ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ମାଣିକ ଶାହା

ଅଗରତାଲା: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ସଭା ଏମପି ମାଣିକ ଶାହାଙ୍କ ନାମ ଘୋଷଣା କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ କୁମାର ଇସ୍ତଫା ଦେବା ପରେ ତୁରନ୍ତ ତାଙ୍କ ସ୍ଥାନରେ ମାଣିକ ଶାହାଙ୍କ ନାମ ଘୋଷଣା କରାଯାଇଛି। ଅନ୍ୟପଟେ ତ୍ରିପୁରା ବିଜେପିର ସଭାପତି ଦାୟିତ୍ୱ ନେଇ ପାରନ୍ତି ବିପ୍ଳବ କୁମାର । ୨୦୧୬ରେ କଂଗ୍ରେସ ଛାଡ଼ି ମାଣିକ ଶାହା ବିଜେପିରେ ଯୋଗ ଦେଇଥିଲେ। ୨୦୨୦ରୁ ସେ ତ୍ରିପୁରା ବିଜେପିରେ ରାଜ୍ୟ ସଭାପତି ଅଛନ୍ତି। ୨୦୨୧ରେ […]

bjp

Tapas Behera
  • Published: Saturday, 14 May 2022
  • , Updated: 14 May 2022, 07:30 PM IST

ଅଗରତାଲା: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ସଭା ଏମପି ମାଣିକ ଶାହାଙ୍କ ନାମ ଘୋଷଣା କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ କୁମାର ଇସ୍ତଫା ଦେବା ପରେ ତୁରନ୍ତ ତାଙ୍କ ସ୍ଥାନରେ ମାଣିକ ଶାହାଙ୍କ ନାମ ଘୋଷଣା କରାଯାଇଛି। ଅନ୍ୟପଟେ ତ୍ରିପୁରା ବିଜେପିର ସଭାପତି ଦାୟିତ୍ୱ ନେଇ ପାରନ୍ତି ବିପ୍ଳବ କୁମାର । ୨୦୧୬ରେ କଂଗ୍ରେସ ଛାଡ଼ି ମାଣିକ ଶାହା ବିଜେପିରେ ଯୋଗ ଦେଇଥିଲେ।

୨୦୨୦ରୁ ସେ ତ୍ରିପୁରା ବିଜେପିରେ ରାଜ୍ୟ ସଭାପତି ଅଛନ୍ତି। ୨୦୨୧ରେ ତ୍ରିପୁରାରେ  ହୋଇଥିବା ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରି ଅଧିକ ଆସନ ହାତେଇଥିଲା। ଏହି ବିଜୟର ଶ୍ରେୟ ମାଣିକ ଶାହାଙ୍କୁ ଦିଆଯାଉଛି। କାରଣ ମାଣିକ ଶାହାଙ୍କ ରଣନୀତିରେ ବିଜେପି ୧୩ଟି ପୌର ଆସନ ଅକ୍ତିଆର କରିଥିଲା।

ସୂଚନା ଅନୁଯାୟୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ କୁମାର ଦେବ ଆଜି ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ  ବିପ୍ଳବ କୁମାର ଇସ୍ତଫା ଦେବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଆସନ୍ତା ବର୍ଷ ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ରାଜନୈତିକ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି। ଆଜି ତ୍ରିପୁରା ରାଜ୍ୟପାଳଙ୍କୁ ଭେଟିବା ପରେ ତାଙ୍କ ଇସ୍ତଫା ସମ୍ପର୍କରେ ବିପ୍ଳବ କୁମାର ଘୋଷଣା କରିଥିଲେ।

ଗୁରୁବାର ଦିଲ୍ଲୀ ଗସ୍ତ କରି ବିପ୍ଳବ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହି ଅବସରେ ତ୍ରିପୁରାରେ ଦଳୀୟ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ରାଜ୍ୟ ବିଜେପିରେ ତୀବ୍ର ଅନ୍ତଃକଳହ ଥିବା ମଧ୍ୟ ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।

 

Related story