ଦିଲ୍ଲୀ ପୌର ନିର୍ବାଚନ: ଭୋଟର୍ ଲିଷ୍ଟରେ ନାହିଁ କଂଗ୍ରେସ ସଭାପତିଙ୍କ ନାଁ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ପାଇଁ ଭୋଟିଂ। ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ। ୨୫୦ଟି ୱାର୍ଡରେ ୧୩,୬୩୮ ମତଦାନ କେନ୍ଦ୍ରରେ ଜାରି ରହିଛି ଭୋଟିଂ। ବହୁ ନେତା ମନ୍ତ୍ରୀ ଆସି ନିଜ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି। ଏହାରି ଭିତରେ ଭୋଟର୍ ଲିଷ୍ଟରେ ଦିଲ୍ଲୀ କଂଗ୍ରସେ ଅଧ୍ୟକ୍ଷଙ୍କ ନାଁ ନଥିବା ଅଭିଯୋଗ ଉଠିଛି। ବର୍ତ୍ତମାନ ସୁଦ୍ଧା ଏମ୍‌ସିଡି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ରବିବାର ସକାଳୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଧୁରୀ ଭୋଟ […]

anil-chaudhary

Madhupriya Mistry
  • Published: Sunday, 04 December 2022
  • , Updated: 04 December 2022, 11:35 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ପାଇଁ ଭୋଟିଂ। ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ। ୨୫୦ଟି ୱାର୍ଡରେ ୧୩,୬୩୮ ମତଦାନ କେନ୍ଦ୍ରରେ ଜାରି ରହିଛି ଭୋଟିଂ। ବହୁ ନେତା ମନ୍ତ୍ରୀ ଆସି ନିଜ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି। ଏହାରି ଭିତରେ ଭୋଟର୍ ଲିଷ୍ଟରେ ଦିଲ୍ଲୀ କଂଗ୍ରସେ ଅଧ୍ୟକ୍ଷଙ୍କ ନାଁ ନଥିବା ଅଭିଯୋଗ ଉଠିଛି।

ବର୍ତ୍ତମାନ ସୁଦ୍ଧା ଏମ୍‌ସିଡି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ରବିବାର ସକାଳୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଧୁରୀ ଭୋଟ ଦେବା ପାଇଁ ଦଲ୍ଲୁପୁରା ପୋଲିଂ ବୁଥରେ ପହଞ୍ଚିଥିଲେ। ତେବେ ସେଠାରେ ପହଞ୍ଚିବା ପରେ ଭୋଟିଂ ଲିଷ୍ଟରୁ ତାଙ୍କ ନାଁ ଗାଏବ ଥିଲ। ଏହାଦେଖି ରାଗି ଯାଇଥିଲେ। ସେ କହିଥିଲେ, ମୋ ନାଁ ଭୋଟର ତାଲିକାରେ ନାହିଁ କି ହଟାଯାଇଥିବା ତାଲିକାରେ ନାହିଁ। ମୋ ପତ୍ନୀଙ୍କୁ କିନ୍ତୁ ନିଜ ଭୋଟ ଦେଇଛନ୍ତି। ତେବେ ମୋ ନାଁ କିଭଳି ଭୋଟର୍ ଲିଷ୍ଟରୁ ଗାଏବ୍ ହେଲା। ଏନେଇ ଅଧିକାରୀମାନେ ତଦନ୍ତ କରିବା ଉଚିତ।

https://twitter.com/ANI/status/1599254732001771520?s=20&t=_F9yGI7gaZdqs8npyn70kg

ଦିଲ୍ଲୀ ପୌର ନିର୍ବାଚନରେ ତ୍ରିକୋଣୀୟ ଲଢ଼େଇ ଜାରି ରହିଛି। ଶାସକ ଦଳ ଆମ୍ ଆଦମୀ ପାର୍ଟି ବ୍ୟତୀତ ବିଜେପି ଓ କଂଗ୍ରସେ ମୌଦାନକୁ ଓହ୍ଲାଇଛି। ବିଜେପି ଓ ଆପ୍ ସମସ୍ତ ୨୫୦ଟି ଯାକ ୱାର୍ଡରେ ପ୍ରାର୍ଥୀ ଦେଇଛନ୍ତି। କଂଗ୍ରେସ କିନ୍ତୁ ୨୪୭ଟି ଆସନରେ ନିର୍ବାଚନ ଲଢ଼ୁଛି।

୨୦୦୭ରୁ ବିଜେପି କବ୍‌ଜାରେ ରହିଛି ଦିଲ୍ଲୀ ମହାନଗର ନିଗମ। ୧୫ ବର୍ଷର କାର‌୍ୟ୍ୟକାଳ ମଧ୍ୟରେ, ଏହି ପାର୍ଟି ମ୍ୟୁନିସିପାଲିଟି ସଂସ୍ଥା NDMC, SDMC ଏବଂ EDMC (୨୦୧୨-୨୦୨୨) ରେ ବିଭକ୍ତ ହୋଇଥିବାର ଦେଖିଛି। ତେବେ ଚଳିତ ବର୍ଷ ଆରମ୍ଭରେ ଏହି ତିନୋଟି ନିଗମର ଏକୀକରଣ କରାଯାଇଛି।

Related story