ନିର୍ବାଚନ ଲଢ଼ିବେ କି ଟେନିସ ତାରକା ଲିଆଣ୍ଡର ପେସ୍‌?

ନୂଆଦିଲ୍ଲୀ: ଭାରତର ପୂର୍ବତନ ଟେନିସ ଷ୍ଟାର ଲିଆଣ୍ଡର ପେସ୍‌ ଖୁବଶୀଘ୍ର ନିର୍ବାଚନ ମୈଦାନକୁ ଓହ୍ଲାଇବେ। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଚେହେରା ପେସ୍‌ ସାଜି ପାରନ୍ତି ବୋଲି କୁହାଯାଉଛି। ଗତ ସପ୍ତାହରେ ଟିଏମସିରେ ମିଶିଥିବା ପେସ୍‌ କହିଛନ୍ତି ଯେ ତାଙ୍କୁ ଦଳ ପକ୍ଷରୁ ପ୍ରଥମେ ଯୋଗାଯୋଗ କରାଯାଇଥିଲା। ମମତା ବାନାର୍ଜୀଙ୍କ ସହ ତାଙ୍କର ସମ୍ପର୍କ ବହୁତ ବର୍ଷର। ଯେତେବେଳେ ମମତା ଦିଦି କିଛି କୁହନ୍ତି, ସେ କାମ […]

TMC

Hemant Lenka
  • Published: Monday, 01 November 2021
  • , Updated: 01 November 2021, 05:09 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ଟେନିସ ଷ୍ଟାର ଲିଆଣ୍ଡର ପେସ୍‌ ଖୁବଶୀଘ୍ର ନିର୍ବାଚନ ମୈଦାନକୁ ଓହ୍ଲାଇବେ। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଚେହେରା ପେସ୍‌ ସାଜି ପାରନ୍ତି ବୋଲି କୁହାଯାଉଛି।

ଗତ ସପ୍ତାହରେ ଟିଏମସିରେ ମିଶିଥିବା ପେସ୍‌ କହିଛନ୍ତି ଯେ ତାଙ୍କୁ ଦଳ ପକ୍ଷରୁ ପ୍ରଥମେ ଯୋଗାଯୋଗ କରାଯାଇଥିଲା। ମମତା ବାନାର୍ଜୀଙ୍କ ସହ ତାଙ୍କର ସମ୍ପର୍କ ବହୁତ ବର୍ଷର। ଯେତେବେଳେ ମମତା ଦିଦି କିଛି କୁହନ୍ତି, ସେ କାମ କରି ଦେଖାନ୍ତି। ସେ ଜଣେ ଚାମ୍ପିୟନ ବୋଲି ପେସ୍‌ କହିଛନ୍ତି।

୨୦୧୨ ବିଧାନସଭା ନିର୍ବାଚନ ବେଳେ ଗୋଆରେ ଟିଏମସି ପ୍ରାର୍ଥୀମାନେ ଅପମାନତ ହରାଇଥିଲେ। ଏବେ ଦଳ କେମିତି ପ୍ରଦର୍ଶନ କରିବ ବୋଲି ପ୍ରଶ୍ନର ଉତ୍ତରରେ ପେସ୍‌ କହିଛନ୍ତି, “ଜିତିବା ଓ ହାରିବା ଜୀବନର ଗୋଟିଏ ଅଂଶବିଶେଷ। କିନ୍ତୁ ଆପଣ କେଉଁଭଳି ସ୍ୱଚ୍ଛତା ଓ ନିଷ୍ଠାର ସହ କାମ କରୁଛନ୍ତି, ତାହା ହିଁ ଗୁରୁତ୍ୱପୂର୍ଣ୍ଣ।”

୧୮ତମ ଗ୍ରାଣ୍ଡ ସ୍ଲାମ ବିଜେତା ପେସଙ୍କ ମା’ଙ୍କ ଘର ବେଙ୍ଗଲରେ ହୋଇଥିବା ବେଳେ ତାଙ୍କ ବାପା ଗୋଆରେ ରୁହନ୍ତି। ତେଣୁ ଗୋଆବାସୀଙ୍କ ପାଖରେ ପେସ୍‌ଙ୍କ ସ୍ୱତନ୍ତ୍ର ପରିଚୟ ରହିଛି। ଏହାକୁ ଟିଏମସି ନିଜ ସପକ୍ଷରେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ପେସ୍‌ କହିଛନ୍ତି, ଟେନିସ ମୋତେ ମୋ ଐତିହ୍ୟରୁ ଦୂରକୁ ନେଇ ଯାଇଥିଲା। ଏବେ ମୁଁ ଫେରିଛି। ଗୋଆରେ କିଛି ଭଲ କାମ କରିବାକୁ ବହୁତ ସୁଯୋଗ ରହିଛି। ମୁଁ ଭାରତ ପାଇଁ ଖେଳୁଛି। ଏବେ କେବଳ ମୋ ଗାଡ଼ି ବଦଳଛି ବୋଲି ସେ କହିଛନ୍ତି।

ଆସନ୍ତାବର୍ଷ କ’ଣ ପେସ୍‌ ବିଧାନସଭା ନିର୍ବାଚନ ଲଢ଼ିବେ? ଏହାର ଉତ୍ତରରେ ସେ କହିଛନ୍ତି, “ମୁଁ ନିର୍ବାଚନ ଲଢ଼ିବାକୁ ପୂରା ପ୍ରସ୍ତୁତ ହୋଇ ରହିଛି। କିନ୍ତୁ ଏହା ଉପରେ ନିଷ୍ପତ୍ତି ମମତା ବାନାର୍ଜୀ ନେବେ। ବର୍ତ୍ତମାନ ମୁଁ ଶିଖିବା ପର୍ଯ୍ୟାୟରେ ରହିଛି। ମୋତେ ଅନେକ କିଛି ଶିଖିବାକୁ ପଡ଼ିବ।”

ସୂଚନାଯୋଗ୍ୟ, ଗତ ଶୁକ୍ରବାର ମମତା ଗୋଆ ଗସ୍ତରେ ଯାଇଥିଲେ। ଏହି ସମୟରେ ପେସ୍‌ ଓ ଅଭିନେତ୍ରୀ ନଫିସା ଅଲୀ ଟିଏମସିରେ ମିଶିଥିଲେ। ମମତା ଉଭୟଙ୍କୁ ଦଳକୁ ସ୍ୱାଗତ କରି ବେଶ ପ୍ରଶଂସା କରିଥିଲେ।

Related story