କପେ ଚା’ର ଦାମ ହଜାରେ ଟଙ୍କା!

କୋଲକାତା: ଭାରତରେ ଚା’ର ଲୋକପ୍ରିୟତା ବେଶ ଅଧିକ। ଅଧିକାଂଶ ଭାରତୀୟ ଚା’ ପିଇ ନିଜର ଦିନ ଆରମ୍ଭ କରନ୍ତି। ଭାରତୀୟମାନେ ଚା’କୁ କେତେ ପସନ୍ଦ କରନ୍ତି, ତା’ହା ରାସ୍ତା କଡ଼ରେ ତିଆରି ହୋଇଥିବା ହଜାର ହଜାର ଷ୍ଟଲରୁ ସ୍ପଷ୍ଟ ହୋଇଥାଏ। ଦେଶର ପ୍ରତିଟି କୋଣରେ କିଛି ନ ମିଳିଲେ, ଚା’ ଦୋକାନଟିଏ ଆପଣ ଯେମିତି ମିଳିବ। ରାସ୍ତା କଡ଼ରେ ଥିବା ଦୋକାନରେ ଗୋଟିଏ ଚା’ କପ୍‌ର ଦାମ ୫ଟଙ୍କାରୁ ଆରମ୍ଭ ହୋଇ ୫୦ ଟଙ୍କା ଯାଏ ରହିଛି। […]

Tea

Hemant Lenka
  • Published: Wednesday, 03 March 2021
  • , Updated: 03 March 2021, 04:43 PM IST

କୋଲକାତା: ଭାରତରେ ଚା’ର ଲୋକପ୍ରିୟତା ବେଶ ଅଧିକ। ଅଧିକାଂଶ ଭାରତୀୟ ଚା’ ପିଇ ନିଜର ଦିନ ଆରମ୍ଭ କରନ୍ତି। ଭାରତୀୟମାନେ ଚା’କୁ କେତେ ପସନ୍ଦ କରନ୍ତି, ତା’ହା ରାସ୍ତା କଡ଼ରେ ତିଆରି ହୋଇଥିବା ହଜାର ହଜାର ଷ୍ଟଲରୁ ସ୍ପଷ୍ଟ ହୋଇଥାଏ। ଦେଶର ପ୍ରତିଟି କୋଣରେ କିଛି ନ ମିଳିଲେ, ଚା’ ଦୋକାନଟିଏ ଆପଣ ଯେମିତି ମିଳିବ।

ରାସ୍ତା କଡ଼ରେ ଥିବା ଦୋକାନରେ ଗୋଟିଏ ଚା’ କପ୍‌ର ଦାମ ୫ଟଙ୍କାରୁ ଆରମ୍ଭ ହୋଇ ୫୦ ଟଙ୍କା ଯାଏ ରହିଛି। ହେଲେ ରାସ୍ତା କଡ଼ରେ ଷ୍ଟଲ କରିଥିବା ଜଣେ ଦୋକାନୀ ଗୋଟିଏ ଚା’ କପ୍‌ର ମୂଲ୍ୟ ଏକ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଆପଣ କେବେ ଏଭଳି କଥା ଶୁଣିଛନ୍ତି କି? ଯଦି ନା, ତା’ହେଲେ କୋଲକାତାରେ ଥିବା ଗୋଟିଏ ଷ୍ଟଲରେ ଅତ୍ୟାଧୁନିକ ଓ ସ୍ୱାସ୍ଥ୍ୟକର ଚା’ର ଗୋଟିଏ କପ୍‌ର ମୂଲ୍ୟ ୧ହଜାର ଟଙ୍କା ରହିଛି।

