ନେତାଜୀଙ୍କ ପ୍ରଜ୍ଞାପନ ମେଢ଼ ବାଦ ପଡ଼ିବାରୁ ମମତା କ୍ଷୁବ୍ଧ

ନୂଆଦିଲ୍ଲୀ: କେନ୍ଦ୍ରର ନିଷ୍ପତି ଉପରେ କ୍ଷୁବ୍ଧ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରଜ୍ଞାପନ ମେଢ଼ ବାଦ ପଡ଼ିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।  ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ପଶ୍ଚିମବଙ୍ଗ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରଜ୍ଞାପନ ମେଢ଼କୁ ସାମଲ […]

Mamata

Tapas Behera
  • Published: Sunday, 16 January 2022
  • , Updated: 16 January 2022, 08:42 PM IST

ନୂଆଦିଲ୍ଲୀ: କେନ୍ଦ୍ରର ନିଷ୍ପତି ଉପରେ କ୍ଷୁବ୍ଧ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରଜ୍ଞାପନ ମେଢ଼ ବାଦ ପଡ଼ିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।  ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ପଶ୍ଚିମବଙ୍ଗ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରଜ୍ଞାପନ ମେଢ଼କୁ ସାମଲ କରିବାକୁ ସେ ନିବେଦନ କରିଛନ୍ତି ।

ବିଶେଷ କରି ଏହି ଉତ୍ସବରେ ରାଜ୍ୟ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯାଥିଲା। ହେଲେ ଏହି ମେଢ଼ ଚୂଡ଼ାନ୍ତ ତାଲିକାରୁ ବାଦ ପଡ଼ିଥିବାରୁ ଏଥିରେ ପୁନର୍ବିଚାର କରିବାକୁ  ସେ ନିବେଦନ କରିଛନ୍ତି। ବେଙ୍ଗଲ ସ୍ୱାଧୀନତା ସଂଗ୍ରାମୀଙ୍କୁ ପରେଡ୍ ଉତ୍ସବରୁ ବାଦ ଦିଆଯିବା ରାଜ୍ୟବାସୀଙ୍କୁ କଷ୍ଟଦେଇଛି। ଏହି ନିଷ୍ପତି ଜାତୀୟସ୍ତରେ ବେଙ୍ଗଲ ସ୍ୱାଧୀନତା ସଂଗ୍ରାମୀଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖାଯିବା ଭଳି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ପ୍ରଜ୍ଞାପନ ମେଢ଼କୁ  ପ୍ରତ୍ୟାଖ୍ୟାନ ପାଇଁ କେନ୍ଦ୍ର ପକ୍ଷରୁ କୌଣସି କାରଣ ଦର୍ଶାଯାଇ ନାହିଁ।

ଭାରତ ସରକାରଙ୍କ ଏହି  ନିଷ୍ପତ୍ତିରେ ମୁଁ ଗଭୀର ଭାବେ ଆଘାତ ପାଇଛି। କୌଣସି ଯଥାର୍ଥ କାରଣ ନଥାଇ ପ୍ରଜ୍ଞାପନ ମେଢ଼କୁ  ବାଦ ଦିଆଯିବା ଅତ୍ୟନ୍ତ  ଆଶ୍ଚର୍ଯ୍ୟକର ବିଷୟ ବୋଲି ସେ ଉଲ୍ଲେଖ କରିଛନ୍ତି । ଏନେଇ ସେ ମୋଦିଙ୍କୁ ଦୁଇ ପୃଷ୍ଟା ସମ୍ବଳିତ ଚିଠି ଲେଖିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ତାଙ୍କ ଆଇଏନଏର ୧୨୫ତମ ଜୟନ୍ତୀ ବର୍ଷରେ ଅବଦାନକୁ ସ୍ମରରୀୟ କରିବାକୁ ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି। ୨୦୨୦ରେ ମଧ୍ୟ ପଶ୍ଚିମବଙ୍ଗ ପକ୍ଷରୁ ପ୍ରସ୍ତୁତ ପ୍ରଜ୍ଞାପନ ମେଢକୁ ବାଦ ଦିଆଯାଇଥିଲା।

ଅନ୍ୟପଟେ ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଣତନ୍ତ୍ର ଦିବସ ପାଳନ ଆରମ୍ଭ କରାଯିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ସାଧାରଣତଃ ଜାନୁଆରୀ ୨୬ ତାରିଖରେ ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ । ହେଲେ କିଛିବର୍ଷ ହେବ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଜାନୁଆରୀ ୨୪ ତାରିଖରୁ ଗଣତନ୍ତ୍ର ଦିବସ ସମାରୋହ ପାଳନ କରାଯାଉଥିଲା ।ଏବେ ପୁଣି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରତିବର୍ଷ ଜାନୁଆରୀ ୨୩ ତାରିଖରୁ ଗଣତନ୍ତ୍ର ଦିବସ ପାଳନ ଆରମ୍ଭ କରାଯିବ । ଅର୍ଥାତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାସ ବୋଷଙ୍କ ଜନ୍ମଦିନରୁ ଗଣତନ୍ତ୍ର ଦିବସ ପାଳନ କରାଯିବ ।

Related story