ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବେ ଅନୀଲ ଦେଶମୁଖ ଓ ସରକାର

ନୂଆଦିଲ୍ଲୀ: ମାସିକ ୧୦୦ କୋଟି ଟଙ୍କାର ବଟି ଆଦାୟ ଅଭିଯୋଗରେ ଫସି ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଅନୀଲ ଦେଶମୁଖଙ୍କ ବିରୋଧରେ ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ବିରୋଧରେ ମହାରାଷ୍ଟ୍ର ସରକାର ଓ ଅନୀଲ ଦେଶମୁଖ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଅନୀଲ ଦେଶମୁଖ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣାରେ ଗିରଫ ନିଲମ୍ବିତ ପୁଲିସ୍‌ ଅଧିକାରୀ ସଚିନ ବାଜେଙ୍କୁ ମାସିକ ୧୦୦ କୋଟି […]

anil-deshmukh.jpg1

Hemant Lenka
  • Published: Monday, 05 April 2021
  • , Updated: 05 April 2021, 08:58 PM IST

ନୂଆଦିଲ୍ଲୀ: ମାସିକ ୧୦୦ କୋଟି ଟଙ୍କାର ବଟି ଆଦାୟ ଅଭିଯୋଗରେ ଫସି ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଅନୀଲ ଦେଶମୁଖଙ୍କ ବିରୋଧରେ ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ବିରୋଧରେ ମହାରାଷ୍ଟ୍ର ସରକାର ଓ ଅନୀଲ ଦେଶମୁଖ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ଅନୀଲ ଦେଶମୁଖ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣାରେ ଗିରଫ ନିଲମ୍ବିତ ପୁଲିସ୍‌ ଅଧିକାରୀ ସଚିନ ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ଆଦାୟ କରିବାକୁ କହିଥିବା ଖୋଦ୍‌ ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ସେ ଘଟଣାର ସିବିଆଇ ତଦନ୍ତ କରିବାକୁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ।

ଆଜି ଏହାର ଶୁଣାଣି କରି ବମ୍ବେ ହାଇକୋର୍ଟ ୧୫ ଦିନ ମଧ୍ୟରେ ପ୍ରାଥମିକ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ଅନୀଲ ଦେଶମୁଖ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସିବିଆଇ ତଦନ୍ତ ଉପରେ ରୋକ ଲଗାଇବାକୁ ମହାରାଷ୍ଟ୍ର ସରକାର ଓ ଶ୍ରୀ ଦେଶମୁଖ ସୁପ୍ରିମକୋର୍ଟ ଯିବେ।

ସୁପ୍ରିମକୋର୍ଟରେ ଆଇନଜୀବୀ ତଥା କଂଗ୍ରେସ ନେତା ଅଭିଷେକ ମନୁସିଂଘଭୀ ସିବିଆଇ ତଦନ୍ତ ଉପରେ ରୋକ ଲଗାଇବାକୁ ଯୁକ୍ତି ଉପସ୍ଥାପନ କରିବେ। ସେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମାମଲା ଲଢ଼ିବେ। ସେହିପରି ଅନୀଲ ଦେଶମୁଖ ସ୍ୱତନ୍ତ୍ର ଭାବେ ଆଉ ଏକ ପିଟିସନ ଦାଖଲ କରିବେ ବୋଲି ଜଣାପଡ଼ିଛି।

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ବମ୍ବେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅନୁଧ୍ୟାନ କରିବା ପରେ ମହାରାଷ୍ଟ୍ର ସରକାର ପ୍ରତିକ୍ରିୟା ରଖିବେ। କୌଣସି ତଦନ୍ତକାରୀ ସଂସ୍ଥା ଭଗବାନଙ୍କ ଅବତାର ନୁହନ୍ତି। ଏହି ପ୍ରସଙ୍ଗରେ ରାଜନୀତିକ ଅଭିସନ୍ଧି ମଧ୍ୟ ରହିଛି। ଆମ ଦଳର ପରମ୍ପରା ହେଲା ଆମେ ସବୁବେଳେ ନ୍ୟାୟପାଳିକା ନିଷ୍ପତ୍ତିକୁ ସମ୍ମାନ ଜଣାଇଥାଉ। ବମ୍ବେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଭଲ ଭାବେ ପଢ଼ିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିମ୍ବା ସରକାରଙ୍କ ପକ୍ଷରୁ କେହି ଏହା ଉପରେ ଜବାବ ରଖିବେ ବୋଲି ଶ୍ରୀ ରାଉତ କହିଛନ୍ତି।

Related story