ଲିଭ୍‌ ଇନ୍‌ ପାର୍ଟନରଙ୍କ ମୁହଁକୁ ଖିନଭିନ୍‌ କଲା, ତଣ୍ଟି କାଟି ଦେଲା

ନୂଆଦିଲ୍ଲୀ: ପୁଣିଥରେ ରାଜଧାନୀ ଦିଲ୍ଲୀରୁ ଆସିଛି ଭୟଙ୍କର ଘଟଣା। ଶ୍ରଦ୍ଧା ୱାଲକରଙ୍କ ନିର୍ମମ ହତ୍ୟା ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ଦିଲ୍ଲୀ ପୁଲିସ୍‌ର କ୍ରାଇମବ୍ରାଞ୍ଚ ସାମ୍ନାକୁ ପୁଣି ଗୋଟିଏ ସମାନ ମାମଲା ଆସିଛି। ଶ୍ରଦ୍ଧାଙ୍କୁ ତାଙ୍କ ଲିଭ ଇନ ପାର୍ଟନର ତଣ୍ଟିଚିପି ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି କାଟି ଦେଇଥିଲା। ଏବେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ତା’ ଲିଭ୍‌ ଇନ ପାର୍ଟନଙ୍କ ମୁହଁକୁ ଧାରୁଆ ଅସ୍ତ୍ରରେ ଖିନଭିନ୍‌ କରି ଦେଇଛି। […]

rekha

  • Published: Saturday, 03 December 2022
  • , Updated: 03 December 2022, 08:44 AM IST

ନୂଆଦିଲ୍ଲୀ: ପୁଣିଥରେ ରାଜଧାନୀ ଦିଲ୍ଲୀରୁ ଆସିଛି ଭୟଙ୍କର ଘଟଣା। ଶ୍ରଦ୍ଧା ୱାଲକରଙ୍କ ନିର୍ମମ ହତ୍ୟା ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ଦିଲ୍ଲୀ ପୁଲିସ୍‌ର କ୍ରାଇମବ୍ରାଞ୍ଚ ସାମ୍ନାକୁ ପୁଣି ଗୋଟିଏ ସମାନ ମାମଲା ଆସିଛି। ଶ୍ରଦ୍ଧାଙ୍କୁ ତାଙ୍କ ଲିଭ ଇନ ପାର୍ଟନର ତଣ୍ଟିଚିପି ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି କାଟି ଦେଇଥିଲା।

ଏବେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ତା’ ଲିଭ୍‌ ଇନ ପାର୍ଟନଙ୍କ ମୁହଁକୁ ଧାରୁଆ ଅସ୍ତ୍ରରେ ଖିନଭିନ୍‌ କରି ଦେଇଛି। ଏଥିସହ ନିଜ ଲିଭ୍‌ ଇନ ପାର୍ଟନଙ୍କୁ ତଣ୍ଟି କାଟି ହତ୍ୟା କରିଛି। ପଶ୍ଚିମ ଦିଲ୍ଲୀର ତିଲକ ନଗରରେ ଏପରି ଘଟଣା ଘଟିଛି।

ଗୁରୁବାର ବିଳମ୍ବିତ ରାତିରେ ୩୫ ବର୍ଷୀୟ ରେଖାଙ୍କୁ ତାଙ୍କ ଲିଭ ଇନ ପାର୍ଟନର ୪୫ ବର୍ଷୀୟ ମନପ୍ରୀତ ସିଂହ ନିର୍ମମ ଭାବେ ହତ୍ୟା କରିଛି। ହତ୍ୟା କରିବା ପରେ ରେଖାଙ୍କ ଡାହାଣ ହାତର ମୁଦି ପିନ୍ଧା ଆଙ୍ଗୁଠିକୁ ମଧ୍ୟ ମନପ୍ରୀତ ଛେଚି ଛେଛି ଖିନଭିନ କରି ଦେଇଛି। ରେଖାଙ୍କ ୧୬ ବର୍ଷୀୟ ଝିଅଙ୍କୁ ମଧ୍ୟ ମନପ୍ରୀତ ନିଶା ଦେଇ ଘଟଣା ସ୍ଥଳରୁ ଶୁକ୍ରବାର ସକାଳୁ ଫେରାର ମାରିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାକୁ ପୁଲିସ୍‌ ପଟିଆଲ ସ୍ଥିତ ଗାଁରୁ ଗିରଫ କରିଛି।

