୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲା, ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିବସେନା ପକ୍ଷରୁ ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ହୋଇଥିବା ମାମଲାରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଅର୍ଥାତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମହାରାଷ୍ଟ୍ର ବାଚସ୍ପତ୍ତି ମଧ୍ୟ ଏହି ମାମଲାରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ।  ଉଭୟପକ୍ଷଙ୍କ ଆବେଦନକାରୀଙ୍କୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି କୋର୍ଟ। ଉଦ୍ଧବ ଠାକରେଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କପିଲ ଶିବଲ ପ୍ରତିନିଧିତ୍ୱ କରିଥିଲେ। କପିଲ ଶିବଲ କହିଛନ୍ତି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ରେ ରହିଛି। ତେବେଏହି […]

Eknath Shinde

Eknath Shinde

Tapas Behera
  • Published: Monday, 11 July 2022
  • Updated: 11 July 2022, 02:43 PM IST

Sports

Latest News

ନୂଆଦିଲ୍ଲୀ: ଶିବସେନା ପକ୍ଷରୁ ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ହୋଇଥିବା ମାମଲାରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଅର୍ଥାତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମହାରାଷ୍ଟ୍ର ବାଚସ୍ପତ୍ତି ମଧ୍ୟ ଏହି ମାମଲାରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ।  ଉଭୟପକ୍ଷଙ୍କ ଆବେଦନକାରୀଙ୍କୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି କୋର୍ଟ। ଉଦ୍ଧବ ଠାକରେଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କପିଲ ଶିବଲ ପ୍ରତିନିଧିତ୍ୱ କରିଥିଲେ। କପିଲ ଶିବଲ କହିଛନ୍ତି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ରେ ରହିଛି। ତେବେଏହି ମାମଲାରେ ସମ୍ପୃକ୍ତି ଥିବା ସମସ୍ତ ଦଳର ପକ୍ଷକୁ ନେଇ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି। ସେହିପରି  ବିଧାୟକମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ମହାରାଷ୍ଟ୍ର ବାଚସ୍ପତିଙ୍କୁ କହିଛନ୍ତି। ଏହି ମାମଲାରେ ନୂଆ ବେଞ୍ଚ ଗଠନ ହୋଇ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।  ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁସାର ମେହେଟ୍ଟା ଉପସ୍ଥିତ ଥିଲେ।

ଏହି  ମାମଲାରେ କୋର୍ଟ ସମ୍ପର୍କିତ ବିବରଣୀ ରାଜ୍ୟପାଳଙ୍କୁ ଅବଗତ କରିଦେବେ ବୋଲି ତୁସାର ମେହେଟ୍ଟା କହିଛନ୍ତି। ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ୪ ଟି ମାମଲା ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।  ସିନ୍ଦେଙ୍କ କ୍ୟାମ୍ପ ପକ୍ଷରୁ ୨ଟି ମାମଲା ଆବେଦନ କରାଯାଇଥିଲା ବେଳେ ଉଦ୍ଧବଙ୍କ ଗୋଷ୍ଠୀରୁ ୨ ଟି ମାମଲା ରହିଛି।  ପୂର୍ବରୁ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲ ସୁପ୍ରିମକୋର୍ଟରେ ତାଙ୍କର ଉତ୍ତର ରଖିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ବିଦ୍ରୋହ ଘୋଷଣା କରିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସହ ସସ୍‌ପେଣ୍ଡ କରାଯିବା ଉଚିତ। ବିଧାୟକମାନେ ଦଳବଦଳ କରିଥିବାରୁ ସେମାନେ ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ହେବାକୁ ଅଯୋଗ୍ୟ । ସେମାନେ ଦଳବଦଳ କରି ସାମ୍ବିଧାନିକ ପାପ କରିଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହୋଇଥିବା ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହ ହାତ ମିଳାଇଥିଲେ ।

ଜୁଲାଇ ୪ରେ ଆସ୍ଥା ଭୋଟ ପୂର୍ବରୁ ବିଦ୍ରୋହୀ ଗୋଷ୍ଠୀର ମୁଖ୍ୟ ସଚେତକ ଭରତ ଗୋଗୱାଲେ ସବୁ ଶିବସେନା ବିଧାୟକଙ୍କୁ ଆସ୍ଥା ସପକ୍ଷରେ ଭୋଟ ଦେବାକୁ ହୁଇପ୍‌ ଜାରି କରିଥିଲେ । ଅନ୍ୟପକ୍ଷରେ ଉଦ୍ଧବ ଗୋଷ୍ଠୀର ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ମଧ୍ୟ ସବୁ ବିଧାୟକଙ୍କୁ ହୁଇପ୍‌ ଜାରି କରି ଆସ୍ଥା ଭୋଟ ବିପକ୍ଷରେ ଭୋଟ ଦେବାକୁ ଆଦେଶ ଦେଇଥିଲେ । ତେବେ ଆସ୍ଥା ଭୋଟ ସପକ୍ଷରେ ୪୦ ଶିବସେନା ବିଧାୟକ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୧୫ ଭୋଟ ପଡିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos