ରାଜ୍ୟପାଳଙ୍କ ବୟାନକୁ ନେଇ ବିବାଦ, ରାଗିଲେ ମରାଠା

ମୁମ୍ବାଇ: ବିବାଦରେ ମହାରାଷ୍ଟ୍ର ରାଜ୍ୟପାଳ। ଭଗତ ସିଂହ କୋଶିଆରୀଙ୍କ ଏକ ବୟାନକୁ ନେଇ ଆରମ୍ଭ ହୋଇଛି ହଙ୍ଗାମା। ମୁମ୍ବାଇରେ ମରାଠାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏଥିସହ ରାଜ୍ୟପାଳଙ୍କ ବିରୋଧରେ ନାରାବାଜି କରିଛନ୍ତି।
ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ କହିଛନ୍ତି ଯେ ‘ଯଦି ଗୁଜୁରାଟୀ ଏବଂ ରାଜସ୍ଥାନୀଙ୍କୁ ମୁମ୍ବାଇ ଏବଂ ଥାନାରୁ ହଟାଇ ଦିଆଯାଏ, ତେବେ ଏଠାରେ ଟଙ୍କା ଅଭାବ ପଡିଯିବ। ଆର୍ଥିକ ରାଜଧାନୀ ବୋଲାଉଥିବା ମୁମ୍ବାଇରୁ ଏହି ଟ୍ୟାଗ୍ ହଟିଯିବ।’ ରାଜ୍ୟପାଳଙ୍କ ଏହି ବୟାନକୁ ତୁମ୍ବିତୋଫାନ ଆରମ୍ଭ ହୋଇଛି।
ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ‘ରାଜ୍ୟପାଳ ଯେପରି କହିଛନ୍ତି ତାହା ବେଶ୍ ନିନ୍ଦନୀୟ। ମହାରାଷ୍ଟ୍ରର ଲୋକମାନେ ମୁମ୍ବାଇ ପାଇଁ ରକ୍ତ ଓ ଝାଳ ବୁହାଇଛନ୍ତି। ସବୁ ଜିନିଷକୁ ଟଙ୍କା ଦ୍ୱାରା ଓଜନ କରାଯାଏ ନାହିଁ।’
#WATCH | If Gujaratis and Rajasthanis are removed from Maharashtra, especially Mumbai and Thane, no money would be left here. Mumbai would not be able to remain the financial capital of the country: Maharashtra Governor Bhagat Singh Koshyari pic.twitter.com/l3SlOFMc0v
— ANI (@ANI) July 30, 2022
ଏଭଳି ବିବୃତ୍ତି ପାଇଁ ବିଜେପି ଓ ସିଏମ୍ ତାଙ୍କୁ ନିନ୍ଦା କରିବା ଉଚିତ୍ ବୋଲି ରାଉତ କହିଛନ୍ତି। କେନ୍ଦ୍ର ସରକାର ତାଙ୍କୁ ତୁରନ୍ତ ଫେରାଇ ଆଣିବା ଉଚିତ୍। ସେ କ୍ରମାଗତ ଭାବରେ ବିବାଦୀୟ ବକ୍ତବ୍ୟ ଦେଉଛନ୍ତି ଏବଂ ମହାରାଷ୍ଟ୍ର ଏବଂ ମରାଠାମାନଙ୍କୁ ଅପମାନ କରୁଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ର ଏହାକୁ ଆଉ ବରଦାସ୍ତ କରିବ ନାହିଁ ବୋଲି ଶିବସେନା ସାଂସନ କହିଛନ୍ତି।
ରାଜ୍ୟପାଳଙ୍କ ଏହି ବୟାନକୁ ପୂରା ରାଜ୍ୟ କ୍ରୋଧିତ ହୋଇ ଉଠିଛି। ସମସ୍ତେ ତାଙ୍କ ମନ୍ତବ୍ୟକୁ ନିନ୍ଦା କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବିଜେପି ଓ ମୁଖ୍ୟମନ୍ତ୍ରୀ ଚୁପ୍ ଅଛନ୍ତି। ରାଜ୍ୟପାଳଙ୍କ ବିବୃତ୍ତି ମୁମ୍ବାଇର ସେହି ୧୦୫ଜଣଙ୍କ ପାଇଁ ଅପମାନ, ଯେଉଁମାନେ ମହାରାଷ୍ଟ୍ର ସହିତ ଏହି ସହରକୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ବୋଳି ସଞ୍ଜୟ ରାଉତ କହିଛନ୍ତି।
ସେପଟେ କଂଗ୍ରେସ ନେତା ସଚିନ ସାୱନ୍ତ ମଧ୍ୟ ରାଜ୍ୟପାଳଙ୍କ ଏହି ବୟାନକୁ ନିନ୍ଦା କରିଛନ୍ତି। ସେ ରାଜ୍ୟପାଳଙ୍କ ବିବାଦୀୟ ବୟାନର ଭିଡିଓ ଟ୍ୱିଟ୍ କରି ମରାଠାମାନଙ୍କୁ ଅପମାନ ଦୁଃଖଦାୟକ ବୋଲି କହିଛନ୍ତି। ସେହିପରି ଆଉ ଜଣେ କଂଗ୍ରେସ ନେତା ରାଜ୍ୟପାଳ ତାଙ୍କ ବିବାଦୀୟ ବୟାନକୁ ନେଇ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି।
We condemn the remarks made by Maharashtra Governor Bhagat Singh Koshyari. He should apologise to the public. He should be removed from his position with immediate effect: Maharashtra Congress chief Nana Patole pic.twitter.com/XEgScwCmxj
— ANI (@ANI) July 30, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।