୨୦୨୪ ପାଇଁ ରଣନୀତି! କେସିଆରଙ୍କ ବୈଠକରେ ଅନେକ ବିରୋଧୀ ଦଳର ନେତା

ହାଇଦ୍ରାବାଦ: ଜାତୀୟସ୍ତରରେ ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟ ଗଠନ କରି ନିଜର ଦବଦବା ଦେଖାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓରଫ କେସିଆର। ତାଙ୍କ ଦଳ ଟିଆରଏସ୍‌ ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍‌ ଭାବେ ନାମିତ ହେବା ପରେ ଆଜି କେସିଆର ପ୍ରଥମ ବୈଠକର ଅଧ୍ୟକ୍ଷତା କରିଛନ୍ତି। ନିଜକୁ ଜାତୀୟ ଚେହେରା ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଥିବା କେସିଆରଙ୍କ ଏହି ବୈଠକରେ ଅନେକ ବିରୋଧୀ ଦଳର […]

KCR

KCR

Hemant Lenka
  • Published: Wednesday, 18 January 2023
  • Updated: 18 January 2023, 08:16 PM IST

ହାଇଦ୍ରାବାଦ: ଜାତୀୟସ୍ତରରେ ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟ ଗଠନ କରି ନିଜର ଦବଦବା ଦେଖାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓରଫ କେସିଆର। ତାଙ୍କ ଦଳ ଟିଆରଏସ୍‌ ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍‌ ଭାବେ ନାମିତ ହେବା ପରେ ଆଜି କେସିଆର ପ୍ରଥମ ବୈଠକର ଅଧ୍ୟକ୍ଷତା କରିଛନ୍ତି।

ନିଜକୁ ଜାତୀୟ ଚେହେରା ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଥିବା କେସିଆରଙ୍କ ଏହି ବୈଠକରେ ଅନେକ ବିରୋଧୀ ଦଳର ନେତା ଯୋଗ ଦେଇଥିଲେ। ଗୋଟିଏ ପଟେ କଂଗ୍ରେସ ବିରୋଧୀଙ୍କୁ ଏକାଠି କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବିଜେପି ବିରୋଧୀ ମେଣ୍ଟକୁ ସଶକ୍ତ କରିବାକୁ ପ୍ରୟାସ କରୁଛନ୍ତି। ହେଲେ ଏସବୁ ଭିତରେ କେସିଆର ଧସେଇ ପଶି ବାଜି ମାରିନେବା ଭଳି ମନେ ହେଉଛି।

କାରଣ ହାଇଦ୍ରାବାଦର ଖାମାମ ସହରରେ ବିଆରଏସ୍‌ ଆୟୋଜନ କରିଥିବା ବୈଠକରେ ଆମ୍ ଆଦମୀ ପାର୍ଟି (ଆପ)ର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌, କେରଳ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ପିନାରାଇ ବିଜୟନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଯୋଗ ଦେଇଛନ୍ତି। ସିପିଆଇ ପକ୍ଷରୁ ଡି ରାଜା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଏବେ କର୍ଣ୍ଣାଟକାରେ ପଦଯାତ୍ରା କରୁଥିବା ଜେଡିଏସର କୁମାରସ୍ୱାମୀ ଅବଶ୍ୟ ଏହି ବୈଠକରେ ଯୋଗ ଦେଇ ନାହାନ୍ତି। କିନ୍ତୁ ସେ କେସିଆରଙ୍କ ବିଆରଏସକୁ ସମର୍ଥନ କରିଛନ୍ତି।

୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ ଶେୟାର କରି ଅଖିଲେଶ ଯାଦବ କହିଛନ୍ତି, “ଗତକାଲି ବିଜେପି (ଜାତୀୟ କାର୍ଯ୍ୟକାରିଣୀ) ବୈଠକ ଶେଷ ହୋଇଛି। ସେମାନେ ନିଜେ କହିଛନ୍ତି ଯେ ଆଉ ୪୦୦ ଦିନ ବାକି ଅଛି। ଏହି ସରକାର ନିଜ ଦିନ ଗଣିବା ଆରମ୍ଭ କଲାଣି। ୪୦୦ ଦିନ ପରେ ସେମାନେ ଆଉ କ୍ଷମତାରେ ରହିବେ ନାହିଁ।”

