ତାଜମହଲର ୨୨ କୋଠରୀ ଖୋଲିବା ମାମଲା: ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ଶକ୍ତ ଝଟ୍‌କା

ଲକ୍ଷ୍ନୌ: ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀକୁ  ଖୋଲିବା ଲାଗି ହୋଇଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି।  ତାଜମହଲର ଇତିହାସ  ସମ୍ପର୍କରେ ଯାଞ୍ଚ କରିବାକୁ ୨୨ଟି କୋଠରି ଖୋଲିବା ପାଇଁ ଏକ ତଥ୍ୟ ଅନ୍ୱେଷଣକାରୀ ଟିମ୍ ଗଠନ କରିବାକୁ  ବିଜେପି ନେତା ରଜନୀଶ ସିଂହ ଆବେଦନ କରିଥିଲେ । ତେବେ କୋର୍ଟ କହିଛନ୍ତି ଯେ, ତାଜମହଲ ପଛର ସତ୍ୟାସତ୍ୟ ଯାଞ୍ଚ ପାଇଁ ତଥ୍ୟ ଅନ୍ୱେଷରକାରୀ କମିଟି ଗଠନ ପାଇଁ  ହୋଇଥିବା ଆବେଦନ ଅଯଥାର୍ଥ ପ୍ରସଙ୍ଗ।  କୋର୍ଟ ମାଧ୍ୟମରେ […]

Tajmahal In India

Tapas Behera
  • Published: Thursday, 12 May 2022
  • , Updated: 12 May 2022, 05:24 PM IST

ଲକ୍ଷ୍ନୌ: ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀକୁ  ଖୋଲିବା ଲାଗି ହୋଇଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି।  ତାଜମହଲର ଇତିହାସ  ସମ୍ପର୍କରେ ଯାଞ୍ଚ କରିବାକୁ ୨୨ଟି କୋଠରି ଖୋଲିବା ପାଇଁ ଏକ ତଥ୍ୟ ଅନ୍ୱେଷଣକାରୀ ଟିମ୍ ଗଠନ କରିବାକୁ  ବିଜେପି ନେତା ରଜନୀଶ ସିଂହ ଆବେଦନ କରିଥିଲେ ।

ତେବେ କୋର୍ଟ କହିଛନ୍ତି ଯେ, ତାଜମହଲ ପଛର ସତ୍ୟାସତ୍ୟ ଯାଞ୍ଚ ପାଇଁ ତଥ୍ୟ ଅନ୍ୱେଷରକାରୀ କମିଟି ଗଠନ ପାଇଁ  ହୋଇଥିବା ଆବେଦନ ଅଯଥାର୍ଥ ପ୍ରସଙ୍ଗ।  କୋର୍ଟ ମାଧ୍ୟମରେ ଆବେଦନକାରୀ ଅର୍ଡ଼ର ପ୍ରାପ୍ତ କରିପାରିବେ ନାହିଁ।  ବନ୍ଦ ଥିବା କୋଠରୀ ପ୍ରସଙ୍ଗରେ ଗବେଷଣା ପାଇଁ ଐତିହାସିକଙ୍କ ଉପରେ ନ୍ୟସ୍ତ କରାଯାଉ। ଏଥିପାଇଁ ଏକ ଫ୍ୟାକ୍ଟ ଫାଇଡିଂ ଟିମ ଗଠନ କରାଯାଉ ବୋଲି ହୋଇଥିବା ଦାବି ଅଯଥାର୍ଥ ଏବଂ ଏହା ଅଧିକାରଭୁକ୍ତ ନୁହଁ।  ଏହା ମଧ୍ୟ ସୂଚନା ଅଧିକାର ପରିଧି ମଧ୍ୟରେ ଆସୁ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ସୂଚନା ଅନୁଯାୟୀ, ଗତ ସପ୍ତାହରେ ତାଜମହଲରେ ବନ୍ଦ ଥିବା ୨୨ଟି କୋଠରିକୁ  ଖୋଲିବା ନେଇ କୋର୍ଟରେ  ରଜନୀଶ ସିଂହଙ୍କ ପକ୍ଷରୁ ଆବେଦନ କରାଯାଥିଲା।  ଆବେଦନରେ କୁହାଯାଇଛି ଯେ,  ଏହି ବିଶାଳ ସାମଧି ବାସ୍ତବରେ ଗୋଟାଏ ପୁରାତନ ଶିବ ମନ୍ଦିର ବୋଲି କେତେକ ଐତିହାସିକ ଓ ହିନ୍ଦୁ ସଙ୍ଗଠନ ଦାବି କରୁଛନ୍ତି। ବନ୍ଦ କୋଠରି ଗୁଡ଼ିକୁ ପରୀକ୍ଷା କରି ସେ ସଂକ୍ରାନ୍ତ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରିବା ଲାଗି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସ୍ୱତନ୍ତ୍ର କମିଟି ଗଠନ କରିବା ଲାଗି ଆବେଦନକାରୀ ନିବେଦନ କରିଥିଲେ । ଆବେଦନକାରୀ କହିଛନ୍ତି ଯେ, ମୁଁ ତାଜମହଲକୁ ମନ୍ଦିର କରିବା ଲାଗି ଦାବି କରୁ ନାହିଁ। କିନ୍ତୁ  ସାମାଜିକ ସଂହତି ପାଇଁ  ସତ୍ୟ ପଦାକୁ ଆସୁ ବୋଲି ସେ ଚାହିଁଛନ୍ତି।

ମାମଲାରେ ଆଲ୍ଲାବାଦ ହାଇକୋର୍ଟର ୨ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଛନ୍ତି। ଜନସ୍ୱାର୍ଥ୍ୟ ମାମାଲାକୁ ବିଦ୍ରୁପ ନକରିବାକୁ କୋର୍ଟ କହିଛନ୍ତି। ୨୨ କୋଠରୀ ଭିତରେ ଥିବା ପୁରାତନ ଐତିହ୍ୟ ବିଷୟର ଆବେଦନକାରୀ ଏକାଧିକ ଜନ ସ୍ୱାର୍ଥ୍ୟ ମାମଲା ରୁଜୁ କରିଛନ୍ତି। ଆବେଦନକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି କୋର୍ଟ କହିଛନ୍ତି ଯେ, ଆସନ୍ତାକାଲି ଆପଣ ଆମର ଚାମ୍ବର ଦେଖିବା ପାଇଁ ଅନୁମତି ମାଗିପାରନ୍ତି। ଦୟା କରି ଜନସ୍ୱାର୍ଥ୍ୟମ ମାମଲାକୁ ଏମିତି ବ୍ୟଙ୍ଗବିଦ୍ରୂପ କରନ୍ତୁ ନାହିଁ।

Related story