ରେଖାଙ୍କ ୧୬ ବର୍ଷୀୟ ଝିଅ ଅଭିଯୋଗ କରିଛନ୍ତି ଯେ “ମୁଁ ସକାଳ ୬ଟାରେ ଉଠିଥିଲି। ହେଲେ ମୋର ମାଇଗ୍ରେନ ସମସ୍ୟା ଥିବାରୁ ମନପ୍ରୀତ ଅଙ୍କଲ ମୋତେ କିଛି ବଟିକା ଦେଇଥିଲେ। ଏଥିସହ ମୋତେ ଶୋଇପଡ଼ିବାକୁ କହିଥିଲେ। କିଛି ସମୟ ପରେ ମୋର ସନ୍ଦେହ ହୋଇଥିଲା ଓ ମା’ଙ୍କ ସମ୍ପର୍କରେ ତାଙ୍କୁ ପଚାରି ଥିଲି।

ହେଲେ ସେ ମୋତେ ମା’ ମାର୍କେଟ ଯାଇଥିବା କହିଥିଲେ। ଏହାପରେ ମନପ୍ରୀତ ଅଙ୍କଲ ନିଜ ଆଇ-୨୦ କାର ଯୋଗେ ପଳାଇଥିଲେ।” ମନପ୍ରୀତ ଦେଇଥିବା ବଟିକା ଯୋଗୁ ରେଖାଙ୍କ ଝିଅ ମଧ୍ୟ ବେଡରୁ ଉଠି ପାରୁ ନଥିଲେ। ହେଲେ ସେ ବହୁତ କଷ୍ଟରେ ସମ୍ପର୍କୀୟମାନଙ୍କୁ ଫୋନ କରି ସବୁ କଥା କହିଥିଲେ।

ମନପ୍ରୀତଙ୍କ ଆଚରଣ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ସମ୍ପର୍କୀୟମାନେ କବାଠ ବାଡ଼େଇଥିଲେ ମଧ୍ୟ କେହି ବି ଏହାକୁ ଖୋଲି ନଥିଲେ। ଶେଷରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଟିମ କବାଟ ଭାଙ୍ଗି ଘର ଭିତରୁ ଯାଇଥିଲେ। ଏହି ସମୟରେ ରେଖା ରକ୍ତାକ୍ତ ଅବସ୍ଥାରେ ବେଡରେ ପଡ଼ି ରହିଥିଲେ। ତାଙ୍କ ମୁହଁ ଓ ବେକରେ ଏକାଧିକ କଟାଦାଗ ରହିଥିବା ବେଳେ ମୁଦି ପିନ୍ଧା ଆଙ୍ଗୁଠି ମଧ୍ୟ ଖିନଭିନ୍‌ ହୋଇଯାଇଥିବା ପୁଲିସ୍‌ ଦେଖିବାକୁ ପାଇଥିଲା।

ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ୍‌ ଏକାଧିକ ଟୋଲ ପ୍ଲାଜାର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏଥିସହ ମନପ୍ରୀତଙ୍କ ମୋବାଇଲ ଲୋକେନକୁ ଟ୍ରାକ କରିଥିଲା।

ସ୍ପେଶାଲ କମିଶନର(କ୍ରାଇମ) ରବୀନ୍ଦ୍ର ଯାଦବ କହିଛନ୍ତି, ସନ୍ଦିଗ୍ଧକୁ ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ଗିରଫ କରଯାଇଛି। ମନପ୍ରୀତ ସିଂହ ନାଁରେ ପୂର୍ବରୁ ୬ଟି ମାମଲା ରହିଥିଲା। ଅପହରଣ, ହତ୍ୟା ଉଦ୍ୟମ ଓ ଆର୍ମସ ଆକ୍ଟ ଭଳି ୬ଟି ଜଘନ୍ୟ ଅପରାଧରେ ସେ ପୂର୍ବରୁ ଜଡ଼ିତ ଥିଲା।

