ଆମେରିକାର ନାଲିଆଖି ପରେ ଭାରତ ପାଇଁ ବାହାରିଲା ରୁଷ

ନୂଆଦିଲ୍ଲୀ: ରୁଷ ଓ ଆମେରିକା କଳି ମଧ୍ୟରେ ଭାରତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୟୁକ୍ରେନରେ ରୁଷ ଯୁଦ୍ଧ କରୁଥିବାରୁ ଆମେରିକା ମସ୍କୋ ଉପରେ କଟକଣା ଲଗାଇଛି। ଏହାରି ଭିତରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେୟି ଲାଭରୋଭ ଭାରତ ଗସ୍ତରେ ଆସିଛନ୍ତି। ରୁଷ ପ୍ରତି ଭାରତ ଆଭିମୁଖ୍ୟ ବଦଳୁଥିବାରୁ ଆମେରିକା ଚିନ୍ତାରେ ପଡ଼ିଛି। ଏଥିପାଇଁ ଭାରତକୁ ନାଲି ଆଖି ଦେଖାଇବାକୁ ମଧ୍ୟ ଆମେରିକା ପଛାଇ ନାହିଁ। ଗୋଟିଏ ପଟେ ଆମେରିକା ନାଲି ଆଖି ଦେଖାଉଥିବା ବେଳେ ଅନ୍ୟପଟେ […]

russia

russia

Hemant Lenka
  • Published: Friday, 01 April 2022
  • Updated: 01 April 2022, 05:29 PM IST

Sports

Latest News

ନୂଆଦିଲ୍ଲୀ: ରୁଷ ଓ ଆମେରିକା କଳି ମଧ୍ୟରେ ଭାରତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୟୁକ୍ରେନରେ ରୁଷ ଯୁଦ୍ଧ କରୁଥିବାରୁ ଆମେରିକା ମସ୍କୋ ଉପରେ କଟକଣା ଲଗାଇଛି। ଏହାରି ଭିତରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେୟି ଲାଭରୋଭ ଭାରତ ଗସ୍ତରେ ଆସିଛନ୍ତି।

ରୁଷ ପ୍ରତି ଭାରତ ଆଭିମୁଖ୍ୟ ବଦଳୁଥିବାରୁ ଆମେରିକା ଚିନ୍ତାରେ ପଡ଼ିଛି। ଏଥିପାଇଁ ଭାରତକୁ ନାଲି ଆଖି ଦେଖାଇବାକୁ ମଧ୍ୟ ଆମେରିକା ପଛାଇ ନାହିଁ। ଗୋଟିଏ ପଟେ ଆମେରିକା ନାଲି ଆଖି ଦେଖାଉଥିବା ବେଳେ ଅନ୍ୟପଟେ ଭାରତର ନିରପେକ୍ଷ ଓ ସ୍ୱାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଛି ରୁଷ। ଭାରତର ଗସ୍ତରେ ଆସିଥିବା ଲାଭରୋଭ କହିଛନ୍ତି, ରୁଷ ସବୁବେଳେ ଭାରତ ସହ ରହିଛି। ଭାରତ ସରକାର ରୁଷ ଠାରୁ ଯାହା କିଣିବାକୁ ଚାହାନ୍ତି, ସେ ବିଷୟରେ ଆଲୋଚନା କରିବାକୁ ମସ୍କୋ ରାଜି ଥିବା ସେ ସର୍ବସମ୍ମୁଖରେ ଘୋଷଣା କରିଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସହ ବୈଠକ କରିବା ପରେ ଲାଭରୋଭ କହିଛନ୍ତି, “ରୁଷ ଠାରୁ ଭାରତ ଯାହା କିଣିବାକୁ ଚାହୁଁ, ସେସବୁ ଆମେ ରପ୍ତାନୀ କରିବାକୁ ରାଜି ଅଛୁ। ଦ୍ୱିପାକ୍ଷିକ ଆଲୋଚନା ଓ ବୁଝାମଣା ସହ ଆମେ ରପ୍ତାନୀ କରିବୁ। ଭାରତ ଚାହିଁଲେ, ଆମେ ସବୁ ବିଷୟରେ ମଧ୍ୟ କଥାବାର୍ତ୍ତା ହେବାକୁ ପ୍ରସ୍ତୁତ ରହିଛୁ।”

