ସମସ୍ତଙ୍କୁ ମାଗଣାରେ ଟିକା ଦେଉ କେନ୍ଦ୍ର: ଏହି ରାଜ୍ୟର ବିଧାନସଭାରେ ପାସ୍‌ ହେଲା ସଂକଳ୍ପ

ନୂଆଦିଲ୍ଲୀ: ଦେଶର ସବୁ ବର୍ଗର ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇ ଦିଅନ୍ତୁ। ଏପରି ଦାବି କରି ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ବିଧାନସଭାରେ ଗୋଟିଏ ସଂକଳ୍ପ ପାରିତ କରାଯାଇଛି। କେନ୍ଦ୍ର ସରକାର ସବୁ ରାଜ୍ୟଗୁଡ଼ିକୁ ମାଗଣାରେ ସମସ୍ତଙ୍କ ପାଇଁ ଟିକା ଯୋଗାଇ ଦେବାକୁ ଏଥିରେ ଦାବି କରାଯାଇଛି। ନୂଆ କରି ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିବା ବୀଣା ଜର୍ଜ ବିଧାନସଭାରେ ଏହି ସଂକଳ୍ପ ଆଗତ କରିଥିଲେ। ଏହାପରେ ସବୁ ରାଜନୀତିକ ଦଳର ନେତାମାନେ ସମର୍ଥନ କରିଥିଲେ। […]

Vaccine

Hemant Lenka
  • Published: Wednesday, 02 June 2021
  • , Updated: 02 June 2021, 06:42 PM IST

ନୂଆଦିଲ୍ଲୀ: ଦେଶର ସବୁ ବର୍ଗର ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇ ଦିଅନ୍ତୁ। ଏପରି ଦାବି କରି ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ବିଧାନସଭାରେ ଗୋଟିଏ ସଂକଳ୍ପ ପାରିତ କରାଯାଇଛି। କେନ୍ଦ୍ର ସରକାର ସବୁ ରାଜ୍ୟଗୁଡ଼ିକୁ ମାଗଣାରେ ସମସ୍ତଙ୍କ ପାଇଁ ଟିକା ଯୋଗାଇ ଦେବାକୁ ଏଥିରେ ଦାବି କରାଯାଇଛି।

ନୂଆ କରି ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିବା ବୀଣା ଜର୍ଜ ବିଧାନସଭାରେ ଏହି ସଂକଳ୍ପ ଆଗତ କରିଥିଲେ। ଏହାପରେ ସବୁ ରାଜନୀତିକ ଦଳର ନେତାମାନେ ସମର୍ଥନ କରିଥିଲେ। ଶେଷରେ ଏହା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା। ବର୍ତ୍ତମାନ କେରଳରେ ଟିକାର ଅଭାବ ଦେଖାଦେଇଛି। ତେଣୁ ସଂକଳ୍ପରେ କେନ୍ଦ୍ର ସରକାର ଠିକଣା ସମୟରେ ଟିକା ଯୋଗାଇ ଦିଅନ୍ତୁ ବୋଲି ଦାବି କରାଯାଇଛି।

ମନ୍ତ୍ରୀ ବୀଣା କହିଛନ୍ତି, କୋଭିଡ-୧୯ ସହ ଲଢ଼ିବାକୁ ହେଲେ ଆମକୁ ସମସ୍ତ ପାଇଁ ମାଗଣା ଟିକାର ବ୍ୟବସ୍ଥା କରିବା ଦରକାର। ଏହାଦ୍ୱାରା ସମାଜରେ ରହୁଥିବା ସବୁ ବର୍ଗର ଲୋକମାନେ ସୁରକ୍ଷିତ ରହିପାରିବେ। କରୋନାର ପ୍ରଥମ ଲହର ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେଇଥିବା ବେଳେ ଏବେ ଦ୍ୱିତୀୟ ଲହରକୁ ସମ୍ମୁଖୀନ ହେବାକୁ ପଡ଼ୁଛି।

ଆମେ ଯଦି ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିପାରିବା, ତା’ହେଲେ ଏହାର ସକରାତ୍ମକ ପ୍ରଭାବ ଦେଶର ଅର୍ଥନୀତି ଉପରେ ମଧ୍ୟ ପଡ଼ିବ। ସମସ୍ତଙ୍କୁ ଟିକା ଦେବା ପାଇଁ ଓ କରୋନା ସହ ଲଢ଼େଇ କରିବା ପାଇଁ ସବୁ ନାଗରିକ ଏକ ହେବା ଉଚିତ ବୋଲି ସେ କହିଛନ୍ତି।

Related story