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଆଉ କିଛି ଦିନ ପରେ ଶେଷ ହେବ। ଏହାପୂର୍ବରୁ ହିଁ ବିରୋଧୀ ଦଳଗୁଡ଼ିକ କଂଗ୍ରେସକୁ ବାଦ ଦେଇ କେସିଆରଙ୍କ ନେତୃତ୍ୱରେ ବୈଠକ କରିଛନ୍ତି। କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରାର ଶେଷ ପର୍ଯ୍ୟାୟରେ ସାମିଲ ହେବାକୁ ସମାଜବାଦୀ ପାର୍ଟି ଓ ସିପିଏମ ସମେତ ୨୧ଟି ଦଳକୁ ନିମନ୍ତ୍ରଣ ଦିଆଯାଇଥିଲା। ତେବେ କେଜ୍ରିୱାଲଙ୍କ ଆପକୁ ଦଳ ଡାକି ନଥିଲା।

ଆଜି କେସିଆରଙ୍କ ବୈଠକରେ ଯୋଗ ଦେଇଥିବା ଦଳଗୁଡ଼ିକ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇନାହାନ୍ତି। ପୂର୍ବରୁ ଅଖିଲେଶ ଓ କେଜ୍ରିୱାଲ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି କହି ସାରିଛନ୍ତି। ଅବଶ୍ୟ ସିପିଏମ ଦୋଛକିରେ ରହିଛି। ଦଳ ତ୍ରିପୁରା ପାଇଁ କଂଗ୍ରେସ ସହ ସିଟ୍‌ ଶେୟାରିଂ ସମ୍ପର୍କରେ ଆଲୋଚନା କରୁଛି।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜୟନ ଅଣ-କଂଗ୍ରେସ ଓ ଅଣ-ବିଜେପି ମେଣ୍ଟ ସପକ୍ଷରେ ମତ ରଖିଥିଲେ। କିନ୍ତୁ ସେତେବେଳେ ଏହା ବିଫଳ ହୋଇଥିଲା। ଅଧିକାଂଶ ଆଞ୍ଚଳିକ ଦଳର ନେତାମାନେ ଏହି ମେଣ୍ଟକୁ ସମର୍ଥନ ଦେଇ ନଥିଲେ। ତେଣୁ କେସିଆରଙ୍କ ନେତୃତ୍ୱରେ ବିଜୟନ ପୁଣିଥରେ ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟ ପାଇଁ ରଖିଥିବା ସ୍ୱପ୍ନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ତେବେ କେସିଆରଙ୍କ ବ୍ୟତୀତ ବିରୋଧୀ ଦଳର ଅନେକ ନେତା ଜାତୀୟ ଚେହେରା ଭାବେ ନିଜକୁ ଚିତ୍ରଣ କରି ଆସୁଛନ୍ତି। ଅରବିନ୍ଦ କେଜ୍ରିୱାଲ ତାଙ୍କର ଜାତୀୟ ଆଶାକୁ ସ୍ପଷ୍ଟ କରିଛନ୍ତି। ଟିଏମସି ମୁଖ୍ୟ ତଥା ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଦୌଡ଼ରେ ଅଛନ୍ତି। ଗତବର୍ଷ ସେପ୍ଟେମ୍ବରରେ କେସିଆରଙ୍କୁ ଭେଟିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି। ତେଣୁ ବିରୋଧୀଙ୍କୁ ଏକାଠି କରିବା କେସିଆରଙ୍କ ପାଇଁ ୨୦୨୪ ପୂର୍ବରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story