ଦିଲ୍ଲୀରୁ ହଟିବନି ୱିକେଣ୍ଡ କର୍ଫ୍ୟୁ, କେଜ୍ରିୱାଲଙ୍କ ପ୍ରସ୍ତାବ ଖାରଜ କଲେ ଉପ ରାଜ୍ୟପାଳ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ହେଁ ଏବେ ସପ୍ତାହାନ୍ତ ବା ୱିକେଣ୍ଡ କର୍ଫ୍ୟୁ ହଟିବ ନାହିଁ ବୋଲି ଆଜି ଉପ ରାଜ୍ୟପାଳ ଅନୀଲ ବୈଜଲ ସ୍ପଷ୍ଟ କରିଛନ୍ତି। ସଂକ୍ରମଣ ହ୍ରାସ ପାଉଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୱିକେଣ୍ଡ କର୍ଫ୍ୟୁ ହଟାଇବାକୁ ଚାହୁଁଥିବା ଗୋଟିଏ ପ୍ରସ୍ତାବ ଉପ ରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ। ତେବେ ଉପ ରାଜ୍ୟପାଳ ବୈଜଲ ଏହି ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି। ଦିଲ୍ଲୀର କୋଭିଡ ପରିସ୍ଥିତି ସୁଧୁରିବା ଯାଏ […]

Delhi

Hemant Lenka
  • Published: Friday, 21 January 2022
  • , Updated: 21 January 2022, 06:14 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ହେଁ ଏବେ ସପ୍ତାହାନ୍ତ ବା ୱିକେଣ୍ଡ କର୍ଫ୍ୟୁ ହଟିବ ନାହିଁ ବୋଲି ଆଜି ଉପ ରାଜ୍ୟପାଳ ଅନୀଲ ବୈଜଲ ସ୍ପଷ୍ଟ କରିଛନ୍ତି। ସଂକ୍ରମଣ ହ୍ରାସ ପାଉଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୱିକେଣ୍ଡ କର୍ଫ୍ୟୁ ହଟାଇବାକୁ ଚାହୁଁଥିବା ଗୋଟିଏ ପ୍ରସ୍ତାବ ଉପ ରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ। ତେବେ ଉପ ରାଜ୍ୟପାଳ ବୈଜଲ ଏହି ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି।

ଦିଲ୍ଲୀର କୋଭିଡ ପରିସ୍ଥିତି ସୁଧୁରିବା ଯାଏ ସ୍ଥିତାବସ୍ଥା ବଜାୟୀ ରଖିବା ପାଇଁ ଆପ୍ ନେତୃତ୍ୱାଧୀନ ସରକାରଙ୍କୁ ଉପ ରାଜ୍ୟପାଳ ବୈଜଲ ପରାମର୍ଶ ଦେଇଛନ୍ତି। ଆଜି କେଜ୍ରିୱାଲ ସରକାର ଦିଲ୍ଲୀରେ କଟକଣା କୋହଳ କରିବା ସଂକ୍ରାନ୍ତ ଫାଇଲ ଉପ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ।

ଏଥିରେ ୫୦% କର୍ମଚାରୀଙ୍କ ସହ ଘରୋଇ ଅଫିସ ଖୋଲିବାକୁ ପରାମର୍ଶ ଦିଆଯିବ ସହ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ପ୍ରତ୍ୟାହାର କରିବାକୁ କୁହାଯାଇଥିଲା। ଏଥିସହ ୱିକେଣ୍ଡ କର୍ଫ୍ୟୁ ମଧ୍ୟ ହଟାଇ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଉପ ରାଜ୍ୟପାଳ ୫୦% କର୍ମଚାରୀଙ୍କ ସହ ଘରୋଇ ଅଫିସ ଖୋଲିବା ପାଇଁ ସରକାର ଦେଇଥିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ହେଲେ ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଅଗ୍ରାହ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ସପ୍ତାହର ଶୁକ୍ରବାର ରାତି ୧୦ଟାରୁ ସୋମବାର ଭୋର ୫ଟା ଯାଏ କର୍ଫ୍ୟୁ ଲାଗୁ ହେଉଛି। ଏବେ ସଂକ୍ରମଣ କମିଥିଲେ ମଧ୍ୟ କର୍ଫ୍ୟୁରୁ ଲୋକଙ୍କୁ ଆଶ୍ୱସ୍ତ ମିଳିନି। ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୩୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଜିଟିଭିଟି ରେଟ୍‌ ୨୧.୪୮% ରହିଛି। ସେହିପରି ଦିନକରେ କରୋନାରେ ୪୩ ଜଣଙ୍କ ଜୀବନ ନେଇଛି। ଏହା ଗତବର୍ଷ ଜୁନ ୧୦ ପରଠାରୁ ସର୍ବାଧିକ। ରାଜଧାନୀରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୮୭୩୦ ରହିଛି।

ଦିଲ୍ଲୀ ସରକାର କରୋନାର ଆରଟିପିଆର ଟେଷ୍ଟ ଦାମ ମଧ୍ୟ କମ୍‌ କରିଛନ୍ତି। ପୂର୍ବରୁ ଲୋକଙ୍କୁ କରୋନା ପରୀକ୍ଷା ପାଇଁ ୫୦୦ ଟଙ୍କା ଦେବାକୁ ପଡୁଥିଲା। ଏବେ କିନ୍ତୁ ଏଥିପାଇଁ ୩୦୦ ଟଙ୍କା ଦେବାକୁ ପଡ଼ିବ।

Related story