ତେବେ ଏହି ଚା’ରେ ଏମିତି କ’ଣ ଅଛି ଯେ ଏହାର ଦାମ୍‌ ହଜାରେ ଟଙ୍କା? ଆସନ୍ତୁ ଜାଣିବା ସେ ବିଷୟରେ

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ରହୁଥିବା ପାର୍ଥ ପ୍ରତୀମ ଗାଙ୍ଗୁଲି ମୁକୁଣ୍ଡପୁରରେ ‘ନିର୍ଯାଶ ଟି ଷ୍ଟଲ’ ଖୋଲିଛନ୍ତି। ଗାଙ୍ଗୁଲିଙ୍କ ଦୋକାନରେ ୧୨ ଟଙ୍କାରରୁ ୧ହଜାର ଟଙ୍କା ଯାଏ ଚା’ କପ ବିକ୍ରି ହେଉଛି। କୋଲକାତାରେ ବୁଲିବାକୁ ଯାଉଥିବା ଲୋକମାନେ ଏହି ଷ୍ଟଲକୁ ଚା’ ପିଇବାକୁ ଆସନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଙ୍ଗୁଲିଙ୍କ ଦୋକାନ କୌଣସି ବଡ଼ ଶପିଂକମ୍ପ୍ଲେକ୍ସରେ ନୁହେଁ ବରଂ ରାସ୍ତା କଡ଼ରେ ରହିଛି।

ସେ ୨୦୧୪ ମସିହା ଜାନୁଆରୀ ୬ରୁ ଚା’ ବ୍ୟବସାୟ ଆରମ୍ଭ କରିଥିଲେ। ଚା’ ବ୍ୟବସାୟ କରିବାକୁ ସେ ଘରୋଇ କମ୍ପାନୀରେ କରୁଥିବା ଚାକିରି ମଧ୍ୟ ଛାଡ଼ି ଦେଇଥିଲେ। ତାଙ୍କ ଦୋକାନରେ ୧୦୦ ପ୍ରକାରର ଚା ଉପଲବ୍ଧ। ଏଥିମଧ୍ୟରେ Silver Needle White Tea, ଲାଭେଣ୍ଡର, ହାଇବିସ୍କସ୍ ଚା, ଗ୍ରୀନ ଟି, ବ୍ଲାକ ଟି, କର୍ଣ୍ଣବାରୀ, ମକାଇବାରି ଭଳି ଚା’ ରହିଛି। ତାଙ୍କ ଦୋକାନରେ ମିଳୁଥିବା ୧୦୦ ପ୍ରକାରର ଚା’ ମଧ୍ୟରୁ ୬୦ରୁ ୭୦ ପ୍ରକାରର ଚା’ ପତ୍ର କେବଳ ଦାର୍ଜିଲିଂରୁ ଆସିଥାଏ। ସେହିପରି ବାକି ଚା’ ପତ୍ର ସେ ବିଦେଶରୁ ଆମଦାନୀ କରନ୍ତି।

ତାଙ୍କ ଦୋକାନରେ ମିଳୁଥିବା Silver Needle White Tea ବା BO-Lay ଚା’ର ଗୋଟିଏ କପର ଦାମ ୧ ହଜାର ଟଙ୍କା। ଏହି ଚା’ର ଗୋଟିଏ କେଜି ପତ୍ରର ଦାମ ୩ ଲକ୍ଷ ଟଙ୍କା। ୧୦୦ କେଜି ବ୍ଲାକ ଟି ତୁଳନାରେ ଏହାର ୧୦୦ କେଜି ଚା’ ପାଇଁ ୩ ଗୁଣା ଅଧିକ ସମୟ, ଟଙ୍କା ଓ ଶ୍ରମିକ ଲାଗିଥାଆନ୍ତି। ଏହି କାରଣରୁ ସେ ଏହି ଚା’ର ଗୋଟିଏ କପ୍‌କୁ ୧ ହଜାର ଟଙ୍କାରେ ବିକ୍ରି କରୁଛନ୍ତି।

ନିୟମିତ ଗ୍ରୀନ ଟି ଅପେକ୍ଷା ଏହା ଅଧିକ ସ୍ୱାସ୍ଥ୍ୟକର। Silver Needle White Teaରେ ଅଲଗା ଧରଣର ଆଣ୍ଟିଏକ୍ସିଡାଣ୍ଟ ଓ catechins, eco-catechins and flavonoids ଭଳି phytochemicals ରହିଛି। ଆଗକୁ ସେ ବ୍ଲ୍ୟୁ ଟି ବା ବଟରପ୍ଲାଏ ପିର ଚା’ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି।

Related story