ସ୍ତ୍ରୀ ସରକାରୀ ଚାକିରି ପାଇବା ପରେ ହାତ ହାଣିଦେଲେ ସ୍ୱାମୀ

କୋଲକାତା: ସ୍ତ୍ରୀ ଚାକିରି ପାଇଲେ କେଉଁ ସ୍ୱାମୀ ବା ଖୁସି ନହେବ। ଯଦି ସରକାରୀ ଚାକିରି ହୋଇଥିବ, ତା’ହେଲେ ଭାଗ୍ୟ ଖୋଲିଗଲା ବୋଲି କୁହାଯିବ। ଏମିତି ସ୍ଥିତିରେ ସ୍ତ୍ରୀର ଖୁସିରେ ସ୍ୱାମୀ ନାଚିବା କଥ।। ହେଲେ ପଶ୍ଚିମବଙ୍ଗରୁ ସମ୍ପୂର୍ଣ୍ଣ ଓଲଟା ଖବର ଆସିଛି। ଯାହା ଆପଣଙ୍କୁ ଆଚମ୍ବିତ କରିଦେବ। ଏଠାରେ ଜଣେ ସ୍ତ୍ରୀ ସରକାରୀ ଚାକିରି ପାଇବା ଖବର ସ୍ୱାମୀକୁ ଈର୍ଷାନ୍ୱିତ କରିଛି । ଖାଲି ସେତିକି ନୁହଁ ରାଗରେ ସେ ସ୍ତ୍ରୀର ହାତ ହାଣି ଦେଇଛନ୍ତି। […]

tap

Tapas Behera
  • Published: Monday, 06 June 2022
  • , Updated: 06 June 2022, 08:23 PM IST

କୋଲକାତା: ସ୍ତ୍ରୀ ଚାକିରି ପାଇଲେ କେଉଁ ସ୍ୱାମୀ ବା ଖୁସି ନହେବ। ଯଦି ସରକାରୀ ଚାକିରି ହୋଇଥିବ, ତା'ହେଲେ ଭାଗ୍ୟ ଖୋଲିଗଲା ବୋଲି କୁହାଯିବ। ଏମିତି ସ୍ଥିତିରେ ସ୍ତ୍ରୀର ଖୁସିରେ ସ୍ୱାମୀ ନାଚିବା କଥ।। ହେଲେ ପଶ୍ଚିମବଙ୍ଗରୁ ସମ୍ପୂର୍ଣ୍ଣ ଓଲଟା ଖବର ଆସିଛି। ଯାହା ଆପଣଙ୍କୁ ଆଚମ୍ବିତ କରିଦେବ। ଏଠାରେ ଜଣେ ସ୍ତ୍ରୀ ସରକାରୀ ଚାକିରି ପାଇବା ଖବର ସ୍ୱାମୀକୁ ଈର୍ଷାନ୍ୱିତ କରିଛି । ଖାଲି ସେତିକି ନୁହଁ ରାଗରେ ସେ ସ୍ତ୍ରୀର ହାତ ହାଣି ଦେଇଛନ୍ତି। ସ୍ତ୍ରୀ ଯେମିତି ଚାକିରିରେ ଯୋଗ ଦେଇ ନପାରିବ ସେଥିପାଇଁ ଏଭଳି କାଣ୍ଡ ଭିଆଇଛନ୍ତି ସ୍ୱାମୀ। କୋଲକାତାର ପୂର୍ବ ବୁର୍ଡ଼ାନ ଜିଲ୍ଲାର କେତୁଗ୍ରାମରେ ଏହି ଘଟଣା ଘଟିଛି। ସ୍ୱାମୀର ନାଁ ଶେର ମହମ୍ମଦ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନା ହେଉଛି ରେଣୁ ଖାତୁନ।

ରେଣୁ ଖାତୁନ ସ୍ଥାନୀୟ ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ହସପିଟାଲରାରେ ଭର୍ତ୍ତି କରି ଫେରାର ହୋଇଯାଇଛନ୍ତି ଶେର ମହମ୍ମଦ। ସୂଚନା ଅନୁଯାୟୀ ରେଣୁ ଖାତୁନ ନର୍ସିଂ ଟ୍ରେନିଂ ପରେ ଏକ ଘରୋଇ ହସପିଟାଲରେ ନର୍ସ ଭାବେ କାମ କରୁଥିଲେ। ନିକଟରେ ସେ ସରକାରୀ ଚାକିରି ପାଇଥିଲେ।  କିନ୍ତୁ ଏଥିରେ ତାଙ୍କ ସ୍ୱାମୀ ଖୁସି ହେବା ପରବର୍ତ୍ତେ ରାଗିଯାଇଥିଲେ।  ସ୍ଥାନୀୟ ଲୋକଙ୍କ କହିବାର ଅନୁଯାୟୀ, ତାଙ୍କ ସ୍ୱାମୀ ନିଜେ ରୋଜଗାରକ୍ଷମ ନୁହନ୍ତି। ସେ ବେକାର ଅଛନ୍ତି। ତେଣୁ ସରକାରୀ ଚାକିରି ପାଇଲା ପରେ ସ୍ତ୍ରୀ  କାଳେ ତାଙ୍କୁ ଛାଡ଼ି ପଳାଇବ ଭାବି ସେ ଡରି ଯାଇଥିଲେ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର କଳହ ହୋଇଥିଲା। ଏପରିକି ସରକାରୀ ଚାକିରିରେ ଯୋଗ ନଦେବାକୁ ରେଣୁଙ୍କ ଉପରେ ଚାପ ପକାଇଥିଲେ ଶେର ମହମ୍ମଦ। କିନ୍ତୁ ତାଙ୍କ କଥାରେ ରାଜି ହୋଇ ନଥିଲେ ରେଣୁ। ଶେଷରେ ଶେର ମହମ୍ମଦ ଉତ୍ତ୍ୟକ୍ତ ହୋଇ ଆଜି ରେଣୁଙ୍କ ହାତ ହାଣି ଦେଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

Related story