ୟୁକ୍ରେନ ସହ ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟସ୍ଥି ସାଜିବାର ବିକଳ୍ପ ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି। ସେ କହିଛନ୍ତି, “ଭାରତର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦେଶ। ଯଦି ସଂକଳ୍ପ ବାହାର କରିବା ସପକ୍ଷରେ ଭାରତ କାମ କରେ, ତା’ହେଲେ ଆମେ ଆପତ୍ତି କରିବୁ ନାହିଁ। ଭାରତ ଆମର ସହଯୋଗୀ। ଆମେ ୟୁକ୍ରେନର ସୁରକ୍ଷା ଗ୍ୟାରେଣ୍ଟୀ ପାଇଁ ପଦକ୍ଷେପ ନେଉଛୁ। ପଶ୍ଚିମ ଦେଶଗୁଡ଼ିକ ସେମାନଙ୍କ ଦାୟିତ୍ୱକୁ ଅଣଦେଖା କରିଛନ୍ତି। ଭାରତ ମଧ୍ୟ ଏହି ବିବାଦର ସମାଧାନ ପାଇଁ ଆରମ୍ଭ ହୋଇଥିବା ମଧ୍ୟସ୍ଥତା ପ୍ରକ୍ରିୟାକୁ ନିଶ୍ଚୟ ସମର୍ଥନ କରିପାରିବ।”

ଲାଭରୋଭ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ତେଣୁ ସେ ମୋଦିଙ୍କ ସହ କ’ଣ କଥା ହେଉଛନ୍ତି, ତା’ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

ଲାଭରୋଭଙ୍କ ଭଳି ଆମେରିକାର ଡେପୁଟି ଏନଏସଏ ଦଲୀପ ସିଂହ ମଧ୍ୟ ଗତକାଲି ଭାରତ ଗସ୍ତରେ ଆସିଥିଲେ। ଭାରତ ଶସ୍ତାରେ ରୁଷ ଠାରୁ ତୈଳ କିଣିବାକୁ ପ୍ରୟାସ କରୁଥିବାରୁ ଏହାକୁ ଦଲୀପ ସିଂହ ବିରୋଧ କରିଥିଲେ। ସେ କହିଥିଲେ, ଆମେରିକା ଓ ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ କଟକଣା ଲଗାଇଛନ୍ତି। ଏହାକୁ ବାଇପାସ୍‌ କରିବାକୁ ଭାରତ ସମେତ କୌଣସି ଦେଶ ଚେଷ୍ଟା କରିବା କଥା ନୁହେଁ।

ଭାରତ ସରକାର ରୁଷଠାରୁ ତୈଳ କିଣି ପାରିବେ। ହେଲେ ରପ୍ତାନୀ ପରିମାଣକୁ ହଠାତ୍‌ ଅଧିକ ବୃଦ୍ଧି ନ କରନ୍ତୁ। ଭାରତ ଭଳି ଦେଶଗୁଡ଼ିକ ସହ ଆମେରିକା ସବୁ ବେଳେ ସୁସମ୍ପର୍କ ରଖିବାକୁ ଚେଷ୍ଟା କରି ଆସୁଛି। ତେଣୁ ରୁଷ ପ୍ରତି ଅଧିକ ଆକୃଷ୍ଟ ହୋଇ ଯଦି କେହି ତୈଳ କିଣନ୍ତି, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଥିଲେ।

ଏହାବାଦ ସେ ଚାଇନା ନାଁ ନେଇ ଭାରତକୁ ଧମକାଇଥିଲେ। ସେ କହିଥିଲେ, “ଭାରତ ଏଯାଏ ୟୁକ୍ରେନ ଉପରେ ହେଉଥିବା ହମଲାକୁ ଖୋଲାଖୋଲି ଭାବେ ନିନ୍ଦା କରିନାହିଁ। ଯଦି ଚାଇନା ଏଲଏସି ନିୟମ ଭାଙ୍ଗି ଆକ୍ରମଣ କରିବ, ତା’ହେଲେ ଭାରତ ପାଇଁ କ’ଣ ରୁଷ ବାହାରିବ? ରୁଷ ଓ ଚାଇନା ସମ୍ପର୍କ ବେଶ ନିବିଡ଼। ଏକଥା ଭାରତ ମନେ ରଖିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story