ତଦନ୍ତ ସୁପାରିଶ ପରେ ନୂଆ ଛାଡ଼ି ପୁରୁଣା ଅବକାରୀ ନୀତି ଲାଗୁ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ନୂଆ ଛାଡି ଏବେ ପୁରୁଣା ଅବକାରୀ ନୀତି ଲାଗୁ ହେବ। ନୂଆ ଅବକାରୀ ନୀତିକୁ ଫେରାଇ ନେବାକୁ ଦିଲ୍ଲୀର କେଜ୍ରିୱାଲ ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆ ଅବକାରୀ ନୀତି ପ୍ରଚଳନ ଉପରେ ‘ସିବିଆଇ’ ତଦନ୍ତ ଲାଗି ଉପରାଜ୍ୟପାଳ ସୁପାରିଶ କରିବା ପରେ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ନୂଆ ଅବକାରୀ ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି । […]

liquor-shop

liquor-shop

Madhupriya Mistry
  • Published: Saturday, 30 July 2022
  • Updated: 30 July 2022, 01:42 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ନୂଆ ଛାଡି ଏବେ ପୁରୁଣା ଅବକାରୀ ନୀତି ଲାଗୁ ହେବ। ନୂଆ ଅବକାରୀ ନୀତିକୁ ଫେରାଇ ନେବାକୁ ଦିଲ୍ଲୀର କେଜ୍ରିୱାଲ ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆ ଅବକାରୀ ନୀତି ପ୍ରଚଳନ ଉପରେ ‘ସିବିଆଇ’ ତଦନ୍ତ ଲାଗି ଉପରାଜ୍ୟପାଳ ସୁପାରିଶ କରିବା ପରେ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ନୂଆ ଅବକାରୀ ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି । ଏନେଇ ରାଜ୍ୟ ବିଜେପି ପକ୍ଷରୁ ରାଜରାସ୍ତାରେ ବିକ୍ଷୋଭ କରାଯିବା ସହ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଆଗରେ ବି ବିକ୍ଷୋଭ କରାଯାଇଥିଲା । ଏସବୁ ଭିତରେ ନୂଆ ଅବକାରୀ ନୀତିକୁ ନେଇ ସିବିଆଇ ଯାଂଚ କରାଯାଉ ବୋଲି ଦିଲ୍ଲୀ ଉପରାଜ୍ୟପାଳ ପରାମର୍ଶ ଦେଇଥିଲେ। ଏସବୁ ଭିତରେ ସାମ୍ବାଦିକ ସମ୍ମିଳନୀ କରି ରାଜଧାନୀ ଦିଲ୍ଲୀରେ ମଦର ଖୁଚୁରା ବିକ୍ରି ନେଇ ପୁରୁଣା ଅବକାରୀ ନୀତି ଲାଗୁ ହେବ ବୋଲି ଆଜି ଘୋଷଣା କରିଛନ୍ତି ମନୀଷ ସିସୋଦିଆ। ଏହା ଆସନ୍ତା ସୋମବାର ଠାରୁ ଲାଗୁ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଟାର୍ଗେଟ୍‌ କରିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ। ଗୁଜରାଟରେ ମଦ ନିଷେଧ ହୋଇଥିବା ବେଳେ ଏଠାରେ ଖୋଲାଖୋଲି ଭାବେ ମଦ ବିକ୍ରି ହେଉଛି। ସେମାନଙ୍କର (ବିଜେପି) ଲୋକମାନେ ମଦ ତିଆରି କରି ବିକ୍ରି କରୁଛନ୍ତି। ନକଲି ତଥା ବିଷାକ୍ତ ମଦ ପିଇ ଲୋକମାନେ ଏଠାରେ ମରୁଛନ୍ତି। ଏହି ମଡେଲ ଗୁଜୁରାଟରେ ଲାଗୁ ହୋଇଛି।

ସେହିପରି ଦିଲ୍ଲୀରେ ବିଜେପି ଇଡି ଏବଂ ସିବିଆଇ ମାଧ୍ୟମରେ ଦୋକାନୀ, ଅଧିକାରୀଙ୍କୁ ଧମକ ଦେଉଛି। ସେମାନେ(ବିଜେପି) ଚାହୁଁଛନ୍ତି ଯେ ଦିଲ୍ଲୀରେ ଆଇନଗତ ମଦ ଦୋକାନ ବନ୍ଦ କରାଯାଉ ଏବଂ ବେଆଇନ ଦୋକାନରୁ ଟଙ୍କା ରୋଜଗାର କରାଯାଉ। ଆମେ ନୂତନ ମଦ ନୀତି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ଏବଂ ସରକାରୀ ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛୁ।

ଦୁର୍ନୀତିକୁ ରୋକିବା ପାଇଁ ଆମେ ନୂଆ ମଦ ନୀତି ଆଣିଛୁ। ଏହାପୂର୍ବରୁ ସରକାର ୮୫୦ ମଦ ଦୋକାନରୁ ପ୍ରାୟ ୬ ହଜାର କୋଟି ଟଙ୍କା ଆୟ କରୁଥିଲେ। କିନ୍ତୁ ନୂତନ ନୀତି ପରେ ଆମ ସରକାର ସମାନ ସଂଖ୍ୟକ ଦୋକାନରୁ ୯ ହଜାର କୋଟିରୁ ଅଧିକ ଟଙ୍କା ପାଇଛନ୍ତି। ଏବେ ଅନେକ ଦୋକାନୀ ଦୋକାନ ଛାଡି ପଳାଇ ଯାଇଛନ୍ତି। ଇଡି ଏବଂ ସିବିଆଇ ଧମକ ଦେଇ ବିଜେପି ସମସ୍ତ ଦୋକାନୀ ଓ ଅଧିକାରୀଙ୍କୁ ମଧ୍ୟ ଭୟଭୀତ କରାଇଛନ୍ତି। କୌଣସି ଅଧିକାରୀ ଖାଲି ଥିବା ଦୋକାନଗୁଡ଼ିକୁ ନିଲାମ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ, ୨୦୨୨-୨୩ ନିମନ୍ତେ ଦିଲ୍ଲୀ ସରକାର ନୂଆ ନୀତିକୁ ସୁଗମ କରିବା ଲାଗି କାର୍ଯ୍ୟ କରୁଥିବାରୁ ଆଗାମୀ ୬ ମାସ ନିମନ୍ତେ ପୁରାତନ ଅବକାରୀ ନୀତି ଲାଗୁ କରାଯିବ। ୨୦୨୨-୨୩ର ଅବକାରୀ ନୀତିର ‘ରଫ୍‌ ଡ୍ରାଫ୍ଟ’ ଉପରାଜ୍ୟପାଳ ବିନୟୀ କୁମାର ସାକ୍ସେନାଙ୍କ ଅନୁମୋଦନ ପାଇଁ ପଠାଯିବ। ଚଳିତ ବର୍ଷ ମାର୍ଚ୍ଚ ୩୧ ପରେ ୨୦୨୧-୨୨ ଅବକାରୀ ନୀତି ଦୁଇଥର ବର୍ଦ୍ଧିତ କରାଯାଇ ସାରିଲାଣି। ଜୁଲାଇ ୩୧ରେ ଏହାର ଅବସାନ ଘଟିବ। ୨୦୨୨-୨୩ର ନୂତନ ଅବକାରୀ ନୀତିରେ, ଅନ୍ୟାନ୍ୟ ସାମଗ୍ରୀ ଭଳି ଅବକାରୀ ବିଭାଗ ମଦ ‘ହୋମ୍‌ ଡେଲିଭରି’ ପାଇଁ ସୁପାରିଶ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos