୧୫ ବର୍ଷୀୟ ଝିଅକୁ ବାହା ହୋଇ ବାରମ୍ବାର ଦୁଷ୍କର୍ମ, ପିଲା ଜନ୍ମ ପରେ ଯୁବକ ଗିରଫ

ମୁମ୍ବାଇ: ଦେଶରେ ବାଲ୍ୟ ବିବାହ ବେଆଇନ ହୋଇଥିଲେ ମଧ୍ୟ ଅନେକ ସମୟରେ ଏହାକୁ ବେଖାତିର କରାଯାଉଥିବା ଦେଖିବାକୁ ମିଳିଛି। ଏପରି ଏକ ବଳପୂର୍ବକ ବାଲ୍ୟ ବିବାହ ଓ ଦୁଷ୍କର୍ମ ପାଇଁ ମୁମ୍ବାଇ ପୁଲିସ୍‌ ଜଣେ ୨୭ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣଙ୍କ ଜଣେ ୧୫ ବର୍ଷୀୟ ଝିଅକୁ ବିବାହ କରିବା ସହ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ନାବାଳିକା ଜଣଙ୍କ ଏବେ ଗୋଟିଏ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସନ୍ତାନ ଜନ୍ମ ହେବା ପୂରା ଘଟଣା […]

stop-rape

stop-rape

Hemant Lenka
  • Published: Wednesday, 22 December 2021
  • Updated: 22 December 2021, 05:24 PM IST

Sports

Latest News

ମୁମ୍ବାଇ: ଦେଶରେ ବାଲ୍ୟ ବିବାହ ବେଆଇନ ହୋଇଥିଲେ ମଧ୍ୟ ଅନେକ ସମୟରେ ଏହାକୁ ବେଖାତିର କରାଯାଉଥିବା ଦେଖିବାକୁ ମିଳିଛି। ଏପରି ଏକ ବଳପୂର୍ବକ ବାଲ୍ୟ ବିବାହ ଓ ଦୁଷ୍କର୍ମ ପାଇଁ ମୁମ୍ବାଇ ପୁଲିସ୍‌ ଜଣେ ୨୭ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣଙ୍କ ଜଣେ ୧୫ ବର୍ଷୀୟ ଝିଅକୁ ବିବାହ କରିବା ସହ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ନାବାଳିକା ଜଣଙ୍କ ଏବେ ଗୋଟିଏ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସନ୍ତାନ ଜନ୍ମ ହେବା ପୂରା ଘଟଣା ସାମ୍ନାକୁ ଆସିଛି। ଏହାପରେ ହିଁ ପୁଲିସ୍‌ ଯୁବକଙ୍କୁ ଗିରଫ କରିଛି।

ପୁଲିସ୍‌ ନାବାଳିକାଙ୍କ ମା’, ଅଭିଯୁକ୍ତଙ୍କ ବାପା ମା’ ଓ ବାହାରଘର କରାଇଥିବା ବ୍ୟକ୍ତିଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଓ ବାଲ୍ୟ ବିବାହ ନିଷେଦ୍ଧ ଆଇନ ୨୦୦୬ ଅନୁଯାୟୀ ମାମଲା ରୁଜୁ କରିଛି। ଶୁକ୍ରବାର ପୁଲିସ ପାଖରେ ଏହି ମାମଲା ପହଞ୍ଚିଥିଲା। ୧୫ ବର୍ଷୀୟ ଝିଅ ଜଣଙ୍କ ମୁମ୍ବାଇର ଜେଜେ ହସ୍ପିଟାଲରେ ଗୋଟିଏ ସନ୍ତାନକୁ ଜନ୍ମ ଦେଇଥିଲେ।

ଜାନୁଆରୀ ମାସରେ ଝିଅର ମା’ ଓ ଅଭିଯୁକ୍ତଙ୍କ ବାପାମା’ଙ୍କ ସର୍ବସମ୍ମତିକ୍ରମେ ଏହି ବାହାଘର ହୋଇଥିଲା। ଛୁଆ ଜନ୍ମ ହେବା ପୂର୍ବରୁ ଡାକ୍ତର ଝିଅର ବୟସ ପଚାରିଥିଲେ। ହେଲେ ପରିବାର ଲୋକ ପ୍ରକୃତ ବୟସ ଲୁଚାଇଥିଲେ ଓ ଡାକ୍ତରଙ୍କୁ ଝିଅକୁ ୨୦ ବର୍ଷ ବୋଲି କହିଥିଲେ।

ତେବେ ଡାକ୍ତର ଝିଅର ଆଧାର କାର୍ଡ ଯାଞ୍ଚ କରିବାରୁ ତାଙ୍କ ବୟସ ୧୫ ବୋଲି ସ୍ପଷ୍ଟ ହୋଇଥିଲା। ଆଧାର କାର୍ଡରେ ତାଙ୍କ ଜନ୍ମ ତାରିଖ ୨୦୦୬ ବୋଲି ଉଲ୍ଲେଖ ରହିଛି। ଡାକ୍ତରଖାନା ପକ୍ଷରୁ ତୁରନ୍ତ ଆଗ୍ରିପଡା ପୁଲିସ୍‌କୁ ଏସମ୍ପର୍କରେ ଖବର ଦିଆଯାଇଥିଲା। ଶନିବାର ପୁଲିସ୍‌ ମାମଲା ରୁଜୁ କରି ନାବାଳିକାଙ୍କୁ ବିବାହ କରିଥିବା ଯୁବକଙ୍କୁ ଗିରଫ କରିଛି।

ତଦନ୍ତକାରୀ ଅଧିକାରୀ କହିଛନ୍ତି, “ଗତବର୍ଷ ଶେଷ ଭାଗରେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ନାବାଳିକାଙ୍କ ମା’ ଝିଅର ପାଠପଢ଼ା ଉପରେ ରୋକ ଲଗାଇବା ସହ ବାହାଘର ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିସହ ଜାନୁଆରୀ ମାସରେ ତାଙ୍କ ବାହାଘର କରାଯାଇଥିଲା।  ନାବାଳିକା ଜଣଙ୍କ ୫ମ ଶ୍ରେଣୀ ଯାଏ ପଢ଼ିଛନ୍ତି।

ଅଭିଯୁକ୍ତ ଓ ତାଙ୍କ ପରିବାର ଝିଅ ନାବାଳିକା ବୋଲି ଜାଣି ମଧ୍ୟ ବିବାହ ପାଇଁ ରାଜି ହୋଇଥିଲେ। ବାହାଘର ପରେ ନାବାଳିକାଙ୍କୁ ଯୁବକ ଜଣଙ୍କ ସେୱରି ସ୍ଥିତ ଘରକୁ ଆଣିଥିଲେ। ଏହି ସମୟରେ ତାଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ। ଫଳରେ ସେ ଗର୍ଭବତୀ ହୋଇଥିଲେ।

ଏଥିପାଇଁ ତାଙ୍କୁ ଜେଜେ ହସ୍ପିଟାଲକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିଲା। ଡାକ୍ତରଙ୍କୁ ପରିବାର ଲୋକ ଝିଅର ପ୍ରକୃତ ବୟସ ଲୁଚାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିଲେ। ହେଲେ ଶୁକ୍ରବାର ସବୁ ପର୍ଦ୍ଦାଫାସ ହୋଇଛି।”

ଗିରଫ ପରେ ଯୁବକଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପୁଲିସ୍ ତାଙ୍କୁ ୨୪ ଯାଏ ରିମାଣ୍ଡରେ ଆଣି ଘଟଣାର ଅଧିକ ଖୋଳତାଡ଼ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story