କଟକଣା କୋହଳ : ସମ୍ପୂର୍ଣ୍ଣ ବନ୍ଦ ହେବନି ବ୍ୟୁଟି ସେଲୁନ୍‌

ମୁମ୍ବାଇ: ରବିବାର ମହାରାଷ୍ଟ୍ର ସରକାର କୋଭିଡ୍‌ କଟକଣାର ପୁନଃସମୀକ୍ଷା କରିଛନ୍ତି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ରାଜ୍ୟରେ ବ୍ୟୁଟି ସେଲୁନ୍‌ ଏବଂ ଜିମ୍‌ ଗୁଡ଼ିକୁ  ୫୦ ପ୍ରତିଶତ କ୍ଷମତାରେ ଚାଲିବାକୁ  ଅନୁମତି ଦେଇଛନ୍ତି। ଶନିବାର ପ୍ରକାଶିତ ପୂର୍ବ ନିର୍ଦ୍ଦେଶରେ ରାଜ୍ୟରେ ସମସ୍ତ  ବ୍ୟୁଟି ସେଲୁନ ଗୁଡ଼ିକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଲୁନ୍‌ ଗୁଡିକୁ ୫୦ ପ୍ରତିଶତ କ୍ଷମତାରେ ଚଲାଇବାକୁ  ଅନୁମତି ଦେଇଥିଲେ । ସଂଶୋଧିତ ଗାଇଡ୍‌ଲାଇନ୍‌ରେ  ରାଜ୍ୟ ସରକାର କହିଛନ୍ତି ଯେ, ବ୍ୟୁଟି ସେଲୁନ ଗୁଡିକ ସହ […]

saloon-1

Tapas Behera
  • Published: Sunday, 09 January 2022
  • , Updated: 09 January 2022, 04:57 PM IST

ମୁମ୍ବାଇ: ରବିବାର ମହାରାଷ୍ଟ୍ର ସରକାର କୋଭିଡ୍‌ କଟକଣାର ପୁନଃସମୀକ୍ଷା କରିଛନ୍ତି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ରାଜ୍ୟରେ ବ୍ୟୁଟି ସେଲୁନ୍‌ ଏବଂ ଜିମ୍‌ ଗୁଡ଼ିକୁ  ୫୦ ପ୍ରତିଶତ କ୍ଷମତାରେ ଚାଲିବାକୁ  ଅନୁମତି ଦେଇଛନ୍ତି। ଶନିବାର ପ୍ରକାଶିତ ପୂର୍ବ ନିର୍ଦ୍ଦେଶରେ ରାଜ୍ୟରେ ସମସ୍ତ  ବ୍ୟୁଟି ସେଲୁନ ଗୁଡ଼ିକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଲୁନ୍‌ ଗୁଡିକୁ ୫୦ ପ୍ରତିଶତ କ୍ଷମତାରେ ଚଲାଇବାକୁ  ଅନୁମତି ଦେଇଥିଲେ ।

ସଂଶୋଧିତ ଗାଇଡ୍‌ଲାଇନ୍‌ରେ  ରାଜ୍ୟ ସରକାର କହିଛନ୍ତି ଯେ, ବ୍ୟୁଟି ସେଲୁନ ଗୁଡିକ ସହ ଚୁଟି କାଟୁଥିବା ସେଲୁନ୍ ଗୁଡ଼ିକୁ  ୫୦ ପ୍ରତିଶତରେ ସୀମିତ ରଖାଯାଇଛି। ସେହିପରି ଯେଉଁ କାର୍ଯ୍ୟକଳାପରେ  ମାସ୍କ ଅପସାରଣ ଅନାବଶ୍ୟକ ସେସବୁ ମଧ୍ୟ ଚାଲିପାରିବ।

ଏଥିସହ ସେଲୁନ ମାଲିକା ମାନଙ୍କୁ ଡବଲ ଡୋଜ୍‌ ନେଇଥିବା ଗ୍ରାହକଙ୍କୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନୂତନ ନିୟମ ଆସନ୍ତକାଲିଠାରୁ ଲାଗୁ ହେବ।

Related story