ସର୍ବସମ୍ମୁଖରେ ଯୁବତୀଙ୍କୁ କଟୁରୀରେ ଆକ୍ରମଣ

କୋଚି: ଦିନ ଦିପ୍ରହରେ ସର୍ବସମ୍ମୁଖରେ ମହିଳାଙ୍କୁ କଟୁରୀରେ ଆକ୍ରମଣ। ଶନିବାର ସକାଳେ କେରଳର କୋଚିରେ ରାସ୍ତାରେ ଜଣେ ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ,  ଆଜି ସକାଳ ପ୍ରାୟ ୧୧ଟା ରେ କାଲୋରର ଆଜାଦ ରୋଡରେ ଏହି ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ଯୁବକ-ଯୁବତୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଯୁବକ ଜଣକ ଯୁବତୀଙ୍କୁ ଆକ୍ରମଣ କରିଥିଲେ।  ଉକ୍ତ ଧାରୁଆ ଅସ୍ତ୍ରରେ ଯୁବକ  […]

78

78

Tapas Behera
  • Published: Saturday, 03 December 2022
  • Updated: 03 December 2022, 03:21 PM IST

Sports

Latest News

କୋଚି: ଦିନ ଦିପ୍ରହରେ ସର୍ବସମ୍ମୁଖରେ ମହିଳାଙ୍କୁ କଟୁରୀରେ ଆକ୍ରମଣ। ଶନିବାର ସକାଳେ କେରଳର କୋଚିରେ ରାସ୍ତାରେ ଜଣେ ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ,  ଆଜି ସକାଳ ପ୍ରାୟ ୧୧ଟା ରେ କାଲୋରର ଆଜାଦ ରୋଡରେ ଏହି ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ଯୁବକ-ଯୁବତୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଯୁବକ ଜଣକ ଯୁବତୀଙ୍କୁ ଆକ୍ରମଣ କରିଥିଲେ।  ଉକ୍ତ ଧାରୁଆ ଅସ୍ତ୍ରରେ ଯୁବକ  ଜଣକ ଯୁବତୀଙ୍କ ବେକରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।

କିନ୍ତୁ ଯୁବତୀ ଜଣକ ମୁକାବିଲା କରି ବର୍ତ୍ତି ଯାଇଥିଲେ। ଏହି ଆକ୍ରମଣରେ ଯୁବତୀ ଜଣକର  ହାତରେ ଆଘାତ ଲାଗିଛି।  ଏହା ପରେ ଯୁବକ ଜଣକ ନିଜ ମୋଟରସାଇକେଲ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। । ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ଧାରୁଆ ଅସ୍ତ୍ରଟି ପଡ଼ି ରହିଥିବା ବେଳେ ସେଥିରେ ରକ୍ତ ଛିଟା ଲାଗିଥିବା ଜଣାପଡ଼ିଛି। ପୁଲିସ ଉକ୍ତ କଟୁରୀକୁଟିକୁ ଜବତ କରିଛି। ଘଟଣାସ୍ଥଳରା ସିସିଟିଭିକୁ ଯାଞ୍ଚ କରି ପୁଲିସ ତଦନ୍ତ ଆରମ୍ଭ କରିଛି। କେଉଁ କାରଣ ପାଇଁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ଆକ୍ରମଣକୁ  ନେଇ ପୁଳିସ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos