୧୧,୦୦୦ କର୍ମଚାରିଙ୍କୁ ବିଦା କରିବ ଫେସ୍‌ବୁକ୍, ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ: ଟ୍ୱିଟର ପରେ ଫେସବୁକ୍‌। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର ତାର ଅନେକ କର୍ମଚାରୀଙ୍କୁ ଛଟେଇ କରିବା ପରେ ଏବେ ସେଇ ରାସ୍ତାକୁ ଆପଣାଇଛି ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ (ମେଟା) । ଏହି କମ୍ପାନୀରେ କାମ କରୁଥିବା କର୍ମଚାରି ଏବେ ଚାକିରି ହରାଇବେ। ପ୍ରାଥମିକ ପର୍ଯ୍ୟାୟରେ ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କାରାଯିବ ବୋଲି ଫେସ୍‌ବୁକ୍‌ ଅଫିସିଆଲ ଭାବେ ଘୋଷଣା କରିଛି। ଏହି ଛଟେଇ ଫେସ୍‌ବୁକ୍‌ରେ କାମ କରୁଥିବା କର୍ମଚାରିଙ୍କର ୧୩ ପ୍ରତିଶତ ହେବ।  […]

Mark-Zuckerberg

  • Published: Wednesday, 09 November 2022
  • , Updated: 09 November 2022, 06:32 PM IST

ନୂଆଦିଲ୍ଲୀ: ଟ୍ୱିଟର ପରେ ଫେସବୁକ୍‌। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର ତାର ଅନେକ କର୍ମଚାରୀଙ୍କୁ ଛଟେଇ କରିବା ପରେ ଏବେ ସେଇ ରାସ୍ତାକୁ ଆପଣାଇଛି ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ (ମେଟା) । ଏହି କମ୍ପାନୀରେ କାମ କରୁଥିବା କର୍ମଚାରି ଏବେ ଚାକିରି ହରାଇବେ। ପ୍ରାଥମିକ ପର୍ଯ୍ୟାୟରେ ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କାରାଯିବ ବୋଲି ଫେସ୍‌ବୁକ୍‌ ଅଫିସିଆଲ ଭାବେ ଘୋଷଣା କରିଛି। ଏହି ଛଟେଇ ଫେସ୍‌ବୁକ୍‌ରେ କାମ କରୁଥିବା କର୍ମଚାରିଙ୍କର ୧୩ ପ୍ରତିଶତ ହେବ।  ବୁଧବାର କମ୍ପାନୀ ପକ୍ଷରୁ ଏକ ବିବୃତିରେ ଏହି ତଥ୍ୟ ଜାରି କରାଯାଇଛି।

ଏହି ନିଷ୍ପତ୍ତି ଲାଗି ମୁଁ ଉତ୍ତରଦାୟିତ୍ୱ ନେବାକୁ ଚାହୁଁଛି। ମୁଁ ଜାଣେ ଏହି ନିଷ୍ପତ୍ତି ସମସ୍ତଙ୍କ ପାଇଁ ଦୁଃଖଦାୟକ। ବିଶେଷ କରି ଯେଉଁମାନେ ଏହି ନିର୍ଣ୍ଣୟ ଲାଗି ପ୍ରଭାବିତ ମୁଁ ସେମାନଙ୍କ ପାଇଁ ଭାରି ଦୁଃଖିତ ବୋଲି  କମ୍ପାନୀ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି।

କମ୍ପାନୀ କହିଛି ଯେ କର୍ମଚାରି ହ୍ରାସ  ମଧ୍ୟ ଏହାର ନିଯୁକ୍ତି ଆନୁପାତିକ ପ୍ରକ୍ରିୟା ‌ଉପରେ ପ୍ରଭାବ ପକାଇବ। ବ୍ୟବସାୟ ପ୍ରଭାବିତ ହେବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି।  ମେଟା ମଧ୍ୟ ଏହାର ରିଅଲ୍ ଇଷ୍ଟେଟ୍ ବିଭାଗର କର୍ମଚାରୀଙ୍କୁ ଛଟେଇ କରିବ।  ଚଳିତ ବର୍ଷ  ମେଟାର ଷ୍ଟକ୍ ୭୧% ହ୍ରାସ ପାଇଛି। ତେଣୁ ନିରାଶଜନକ ବ୍ୟବସାୟ କମ୍ପାନୀ ଉପରେ ଗୁରୁତର ପ୍ରଭାବ ପକାଇଥିଲା।

ବର୍ତ୍ତମାନ ପରିସ୍ଥିତିରେ କମ୍ପାନୀକୁ ଚାକିରି ଏବଂ ପୁଞ୍ଜିଗତ ବ୍ୟୟ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି ଫେସ୍‌ବୁକ୍‌/ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ କମ୍ପାନୀର ଅଂଶଧାରୀମାନଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଗତ କିଛି ମାସ ହେବ ସାରା ବିଶ୍ୱରେ ଉଭୟ ରାଜନୈତିକ ଓ ଭୌଗୋଳିକ ସମସ୍ୟା ଲାଗି ରହିଛି। ଫଳରେ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ସେହି ପରିମାଣରେ ଜାରି ରହିଛି। ଏଭଳି ସ୍ଥିତିରେ କମ୍ପାନୀ କର୍ମଚାରୀ ଛଟେଇ କରିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି। ଏପରିକି ମାନ୍ଦାବସ୍ଥା ଯୋଗୁ ସାରା ଦୁନିଆରେ ଭିନ୍ନ ଭିନ୍ନ ସେକ୍ଟର ବଡ଼ କମ୍ପାନୀଗୁଡିକ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି।

Related story