ସତେ ଯେମିତି ମୁଁ ସେମାନଙ୍କ ଚାକର? କାହିଁକି ଏମିତି କହିଲେ ମମତା

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ଦିଲ୍ଲୀରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଆଜି କାର୍ଯ୍ୟକ୍ରମ ଥିବା ବେଳେ ଗତକାଲି ମମତାଙ୍କୁ ଏଥିପାଇଁ ନିମନ୍ତ୍ରଣ ମିଳିଥିଲା। ଏହାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସତେ ଯେମିତି ମୁଁ ସେମାନଙ୍କ(କେନ୍ଦ୍ର ସରକାର) ଚାକର ବୋଲି କହିବାକୁ ମଧ୍ୟ ମମତା ପଛାଇ ନାହାନ୍ତି। କୋଲକାତାରେ […]

mamata

  • Published: Thursday, 08 September 2022
  • , Updated: 08 September 2022, 05:08 PM IST

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ଦିଲ୍ଲୀରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଆଜି କାର୍ଯ୍ୟକ୍ରମ ଥିବା ବେଳେ ଗତକାଲି ମମତାଙ୍କୁ ଏଥିପାଇଁ ନିମନ୍ତ୍ରଣ ମିଳିଥିଲା। ଏହାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସତେ ଯେମିତି ମୁଁ ସେମାନଙ୍କ(କେନ୍ଦ୍ର ସରକାର) ଚାକର ବୋଲି କହିବାକୁ ମଧ୍ୟ ମମତା ପଛାଇ ନାହାନ୍ତି।

କୋଲକାତାରେ ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରି ମମତା କହିଛନ୍ତି, “ଗତକାଲି ଜଣେ ଅନୁସଚିବ ମୋତେ ଗୋଟିଏ ଚିଠି ଲେଖିଥିଲେ। ଏଥିରେ ଲେଖାଥିଲା ଯେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୭ଟାରେ ନେତାଜୀଙ୍କ ଷ୍ଟାଚ୍ୟୁ ଉନ୍ମୋଚନ କରିବେ। ଆପଣ ସନ୍ଧ୍ୟା ୬ଟା ସୁଦ୍ଧା ଯେମିତି ହେଲେ ବି ପହଞ୍ଚିବେ। ସତେ ଯେମତି ମୁଁ ସେମାନଙ୍କ ଚାକର? କେମିତି ଜଣେ ଅନୁସଚିବ(ଅଣ୍ଡର ସେକ୍ରେଟାରୀ) ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ? କାହିଁକି ସଂସ୍କୃତି ମନ୍ତ୍ରୀ ନିଜକୁ ଏତେ ବଡ଼ ଭାବୁଛନ୍ତି? ଏହି କାରଣ ପାଇଁ ଆଜି ଅପରାହ୍ନରେ ମୁଁ ଏଠାରେ ଥିବା ନେତାଜୀଙ୍କ ଷ୍ଟାଚ୍ୟୁରେ ପୁଷ୍ପମାଲ୍ୟ ଦେଇ ନିଜର ସମ୍ମାନ ଜଣାଇଛି।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଣ୍ଡିଆ ଗେଟ୍‌ ନିକଟରେ ତିଆରି ହୋଇଥିବା ୨୮ ଫୁଟ ଉଚ୍ଚ ନେତାଜୀ ଷ୍ଟାଚ୍ୟୁର ଅନାବରଣ କରିବେ। ଏଥିସହ ସେଣ୍ଟ୍ରାଲ ଭିସ୍ତା ଅଧୀନରେ ତିଆରି ହୋଇଥିବା ନୂଆ କର୍ତ୍ତବ୍ୟ ପଥକୁ ମଧ୍ୟ ଉନ୍ମୋଚନ କରିବେ। ପୂର୍ବରୁ ଏହା ରାଜପଥ ନାଁରେ ପରିଚିତ ଥିଲା। ଏବେ କିନ୍ତୁ ଏହା କର୍ତ୍ତବ୍ୟ ପଥ ହୋଇଯିବ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ୪ ଦିନିଆ ଭାରତ ଗସ୍ତରେ ଆସିଥିଲେ ମଧ୍ୟ ମମତା ବାନାର୍ଜୀଙ୍କ ସହ ତାଙ୍କର ଭେଟଘାଟ ପାଇଁ କୌଣସି ନିମନ୍ତ୍ରଣ ମିଳି ନଥିଲା। ଏହାକୁ ନେଇ ମମତା ଆଜି ବର୍ଷିଛନ୍ତି। ସେ କହିଛନ୍ତି, “ଇତିହାସରେ ପ୍ରଥମଥର ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏଠାରେ ଥିଲେ ଓ ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଗଲା ନାହିଁ।

ମୁଁ ଶୁଣିବାକୁ ପାଇଛି ଯେ ହାସିନା ମ୍ୟାଡମ ମୋତେ ଦେଖା କରିବାକୁ ଚାହୁଁଥିଲେ। ତାଙ୍କ ପରିବାର ଲୋକଙ୍କ ସହ ମୋର ଭଲ ସମ୍ପର୍କ ରହିଛି। ମୁଁ କୌଣସି ପ୍ରକାରର ବୈଦେଶିକ ବ୍ୟାପାର କିମ୍ବା ଦ୍ୱିପାକ୍ଷିକ ଚୁକ୍ତି ସମ୍ପର୍କରେ କହିବାକୁ ଚାହୁଁନାହିଁ। କିନ୍ତୁ ଯେକୌଣସି ବିଦେଶ ରାଷ୍ଟ୍ରରୁ ନିମନ୍ତ୍ରଣ ମିଳିଲେ ବି କେନ୍ଦ୍ର ସରକାର ମୋତେ ଅଟକାବାକୁ ଚେଷ୍ଟା କରୁଥିବା ମୁଁ ଜାଣିପାରୁଛି। ମୁଁ ଜାଣିବାକୁ ଚାହୁଁଛି ଯେ କାହିଁକି କେନ୍ଦ୍ର ସରକାର ବିଦେଶୀ ଅତିଥିବୃନ୍ଦଙ୍କ ସହ ମୋର ବୈଠକକୁ ନେଇ ଏତେ ବ୍ୟସ୍ତ ହେଉଛନ୍ତି?”

Related story