ପାଇପରେ ଚଢ଼ି ଆଇଆଇଟି ଛାତ୍ରୀଙ୍କ ବାଥରୁମକୁ ଉଣ୍ଡୁ ଥିଲା ଯୁବକ

ମୁମ୍ବାଇ: ପୁଣିଥରେ ହଷ୍ଟେଲର ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ବାଥରୁମ ଭିଡିଓ ଲିକ୍ ଅଭିଯୋଗ ପରେ ଏବେ ଆଇଆଇଟି ବମ୍ବେ କ୍ୟାମ୍ପସରୁ ଆସିଛି ସାଂଘାତିକ ଅଭିଯୋଗ। ଅନୁଷ୍ଠାନର କ୍ୟାଟିନରେ କାମ କରୁଥିବା ଜଣେ କର୍ମଚାରୀ ପାଇପରେ ଚଢ଼ି ଛାତ୍ରୀମାନେ ରହୁଥିବା ହଷ୍ଟେଲ ବାଥରୁମରେ ଉଣ୍ଡୁଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ସଂପୃକ୍ତ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଉଛି ୨୧ ବର୍ଷୀୟ ପିଣ୍ଟୁ ଗରିଆ। ସେ ହଷ୍ଟେଲରେ […]

IIT

  • Published: Tuesday, 20 September 2022
  • , Updated: 20 September 2022, 08:16 PM IST

ମୁମ୍ବାଇ: ପୁଣିଥରେ ହଷ୍ଟେଲର ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ବାଥରୁମ ଭିଡିଓ ଲିକ୍ ଅଭିଯୋଗ ପରେ ଏବେ ଆଇଆଇଟି ବମ୍ବେ କ୍ୟାମ୍ପସରୁ ଆସିଛି ସାଂଘାତିକ ଅଭିଯୋଗ। ଅନୁଷ୍ଠାନର କ୍ୟାଟିନରେ କାମ କରୁଥିବା ଜଣେ କର୍ମଚାରୀ ପାଇପରେ ଚଢ଼ି ଛାତ୍ରୀମାନେ ରହୁଥିବା ହଷ୍ଟେଲ ବାଥରୁମରେ ଉଣ୍ଡୁଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ସଂପୃକ୍ତ ଯୁବକକୁ ଗିରଫ କରିଛି।

ଗିରଫ ଯୁବକ ଜଣକ ହେଉଛି ୨୧ ବର୍ଷୀୟ ପିଣ୍ଟୁ ଗରିଆ। ସେ ହଷ୍ଟେଲରେ ଥିବା କ୍ୟାଟିନରେ ନାଇଟ୍ ଶିଫ୍ଟ କାମ କରେ। ତେବେ ରବିବାର ରାତିରେ ସେ ଛାତ୍ରୀଙ୍କ ବାଥରୁମ ଭିତର ଦୃଶ୍ୟ ଦେଖିବା ପାଇଁ ସେଠାରେ ଥିବା ଗୋଟିଏ ପାଇପରେ ଚଢ଼ିଥିଲା। ତେବେ ହଷ୍ଟେଲରେ ଥିବା ଛାତ୍ରୀମାନେ ଏକଥା ଜାଣିପାରି ତାକୁ କାବୁ କରି ନେଇଥିଲେ।

ସୋମବାର ଘଟଣାକୁ ନେଇ ବିଧିବଦ୍ଧ ମାମଲା ରୁଜୁ ହୋଇଥିଲା ଓ ପୁଲିସ୍ ପିଣ୍ଟକୁ ଗିରଫ କରିଥିଲା। ତେବେ ତା’ ଫୋନରୁ କୌଣସି ପ୍ରକାରର ଆପତ୍ତିଜନକ ଫଟୋ କିମ୍ବା ଭିଡିଓ ଜବତ କରାଯାଇନି। ସେହିପରି ପ୍ରଥମଥର ପାଇଁ ପିଣ୍ଟୁ ଏମିତି କରିଥିଲା ନା ପୂର୍ବରୁ ମଧ୍ୟ ସେ ଏପରି ଦୁଃସାହସ କରିଛି, ତା’ର ତଦନ୍ତ ପୁଲିସ କରୁଛି।

ଏହି ଘଟଣାର କିଛି ଦିନ ପୂର୍ବରୁ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ଗାଧୁଆ ବେଳର ଭିଡିଓକୁ ଜଣେ ସହଯୋଗୀ ଭାଇରାଲ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ଏହି ଘଟଣାରେ ପୁଲିସ୍ ଭାଇରାଲ କରିଥିବା ଯୁବତୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

ସେହିପରି ଘଟଣାର ତଦନ୍ତ ଏସଆଟି ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଛାତ୍ରୀ ଜଣଙ୍କ ନିଜର ଭିଡିଓ ଶୁଟିଂ କରିଥିଲେ ଓ ଏହାକୁ ହିମାଚଳ ପ୍ରଦେଶରେ ରହୁଥିବା ବୟଫ୍ରେଣ୍ଡଙ୍କ ପଠାଇଥିଲେ। ତଥାପି ପୁଲିସ୍ ସମସ୍ତ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି।

Related story