ଚିଟଫଣ୍ଡ: ରୋଜଭ୍ୟାଲି ଅଧିକାରୀଙ୍କୁ ୭ ବର୍ଷ ଜେଲ

କୋଲକାତା: ବହୁ ଚର୍ଚ୍ଚିତ ଚିଟଫଣ୍ଡ ଦୁର୍ନୀତି ଘଟଣାରେ କୋଲାକାତାର ଗୋଟିଏ କୋର୍ଟ ରୋଜଭ୍ୟାଲି କମ୍ପାନୀର ଜଣେ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। କୋଲକାତାର ସେସନ୍ସ କୋର୍ଟ ବିଚାରପତି ଅନୁପମ ମୁଖୋପାଧ୍ୟାୟ ରୋଜଭ୍ୟାଲି ଗ୍ରୁପ୍‌ର ଅନ୍ୟତମ ନିର୍ଦ୍ଦେଶକ ଅରୁଣ ମୁଖୋପାଧ୍ୟାୟଙ୍କୁ ୭ ବର୍ଷ ଜେଲ ସହ ୨.୫ ଲକ୍ଷର ଜୋରିମାନା ଦେବାକୁ କହିଛନ୍ତି। ଶୁଣାଣି ବେଳେ ଅରୁଣ ନିଜର ଦୋଷ ସ୍ୱୀକାର କରିଥିଲେ। ଏହାକୁ ଆଧାର କରି କୋର୍ଟ ତାଙ୍କୁ […]

Rosevally

Hemant Lenka
  • Published: Friday, 12 February 2021
  • , Updated: 12 February 2021, 10:18 PM IST

କୋଲକାତା: ବହୁ ଚର୍ଚ୍ଚିତ ଚିଟଫଣ୍ଡ ଦୁର୍ନୀତି ଘଟଣାରେ କୋଲାକାତାର ଗୋଟିଏ କୋର୍ଟ ରୋଜଭ୍ୟାଲି କମ୍ପାନୀର ଜଣେ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। କୋଲକାତାର ସେସନ୍ସ କୋର୍ଟ ବିଚାରପତି ଅନୁପମ ମୁଖୋପାଧ୍ୟାୟ ରୋଜଭ୍ୟାଲି ଗ୍ରୁପ୍‌ର ଅନ୍ୟତମ ନିର୍ଦ୍ଦେଶକ ଅରୁଣ ମୁଖୋପାଧ୍ୟାୟଙ୍କୁ ୭ ବର୍ଷ ଜେଲ ସହ ୨.୫ ଲକ୍ଷର ଜୋରିମାନା ଦେବାକୁ କହିଛନ୍ତି।

ଶୁଣାଣି ବେଳେ ଅରୁଣ ନିଜର ଦୋଷ ସ୍ୱୀକାର କରିଥିଲେ। ଏହାକୁ ଆଧାର କରି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଜମାକାରୀଙ୍କ ଓକିଲ ଅରିନ୍ଦମ ଦାସ ଶୁଣାଣି ବେଳେ କହିଥିଲେ, ହଜାର ହଜାର ଲୋକଙ୍କୁ ରୋଜଭ୍ୟାଲି ଗ୍ରୁପ୍‌ ଠକିଛି। ଏକାଧିକ କମ୍ପାନୀ ଖୋଲି ରୋଜଭ୍ୟାଲି ନିଜର ଚିଟ୍‌ଫଣ୍ଡ ଅପରେସନ ଜାରି ରଖିଥିଲା। ଲୋକଙ୍କୁ ଅଧିକ ସୁଧ ଦେବା ଆଳରେ ଏମାନେ କୋଟିକୋଟି ଟଙ୍କା ହରିଲୁଟ କରିଛନ୍ତି।

କୋର୍ଟ କହିଛନ୍ତି, ୨୦୧୩ ମସିହାରେ ଚିଟ୍‌ଫଣ୍ଡ ଦୁର୍ନୀତିର ପର୍ଦ୍ଦାଫାସ ହେବା ପରେ ଅରୁଣ ଗିରଫ ହୋଇଥିଲେ। ସେ ୩ ବର୍ଷ ଜେଲରେ ରହିବା ପରେ ଜାମିନ୍‌ ପାଇଥିଲେ। ଏବେ ଯେଉଁ ୭ ବର୍ଷ ଜେଲ ଦଣ୍ଡ ମିଳିଛି। ଏହାକୁ ଉକ୍ତ ୩ ବର୍ଷ ସହ ମିଶାଯିବ। ତେଣୁ ତାଙ୍କୁ ଜେଲ୍‌ରେ ଆଉ ୪ ବର୍ଷ ରହିବାକୁ ପଡ଼ିବ।

ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ ସିବିଆଇ କରୁଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ରୋଜଭ୍ୟାଲି କମ୍ପାନୀ ଖୋଲି ଲୋକଙ୍କୁ ଠକେଇ କରିଥିଲା। ଏହି ଘଟଣାରେ ସିବିଆଇ ଗ୍ରୁପ୍‌ର ମୁଖ୍ୟ ଗୌତମ କୁଣ୍ଡୁଙ୍କ ସହ ଏକାଧିକ ଲୋକଙ୍କୁ ଗିରଫ କରିଛି।

Related story