କ’ଣ ଗୋଡ଼ ତଳେ ପଡ଼ି ଭିକ ମାଗିବି? କେନ୍ଦ୍ରକୁ ଟାର୍ଗେଟ କଲେ ମମତା

କୋଲକାତା: ଜିଏସ୍‌ଟି ଓ ଅନ୍ୟାନ୍ୟ ଜନ କଲ୍ୟାଣ ଯୋଜନା ବାବଦ ଅର୍ଥ ବେଙ୍ଗଲ ସରକାରକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଉ ନାହାନ୍ତି। ଦୀର୍ଘଦିନ ହେଲା ରାଜ୍ୟର ଅର୍ଥକୁ କେନ୍ଦ୍ର ସରକାର ବକେୟା ରଖିଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ବକେୟା ଅର୍ଥ ପାଇଁ କେନ୍ଦ୍ର ସରକାରଙ୍କ ଗୋଡ଼ ତଳେ ପଡ଼ି ଭିକ ମାଗିବି କି ବୋଲି ମଧ୍ୟ ଦିଦି ପ୍ରଶ୍ନ କରିଛନ୍ତି। ଝରଗ୍ରାମରେ ଆୟୋଜିତ ଗୋଟିଏ […]

mamata

  • Published: Tuesday, 15 November 2022
  • , Updated: 15 November 2022, 05:54 PM IST

କୋଲକାତା: ଜିଏସ୍‌ଟି ଓ ଅନ୍ୟାନ୍ୟ ଜନ କଲ୍ୟାଣ ଯୋଜନା ବାବଦ ଅର୍ଥ ବେଙ୍ଗଲ ସରକାରକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଉ ନାହାନ୍ତି। ଦୀର୍ଘଦିନ ହେଲା ରାଜ୍ୟର ଅର୍ଥକୁ କେନ୍ଦ୍ର ସରକାର ବକେୟା ରଖିଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ବକେୟା ଅର୍ଥ ପାଇଁ କେନ୍ଦ୍ର ସରକାରଙ୍କ ଗୋଡ଼ ତଳେ ପଡ଼ି ଭିକ ମାଗିବି କି ବୋଲି ମଧ୍ୟ ଦିଦି ପ୍ରଶ୍ନ କରିଛନ୍ତି।

ଝରଗ୍ରାମରେ ଆୟୋଜିତ ଗୋଟିଏ ଆଦିବାସୀ ସଂପ୍ରଦାୟର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “୧୦୦ ଦିନର କାମ ପାଇଁ ଅର୍ଥ ଦେବାକୁ ନିୟମ ବାଧ୍ୟତାମୂଳକ ରହିଛି। ଏଥିସହ ପ୍ରାୟ ବର୍ଷକ ତଳେ ମୁଁ ଦିଲ୍ଲୀ ଯାଇଥିଲି ଓ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି। ତଥାପି କିଛି ବି ଲାଭ ହେଲାନି। କ’ଣ ମୁଁ ଆପଣଙ୍କ ଗୋଡ଼ ତଳେ ପଡ଼ିବି ଓ ଭିକ ମାଗିବି?”

ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି, “ଆମେ କ’ଣ ଗୋଟିଏ ଗଣତନ୍ତ୍ରରେ ରହୁଛେ? ନା ଭାରତ ଗୋଟିଏ ପାର୍ଟିର ଦେଶ ହୋଇ ଯାଇଛି? ଆମକୁ ଆମ ପାଉଣା ଦିଆଯାଉ। ସେସବୁ ଆମ ଟଙ୍କା। ଯଦି ଟଙ୍କା ନ ଦେଇ ପାରୁଛ, ତା’ହେଲେ ଜିଏସ୍‌ଟିକୁ ରଦ୍ଦ କର। ୧୦୦ ଦିନର କାମ ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ। ନଚେତ ଚୌକି ଛାଡ଼ି ଦିଅ।

ସେମାନେ ବେଙ୍ଗଲକୁ ପାଣ୍ଠି ଯୋଗାଣ ବନ୍ଦ କରିବାକୁ ଧମକ ଦେଉଛନ୍ତି। ଆମେ ତା’ହେଲେ ଜିଏସଟି ବନ୍ଦ କରିଦେବୁ। ଆପଣ ଏଠାରୁ ଟିକସ ଆଦାୟ କରିପାରିବେ ନାହିଁ। ଆପଣ ଲୋକମାନଙ୍କ ଟିକସ ନେଉଛନ୍ତି। କିନ୍ତୁ ବେଙ୍ଗଲବାସୀଙ୍କୁ ତାଙ୍କ ହକର ଅର୍ଥ ଦେବାକୁ ମନା କରୁଛନ୍ତି।”

ବିଜେପି ନେତା ତଥା ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀ ବେଙ୍ଗଲରେ ଦୁର୍ନୀତି ହେଉଥିବାରୁ କେନ୍ଦ୍ର ସରକାର ଏକାଧିକ ଯୋଜନା ବାବଦ ପାଣ୍ଠି ବନ୍ଦ କରିଦେବେ ବୋଲି କହିଥିଲେ। ଏହି ପ୍ରସଙ୍ଗରେ ମମତା ତାଙ୍କୁ ଟାର୍ଗେଟ କରିଛନ୍ତି। ସେ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରି କହିଛନ୍ତି, “ଗୋଟିଏ ଦିନ ଏଭଳି ରାଜନେତାମାନେ ଶୂନରେ ପରିଣତ ହେବେ। ସେମାନେ ବେଙ୍ଗଲକୁ ତଳୁଆ କରି ଦେଖାଉଛନ୍ତି। ଯୋଜନାକୁ ଲାଗୁ କରିବା ପ୍ରସଙ୍ଗରେ ଆମେ ରାଜ୍ୟଗୁଡ଼ିକ ମଧ୍ୟରେ ୧ନଂ ସ୍ଥାନରେ ରହିଛୁ। ୧୦୦ ଦିନର କାମ ହେଉ କିମ୍ବା ଗ୍ରାମୀଣ ସଡ଼କ ଯୋଜନା କିମ୍ବା ବେଙ୍ଗଲ ଆବାସ ଯୋଜନା, ସବୁ କିଛି ଏଠାରେ ଆମେ ଲାଗୁ କରିଛୁ।”

Related story