ଏବେ ତାକୁ ସ୍ୱତନ୍ତ୍ର ଟିମ ଗିରଫ କରିଛି। ମନପ୍ରୀତର ବାପା ଆମେରିକାରେ ରହୁଥିବା ବେଳେ ସେ ପଟିଆଲା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲା। ପୁରୁଣା ଗାଡ଼ି ବିକ୍ରି ସହ ଜଣେ ସୁଧ ବେପାରୀ ଭାବେ ସେ ମଧ୍ୟ କାମ କରେ। ତେବେ କିଛି ଦସ୍ତାବିଜରୁ ଜଣାପଡ଼ିଛି ଯେ ମନପ୍ରୀତ ଚୋରି ଗାଡ଼ିର ନକଲି କାଗଜପତ୍ର ଜରିଆରେ ମଧ୍ୟ ବିଭିନ୍ନ ଲୋକଙ୍କୁ ବିକ୍ରି କରିଛି।

୨୦୦୬ରେ ସେ ବିବାହ ପଞ୍ଜାବରେ ପ୍ରଥମ ବିବାହ କରିଥିଲା ଓ ତା’ର ଦୁଇଟି ପୁଅ ମଧ୍ୟ ଅଛନ୍ତି। ହେଲେ ୨୦୧୫ରେ ରେଖାଙ୍କ ସହ ତା’ର ଦେଖା ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଗଣେଶ ନଗରରେ ଉଭୟ ଏକାଠି ରହିବା ସହ ମନପ୍ରୀତ ସବୁ ଖର୍ଚ୍ଚ ବହନ କରୁଥିଲା।

ପୂର୍ବରୁ ରେଖା ବିବାହ କରିଥିଲେ ଓ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଥିଲା। ସବୁ କିଛି ଠିକଠାକ ଚାଲିଥିବା ବେଳେ ରେଖାଙ୍କ ମନରେ ମନପ୍ରୀତକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ମନପ୍ରୀତ ତାଙ୍କୁ ଛାଡ଼ି ନିଜର ପ୍ରଥମ ପତ୍ନୀ ଓ ପିଲାଙ୍କ ପାଖକୁ ଚାଲି ଯିବାକୁ ଚାହୁଁଥିବା ରେଖା ସନ୍ଦେହ କରିଥିଲେ। ଏଥିସହ ପ୍ରଥମ ପତ୍ନୀ ଓ ପିଲାଙ୍କ ସହ ସବୁ ସମ୍ପର୍କଚ୍ଛିନ୍ନ କରି ପଞ୍ଜାବ ନ ଯିବାକୁ ସେ ମନପ୍ରୀତଙ୍କୁ କହିଥିଲେ।

ଏକଥା ମନପ୍ରୀତ ଆଦୌ ଶୁଣି ନଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତିକ୍ତତା। ଏଥିସହ ମନପ୍ରୀତଙ୍କ ଅପରାଧିକ କାର୍ଯ୍ୟକଳାପର ଗୁମର ମଧ୍ୟ ଖୋଲି ଦେବେ ବୋଲି ରେଖା ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇଯାଇଥିବା ମନପ୍ରୀତ କେମିତି ରେଖାଙ୍କ ପଞ୍ଝାରୁ ମୁକୁଳିବ, ସେନେଇ ଚିନ୍ତା କରୁଥିଲା। ମାନସିକ ଚାପରେ ମଧ୍ୟ ରହିଥିଲା।

ଏସବୁ ଭିତରେ ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାପରେ ମନପ୍ରୀତ ଗୋଟିଏ ଧାରୁଆ ଛୁରୀ ଆଣି ରେଖାଙ୍କ ମୁହଁକୁ ଏକାଧିକ ଥର ଆକ୍ରମଣ କରିଥିଲା। ଶେଷରେ ତାଙ୍କ ତଣ୍ଟି କାଟି ହତ୍ୟା କରିଥିଲା ବୋଲି ପୁଲିସ୍‌ କହିଛି।

Related story