ଛାତ୍ରୀଙ୍କ ହତ୍ୟା ମାମଲାରେ ତ୍ୱରିତ ରାୟ, ଦୋଷୀକୁ ମୃତ୍ୟୁଦଣ୍ଡ ଦେଲେ କୋର୍ଟ

ହାଇଦ୍ରାବାଦ: ଶୁଣାଣି ଆରମ୍ଭ ହେବାର ୪ ମାସ ମଧ୍ୟରେ ଆସିଛି ରାୟ। ଜଣେ ଛାତ୍ରୀଙ୍କୁ ପିଛା କରି ବିଚ୍‌ ରାସ୍ତାରେ ଛୁରୀ ଭୁସି ହତ୍ୟା କରିବା ଘଟଣାରେ କୋର୍ଟ ଦୋଷୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଏପରି ଘଟଣା ଘଟିଥିଲା। ତେବେ ମାମଲାର ଶୁଣାଣି ଡିସେମ୍ବର ୩୧ରେ ଆରମ୍ଭ ହୋଇଥିଲା। ଶୁଣାଣି କରି ଆଜି ଗୁଣ୍ଟୁରର ଫାଷ୍ଟଟ୍ରାକ୍‌ ସେସନ୍ସ କୋର୍ଟ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ସାଧାରଣତଃ ହତ୍ୟା […]

Murdred

Hemant Lenka
  • Published: Friday, 29 April 2022
  • , Updated: 29 April 2022, 09:55 PM IST

ହାଇଦ୍ରାବାଦ: ଶୁଣାଣି ଆରମ୍ଭ ହେବାର ୪ ମାସ ମଧ୍ୟରେ ଆସିଛି ରାୟ। ଜଣେ ଛାତ୍ରୀଙ୍କୁ ପିଛା କରି ବିଚ୍‌ ରାସ୍ତାରେ ଛୁରୀ ଭୁସି ହତ୍ୟା କରିବା ଘଟଣାରେ କୋର୍ଟ ଦୋଷୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଏପରି ଘଟଣା ଘଟିଥିଲା। ତେବେ ମାମଲାର ଶୁଣାଣି ଡିସେମ୍ବର ୩୧ରେ ଆରମ୍ଭ ହୋଇଥିଲା। ଶୁଣାଣି କରି ଆଜି ଗୁଣ୍ଟୁରର ଫାଷ୍ଟଟ୍ରାକ୍‌ ସେସନ୍ସ କୋର୍ଟ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି।

ସାଧାରଣତଃ ହତ୍ୟା ମାମଲାରେ ଏତେ ଶୀଘ୍ର ରାୟ ଆସିବାର ନଜିର କେବେ ନଥିଲା। କିନ୍ତୁ ଆନ୍ଧ୍ର ପ୍ରଦେଶରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏପରି ତ୍ୱରିତ ରାୟକୁ ବିଭିନ୍ନ ମହଲରେ ପ୍ରଶଂସା ମଧ୍ୟ କରାଯାଇଛି।

ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରୀ ନାଲ୍ଲାପୁ ରାମୟାଙ୍କୁ କେ ଶଶିକ୍ରିଷ୍ଣା ନାମକ ଜଣେ ବ୍ୟକ୍ତି ପିଛା କରିବା ସହ ଗୁଣ୍ଟୁର ଠାରେ ହତ୍ୟା କରିଥିଲା। ସ୍ପଷ୍ଟ ଦିବାଲୋକରେ ଓ ସମସ୍ତଙ୍କ ସାମ୍ନାରେ ଏପରି ଘଟଣା ଘଟିଥିଲା। ଶିଶିକ୍ରିଷ୍ଣା ଆକ୍ରମଣ କରିବା ବେଳେ ଅନେକ ଲୋକ ସେହି ରାସ୍ତା ଦେଇ ଯାଉଥିଲେ। କିନ୍ତୁ କେହି ବି ସହଯୋଗ କରି ନଥିଲେ। ଫଳରେ ରାମୟାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଘଟଣାର ୬ ମାସ ପୂର୍ବରୁ ହିଁ ଶଶିକ୍ରିଷ୍ଣାଙ୍କୁ ରାମୟା ଇନଷ୍ଟାଗ୍ରାମରେ ଭେଟିଥିଲେ। ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହେବା ପରେ ଶଶିକ୍ରିଷ୍ଣା ତାଙ୍କ ପିଛା କରିବା ଆରମ୍ଭ କରିଥିଲେ।

ରାମୟାଙ୍କ ମୃତ୍ୟୁକୁ ନେଇ ପୂରା ଆନ୍ଧ୍ର ପ୍ରଦେଶରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍‌ ମଧ୍ୟ ଶଶିକ୍ରିଷ୍ଣାକୁ ଗିରଫ କରଥିଲା ଓ ମାମଲାର ବିଚାର ଫାଷ୍ଟଟ୍ରାକ୍‌ କୋର୍ଟରେ ଆରମ୍ଭ ହୋଇଥିଲା। ଆଜି କୋର୍ଟ ଶଶିକ୍ରିଷ୍ଣାକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି।

କୋର୍ଟଙ୍କ ଏପରି ତ୍ୱରିତ ରାୟକୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ ସ୍ୱାଗତ କରିଛନ୍ତି। ମହିଳାଙ୍କ ବିରୋଧରେ ହେଉଥିବା ଅପରାଧରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଏକ ଏକ ଐତିହାସିକ ପଦକ୍ଷେପ ବୋଲି ମଧ୍ୟ ସେ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମାମଲାର ବିଧିବଦ୍ଧ ଶୁଣାଣି ଗତବର୍ଷ ଡିସେମ୍ବର ୩୧ରୁ ଆରମ୍ଭ ହୋଇଥିଲା ଓ ୪ ମାସ ମଧ୍ୟରେ ହିଁ ରାୟ ପ୍ରକାଶ ପାଇଛି। ମାମଲାର ଡିଏନଏ ଟେଷ୍ଟ ରିପୋର୍ଟ ଦୁଇ ଦିନ ମଧ୍ୟରେ ସାମ୍ନାକୁ ଆସିଥିଲା ଓ ପୁଲିସ୍‌ ଗୋଟିଏ ସପ୍ତାହ ମଧ୍ୟ ପୂରା ମାମଲାରେ ଚାର୍ଜଶିଟ ଦାଖଲ କରିଥିଲା। ସେହିପରି ହତ୍ୟାକାଣ୍ଡର ୧୦ ଘଣ୍ଟା ମଧ୍ୟରେ ପୁଲିସ୍ ଶଶିକ୍ରିଷ୍ଣାକୁ ଗିରଫ କରିବାକୁ ବି ସକ୍ଷମ ହୋଇଥିଲା।

Related story