ଏମସିଡି ନିର୍ବାଚନ: ଭୋଟର ଲିଷ୍ଟରେ ଅନେକଙ୍କ ନାମ ନଥିବା ଅଭିଯୋଗ ଆଣିଲେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ନିର୍ବାଚନରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଛନ୍ତି  ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ। ଭୋଟର ତାଲିକାରେ ଅନେକଙ୍କ ନାମ ନଥିବା  ସେ ଅଭିଯୋଗ ଆଣିଛନ୍ତି। ସିସୋଦିଆ କହିଛନ୍ତି ଯେ, ମତଦାନ ବୁଥ ବାହାରେ ବହୁ ଲୋକ  ସେମାନଙ୍କ ନାମ ଭୋଟର ତାଲିକାରେ ନ ଥିବା ଅଭିଯୋଗ କରିଛନ୍ତି। ଫଳରେ ଲୋକମାନେ ରାଗିଛନ୍ତି। ଏହି  ଷଡଯନ୍ତ୍ର ବିରୋଧରେ ମୁଁ ଇସିରେ ଅଭିଯୋଗ କରିବି। ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ (ଏମସିଡି)ର ​୨୫୦ଟି ୱାର୍ଡରେ ମତଦାନ ଚାଲିଛି। […]

manish-sisodia

  • Published: Sunday, 04 December 2022
  • , Updated: 04 December 2022, 03:29 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ନିର୍ବାଚନରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଛନ୍ତି  ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ। ଭୋଟର ତାଲିକାରେ ଅନେକଙ୍କ ନାମ ନଥିବା  ସେ ଅଭିଯୋଗ ଆଣିଛନ୍ତି। ସିସୋଦିଆ କହିଛନ୍ତି ଯେ, ମତଦାନ ବୁଥ ବାହାରେ ବହୁ ଲୋକ  ସେମାନଙ୍କ ନାମ ଭୋଟର ତାଲିକାରେ ନ ଥିବା ଅଭିଯୋଗ କରିଛନ୍ତି। ଫଳରେ ଲୋକମାନେ ରାଗିଛନ୍ତି। ଏହି  ଷଡଯନ୍ତ୍ର ବିରୋଧରେ ମୁଁ ଇସିରେ ଅଭିଯୋଗ କରିବି। ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ (ଏମସିଡି)ର ୨୫୦ଟି ୱାର୍ଡରେ ମତଦାନ ଚାଲିଛି। ଏହି ନିର୍ବାଚନରେ ୧.୪୮ କୋଟି  ଲୋକ ଭୋଟ୍ ଦେବାକୁ ଯୋଗ୍ୟ ହୋଇଛନ୍ତି। ଡିସେମ୍ବର ୭ରେ ଭୋଟ୍ ଗଣତି ହେବ। ଏହି ନିର୍ବାଚନରେ ୧୩,୪୯ ଜଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଏହାପୂର୍ବରୁ ମନିଷ ସିସୋଦିଆ ଦିଲ୍ଲୀବାସୀଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଏବଂ ସହରକୁ ସ୍ୱଚ୍ଛ ଏବଂ ସୁନ୍ଦର କରିବାକୁ ନିବେଦନ କରିଥିଲେ। ଏହି ଅବସରରେ ସିସୋଦିଆ କହିଛନ୍ତି ଯେ, ଯଦି ଦିଲ୍ଲୀବାସୀ ସ୍ୱଚ୍ଛ ଦିଲ୍ଲୀ ଚାହୁଁଛନ୍ତି ତେବେ ସେମାନଙ୍କୁ ଏକ ବୁଦ୍ଧିମାନନର ସହ ସରକାର ବାଛିବାକୁ ପଡ଼ିବ।। ସେପଟେ ଏମ୍‌ସିଡି ନିର୍ବାଚନ ପାଇଁ ଦିଲ୍ଲୀରେ ସମସ୍ତ ହୋଲସେଲ୍ ଏବଂ ରିଟେଲ ବଜାର ବନ୍ଦ ରହିଛି। ନିର୍ବାଚନ ପାଇଁ ଦିଲ୍ଲୀରେ ସମସ୍ତ ସରକାରୀ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି।

୧୫ ବର୍ଷ ଧରି ବିଜେପି କବଜା‌ରେ ଥିବା ଏମସିଡିକୁ ପୁଣି ଥରେ ନିଜ କବ୍‌ଜାକୁ ନେବାକୁ ଚେଷ୍ଟା କରିବ ବିଜେପି। ସେହିଭଳି କଂଗ୍ରେସ ମଧ୍ୟ ଏହାର ସ୍ଥିତି ଫେରିପାଇବାକୁ ଚେଷ୍ଟା କରିବ।

Related story