କୋଭିଡ୍‌ ଟେନ୍‌ସନ୍‌: ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ମାମଲାକୁ  ଆକ୍ସନମୁଡ୍‌କୁ ଆସିଛି ଆପ୍‌ ସରକାର। କରୋନା ମୁକାବିଲା ପାଇଁ ସମସ୍ତ ସରକାରୀ ବିଭାଗର ଅଧିକାରୀ, କର୍ମଚାରୀଙ୍କ ଛୁଟିଦିନ (ମେଡିକାଲ ବାଦ) ବାତିଲ କରାଯାଇଛି। କେବଳ ମେଡିକାଲ ଲିଭ୍ ବ୍ୟତୀତ ଅନ୍ୟ କୌଣସି ଛୁଟି ଦିଆଯିବ ନାହିଁ । ପରବର୍ତ୍ତୀ  ନିର୍ଦ୍ଦେଶ ନଆସିବ ପର୍ଯ୍ୟନ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦିଲ୍ଲୀ ଛାଡ଼ିବାକୁ ବାରଣ କରାଯାଛି। ସୂଚନାଯୋଗ୍ୟ ଯେ ଦିଲ୍ଲୀର କୋଭିଡ୍‌ ମେଡିକାଲରେ ମୋଟ ୭୮୨ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି। ସେହିପରି […]

corona

corona

Tapas Behera
  • Published: Wednesday, 05 January 2022
  • Updated: 05 January 2022, 10:28 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ମାମଲାକୁ  ଆକ୍ସନମୁଡ୍‌କୁ ଆସିଛି ଆପ୍‌ ସରକାର। କରୋନା ମୁକାବିଲା ପାଇଁ ସମସ୍ତ ସରକାରୀ ବିଭାଗର ଅଧିକାରୀ, କର୍ମଚାରୀଙ୍କ ଛୁଟିଦିନ (ମେଡିକାଲ ବାଦ) ବାତିଲ କରାଯାଇଛି। କେବଳ ମେଡିକାଲ ଲିଭ୍ ବ୍ୟତୀତ ଅନ୍ୟ କୌଣସି ଛୁଟି ଦିଆଯିବ ନାହିଁ । ପରବର୍ତ୍ତୀ  ନିର୍ଦ୍ଦେଶ ନଆସିବ ପର୍ଯ୍ୟନ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦିଲ୍ଲୀ ଛାଡ଼ିବାକୁ ବାରଣ କରାଯାଛି। ସୂଚନାଯୋଗ୍ୟ ଯେ ଦିଲ୍ଲୀର କୋଭିଡ୍‌ ମେଡିକାଲରେ ମୋଟ ୭୮୨ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି।

ସେହିପରି ୨୪ ଘଣ୍ଟାରେ ୫ଜଣ ବିଦେଶୀ ଯାତ୍ରୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡ଼ିଛି। ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୬୧୦ ଜଣ ଦିଲ୍ଲୀର ଏବଂ ୧୦୩ ଜଣ ଦିଲ୍ଲୀ ବାହାରର।

ସେମାନଙ୍କ ମଧ୍ୟରୁ ୫୫୧ରୋଗୀଙ୍କର  ଅମ୍ଳଜାନ କିମ୍ବା ଭେଣ୍ଟିଲେଟର ଆବଶ୍ୟକ ପଡ଼ି ନାହିଁ । ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର୯ ଟି ସରକାରୀ ଡାକ୍ତରଖାନାରେ କରୋନା ପାଇଁ ସଂରକ୍ଷିତ ଶଯ୍ୟା ସଂଖ୍ୟାକୁ ୧୦୦୦କୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ୧୦% ସଂରକ୍ଷିତ ଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ପରିମାଣ ୪୦% ବୃଦ୍ଧି କରିବାକୁ ଦିଲ୍ଲୀ ସରକାର ଘରୋଇ ଡାକ୍ତରଖାନାଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ସରକାରୀ ଡାକ୍ତରଖାନାଗୁଡ଼ିକରେ ପାଖାପାଖି ୨% ଶଯ୍ୟା ଅଧିକୃତ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos