କାର୍‌ରେ ବସି ମାମଲା ଲଢ଼ିଲେ ଓକିଲ, ହାଇକୋର୍ଟ କ୍ଷୁବ୍ଧ

ଚେନ୍ନାଇ: କରୋନା ମହାମାରୀ ଯୋଗୁ ଭିଡିଓ କନଫରେନ୍ସଂ ଜରିଆରେ କୋର୍ଟରେ ମାମଲାର ଶୁଣାଣି କରାଯାଉଛି। ଏହାର ଫାଇଦା ମଧ୍ୟ କିଛି ଓକିଲ ନେଉଛନ୍ତି। ଗୋଟିଏ ମାମଲାରେ ଶୁଣାଣି ବେଳେ ଜଣେ ଓକିଲ କାର୍‌ରେ ବସି ଯୁକ୍ତି ଉପସ୍ଥାପନ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସଏମ ସୁବ୍ରମଣିଅନ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓକିଲ ଜଣଙ୍କ କାରରେ ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ତାଙ୍କ […]

f

Hemant Lenka
  • Published: Saturday, 06 February 2021
  • , Updated: 06 February 2021, 04:44 PM IST

ଚେନ୍ନାଇ: କରୋନା ମହାମାରୀ ଯୋଗୁ ଭିଡିଓ କନଫରେନ୍ସଂ ଜରିଆରେ କୋର୍ଟରେ ମାମଲାର ଶୁଣାଣି କରାଯାଉଛି। ଏହାର ଫାଇଦା ମଧ୍ୟ କିଛି ଓକିଲ ନେଉଛନ୍ତି। ଗୋଟିଏ ମାମଲାରେ ଶୁଣାଣି ବେଳେ ଜଣେ ଓକିଲ କାର୍‌ରେ ବସି ଯୁକ୍ତି ଉପସ୍ଥାପନ କରୁଥିବା ଘଟଣା ସାମ୍ନାକୁ ଆସିଛି।

ଏହାକୁ ନେଇ ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସଏମ ସୁବ୍ରମଣିଅନ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓକିଲ ଜଣଙ୍କ କାରରେ ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ତାଙ୍କ ପାଖରେ ବସି ଆଉ ଜଣେ ଲୋକ ଏହାର ମଜା ଉଠାଇଥିଲେ।

ଓକିଲଙ୍କ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଚାରପତି କହିଛନ୍ତି। ଏପରି କରି ଓକିଲ ଜଣଙ୍କ କୋର୍ଟ ପ୍ରୋସେଡିଂକୁ ଅପମାନିତ କରିଛନ୍ତି। କାର୍‌ର ପଛ ସିଟ୍‌ରେ ବସି ଓକିଲଙ୍କ ଯୁକ୍ତି ଉପସ୍ଥାନକୁ ଦେଖିବା କୋର୍ଟ ପ୍ରତି ଅବମାନନା। ଏଥିପାଇଁ କୋର୍ଟ ସଂପୃକ୍ତ ଓକିଲଙ୍କୁ ନିଜର ଆଚରଣ ଉପରେ ଜବାବ ସତ୍ୟପାଠ ଆକରରେ ଉପସ୍ଥାପନ କରିବାକୁ କହିଛନ୍ତି।

ଅନ୍ୟପକ୍ଷରେ ଆସନ୍ତା ୮ ତାରିଖରୁ ମାଡ୍ରାସ ହାଇକୋର୍ଟରେ ବ୍ୟକ୍ତିଗତ ହାଜିରାରେ ମାମଲାର ଶୁଣାଣି ଆରମ୍ଭ ହେବ। ତଥାପି ଓକିଲମାନେ ଚାହିଁଲେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇପାରିବେ। କିନ୍ତୁ ଏହି ସମୟରେ ଉପଯୁକ୍ତ ମର୍ଯ୍ୟାଦା ରଖିବାକୁ ବିଚାରପତି ଜଷ୍ଟିସ ସୁବ୍ରମଣିଅନ କହିଛନ୍ତି।

Related story