଜେପି ନେତୃତ୍ୱାଧୀନ ଏନଡିଏ କେବଳ ଶୂନରୁ ୨ଟି ଆସନ ଜିତିବାକୁ ସକ୍ଷମ ହେବ। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲରେ ଏପରି ଆକଳନ […]

Kerala

Hemant Lenka
  • Published: Thursday, 29 April 2021
  • , Updated: 29 April 2021, 09:18 PM IST

ଥିରୁବନନ୍ତପୁରମ: ସରକାରୀ ବିରୋଧୀ ହାୱା ସତ୍ତ୍ୱେ କେରଳରେ ଜାରି ରହିବ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଜଲୱା। କେରଳର ୧୪୦ ବିଧାନସଭା ଆସନରୁ ବିଜୟନଙ୍କ ଲେଫ୍ଟ ଡେମୋକ୍ରାଟିକ୍‌ ଫ୍ରଣ୍ଟ(ଏଲଡିଏଫ) ୧୦୪ରୁ ୧୨୦ଟି ଆସନରେ ଜିତି ପୁଣି ସରକାର ଗଠନ କରିବ। ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୨୦ରୁ ୩୬ଟି ଓ ବିଜେପି ନେତୃତ୍ୱାଧୀନ ଏନଡିଏ କେବଳ ଶୂନରୁ ୨ଟି ଆସନ ଜିତିବାକୁ ସକ୍ଷମ ହେବ। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲରେ ଏପରି ଆକଳନ କରାଯାଇଛି।

ତେବେ ମେ’ ୨ ତାରିଖରେ ହିଁ ଅସଲ ଚିତ୍ର ସାମ୍ନାକୁ ଆସିବ। କାରଣ ମେ’୨ରେ ଭୋଟ ଗଣତି ସହ ନିର୍ବାଚନ କମିଶନ ଫଳା‍ଫଳ ଘୋଷଣା କରିବେ। ରାଜ୍ୟର ୧୪୦ଟି ଆସନରେ ଏପ୍ରିଲ ୬ରେ ଭୋଟିଂ ହୋଇଥିଲା। ଇଣ୍ଡିଆ ଟୁଡେ ୨୮,୧୨୪ ଜଣଙ୍କ ଲୋକଙ୍କ ମତକୁ ନେଇ ଏପରି ଆକଳନ କରିଛି।

୬ଟି ଏକଜିଟ ପୋଲର ଫଳାଫଳକୁ ଆମେ ଯଦି ମିଶାଇବା, ତା’ହେଲେ କେରଳରେ ବିଜୟନଙ୍କ ଏଲଡିଏଫ ୮୫, କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୫୩ ଓ ବିଜେପି ୨ଟି ଆସନ ଜିତିବାର ସମ୍ଭାବନା ରହିଛି। ଇଣ୍ଡିଆ ଟୁଡେ ବ୍ୟତୀତ ଏବିପି ନ୍ୟୁଜ-ସି ଭୋଟରର ଏକଜିଟ ପୋଲ ଅନୁଯାୟୀ, ଏଲଡିଏଫ ୭୧ରୁ ୭୭, କଂଗ୍ରେସ ମେଣ୍ଟ ୬୨ରୁ ୬୮, ବିଜେପି ଶୂନରୁ ୨ ଓ ଅନ୍ୟାନ୍ୟ ଦଳ ଖାତା ଖୋଲିପାରିବେ ନାହିଁ।

ଟୁଡେସ ଚାଣକ୍ୟର ଆକଳନ ଅନୁଯାୟୀ, ଏଲଡିଏଫ ୧୦୨, କଂଗ୍ରେସ ମେଣ୍ଟ ୩୫ ଓ ବିଜେପି ୩ଟି ଆସନରେ ଜିତିବ ବୋଲି କହିଛି। ପି-ଏମଏଆରକ୍ୟୁର ଆକଳନ ଅନୁଯାୟୀ, ଏଲଡିଏଫ ୭୨ରୁ ୭୯, କଂଗ୍ରେସ ମେଣ୍ଟ ୬୦ରୁ ୬୬, ବିଜେପି ମେଣ୍ଟ ଶୂନରୁ ୩ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଜିତିପାରନ୍ତି।

ରିପ୍ଲବିକ-ସିଏନଏକ୍ସର ଏକଜିଟ ପୋଲ କହିଛି ଯେ ଏଲଡିଏଫ ୭୨ରୁ ୮୦, କଂଗ୍ରେସ ମେଣ୍ଟ ୫୮ରୁ ୬୪, ବିଜେପି ୧ରୁ ୫ ଓ ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିବେ ନାହିଁ।

ଟାଇମ୍ସ ନାଓ-ସିଭୋଟର ମଧ୍ୟ ଏକଜିଟ ପୋଲରେ ଏଲଡିଏଫ ବାଜିମାତ କରିବ ବୋଲି କହିଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏଲଡିଏଫ ୭୪ଟି ଆସନ, କଂଗ୍ରେସ ମେଣ୍ଟ ୬୫, ବିଜେପି ଶୂନ ଓ ଅନ୍ୟାନ୍ୟ ଦଳ ୧ଟି ଆସନରେ ଜିତିପାରନ୍ତି।

Related story